ବଗବାନ ଶ୍ରୀକୃଷ୍ଣ କହିଛନ୍ତି ଯାହାର ଜନ୍ମ ହୋଇଛି ତାହାର ମୃତ୍ୟୁ ନିଶ୍ଚିନ୍ତ, ମୃତ୍ୟୁ କୁ କେହି ଏଡାଇ ପାରିବେ ନାହିଁ | ଏହା ପ୍ରକୃତିର ନିୟମ ଅଟେ ଯାହା ସମସ୍ତଙ୍କ ପାଇଁ ସମାନ ହୋଇଥାଏ | ଯେତେବେଳେ ମୁତ୍ୟୁ ନିକଟତର ହୁଏ ସେତେବେଳେ ଯମଦୂତ ବ୍ୟକ୍ତିର ନିକଟକୁ ଆସି ଅନେକ ସଂକେତ ଦେଇଥାନ୍ତି | ମନୁଷ୍ୟ ଜନ୍ମ ହେବା ପରେ ତାଙ୍କ ହାତରେ ତାହାର ଭାଗ୍ୟ ଏବଂ ମୃତ୍ୟୁ ବିଷୟରେ ଲେଖିଦିଆ ଯାଇଥାଏ |
ସେହି ବ୍ୟକ୍ତି ସମ୍ପୂର୍ଣ ଜୀବନ ବଂଚିବ କିମ୍ବା ତାହାର ଅକାଳ ମୃତ୍ୟୁ ହୋଇଯିବ ତାହା ପୃବରୁ ହିଁ ଲେଖା ହୋଇଥାଏ | କିନ୍ତୁ ବିଷ୍ଣୁ ପୁରାଣ ଅନୁସାରେ ଯେଉ ବ୍ୟକ୍ତିର ଅକାଳ ମୃତ୍ୟୁ ହୁଏନାହିଁ ତାହାର ଏହି 7 ଲକ୍ଷଣ ଦେଖାଯାଇଥାଏ | ଅର୍ଥାତ ସେହି ବ୍ୟକ୍ତି ସମ୍ପୂର୍ଣ ଜୀବନ ବଞ୍ଚେ ଏବଂ ତାଙ୍କୁ ଜୀବନ ରେ ସବୁ ଖୁସି ମିଳିଯାଏ |
ଥରେ ଯମରାଜ ତାଙ୍କର ଦୂତ ଙ୍କୁ ନେଇ 5 ଜଣ ବ୍ୟକ୍ତି ଙ୍କୁ ଯମଲୋକ ନେବାକୁ ଆସନ୍ତି, ଏବଂ ଏହା ଦୂତ କୁ କୁହନ୍ତି ଯାଅ ତାଙ୍କ ମଧ୍ୟ ରୁ ଜଣଙ୍କୁ ଛାଡି 4 ଜଣଙ୍କୁ ନେଇକି ଆସ | ଏହା ଶୁଣି ଦୂତ ଆଶ୍ଚର୍ଯ୍ୟ ହୋଇ ମହାରାଜ ଙ୍କୁ ଏହାର କାରଣ ପଚାରିଲା ଏବଂ ଏହାରର ଉତ୍ତର ଯମରାଜ ଏହା କହିଥିଲେ କି ମୁଁ ଭଗବାନ ଶ୍ରୀହରି ଙ୍କ ମାର୍ଗ ରେ ଚାଲିଛି | ମୁଁ ସ୍ୱତନ୍ତ୍ର ନୁହେଁ ମୋତେ ଲୋକ ମାନଙ୍କର ଭଲ କର୍ମ ଖରାପ କର୍ମର ବିଚର କରିବାକୁ ହୁଏ ଏବଂ ଯେଉ ବ୍ୟକ୍ତି ଏହି 7 କର୍ମ କରିଥାଏ ତାକୁ କେବେ ଅକାଳ ମୃତ୍ୟୁ ଦିଆଯାଏଁ ନାହିଁ | ତେବେ ଯମରାଜ ଙ୍କ କହିବା ଅନୁଯାୟୀ କେଉଁ 7 ଲକ୍ଷଣ ଥିବା ଲୋକକୁ ଅକାଳ ମୃତ୍ୟୁ ହୁଏ ନାହିଁ ଆସନ୍ତୁ ଜାଣିବା…

1.ଯେଉଁ ମନୁଷ୍ୟ ନିଜ କର୍ମ ପଥରୁ କେବେ ବିମୁଖ ହୁଏନାହିଁ, ଯିଏ ନିଜ ଶତ୍ରୁ ସହ ଖରାପ କରେନାହି | ଯିଏ ସଦା ସର୍ବଦା ଧର୍ମ ର ମାର୍ଗ ରେ ଚାଲିଥାଏ ତାହାର ଅକାଳ ମୃତ୍ୟୁ କେବେ ହୋଇନଥାଏ |
2. ଯେଉଁ ମନୁଷ୍ୟ କେବେ କେଉଁ ଜୀବ ଜନ୍ତୁ ଙ୍କୁ ହିଂସା କରେ ନାହିଁ, ଯିଏ କେବେ କ୍ରୋଧରେ କାହା ଉପରେ ଅତ୍ୟାଚାର କରେ ନାହିଁ | ଯିଏ ଜାଣିଶୁଣି ପ୍ରାଣୀଙ୍କ ମନରେ ଦୁଃଖ ଦିଏ ନାହିଁ, ଦୁଃଖି ପ୍ରାଣୀଙ୍କୁ ଦେଖି ଯାହାଙ୍କ ମନରେ କରୁଣା ର ଭାବ ଉତ୍ପନ ହୁଏ |ଏହିପରି ବ୍ୟକ୍ତିର କେବେ ଅକାଳ ମୃତ୍ୟୁ ହୁଏ ନାହିଁ |
3. ଯେଉଁ ବ୍ୟକ୍ତି ଚୋରି କରେନାହି, ଅନ୍ୟ ଲୋକଙ୍କ ଧନ କୁ ହରଣ କରେ ନାହିଁ ଅର୍ଥାତ ଅନ୍ୟାଙ୍କ ଧନ କେବେ ନିଜର ଭାବେ ନାହିଁ | ଏହିପରି ବ୍ୟକ୍ତିର ମନ ରେ ଭଗବାନ ଶ୍ରୀହରିଙ୍କର ବାସ ହୋଇଥାଏ | ସେଥିପାଇଁ ଏହିପରି ପ୍ରାଣୀର ଅକାଳ ମୃତ୍ୟୁ ହୋଇପାରେ ନାହିଁ |
4. ଯେଉଁ ବ୍ୟକ୍ତି ଦାନ କରିଥାଏ ଏବଂ ଗୋମାତା ଙ୍କର ନିସ୍ଵାର୍ଥ ଭାବରେ ସେବା କରିଥାଏ ତାକୁ କେବେ ବି ଅକାଳ ମୃତ୍ୟୁ ହୋଇନଥାଏ |

5.ଯେଉଁ ବ୍ୟକ୍ତି ମିଛ କୁହେ ନାହିଁ, କି କାହା ବିଷୟରେ ମନ୍ଦ ଚିନ୍ତା କରେ ନାହିଁ | କାହାକୁ କଷ୍ଟ ହେଲା ଭଳି କିଛି କଥା କୁହେ ନାହିଁ ସେହି ବ୍ୟକ୍ତିର କେବେ ଅକାଳ ମୃତ୍ୟୁ ହୋଇନଥାଏ |
6.ଯେଉଁ ବ୍ୟକ୍ତି ପର ପୁରୁଷ କିମ୍ଵା ସ୍ତ୍ରୀ ଙ୍କୁ ଖରାପ ନଜର ରେ ଦେଖେ ନାହିଁ |ସବୁ ସମ୍ମାନ କରେ ସେହିପରି ବ୍ୟକ୍ତିର କେବେ ବି ଅକାଳ ମୃତୁ ହୋଇନଥାଏ |
7. ଯେଉ ବ୍ୟକ୍ତି ସକାଳୁ ସ୍ନାନ କରି ସୂର୍ଯ୍ୟ ଦେବାକୁ ଜଳ ଅର୍ପଣ କରେ, ସ୍ନାନ ନକରି ଭୋଜନ କରେ ନାହିଁ | ଭଗବାନ ଙ୍କୁ ବିଶ୍ୱାସ କରେ ସେହି ବ୍ୟକ୍ତିର କେବେ ବି ଅକାଳ ମୃତ୍ୟୁ ହୁଏ ନାହିଁ |
