ବନ୍ଧୁଗଣ ଭଗବାନ ଶିବ ଯିଏ କି ଏହି ସଂସାରର ପ୍ରତ୍ୟେକ କୋଣରେ ବାସ କରନ୍ତି ଯିଏ ନିଜ ଭକ୍ତଙ୍କ ଉପରେ ନିଜର କୃପା ଦୃଷ୍ଟି ସଦାସର୍ବଦା ରଖିଥାନ୍ତି | ଭଗବାନ ଶିବ ଏତେ ଭୋଳା ଯେ ନିଜ ଭକ୍ତଙ୍କର ଦୁଃଖକୁ ନାଶ କରିବା ପାଇଁ ନିଜେ ହିଁ ପୃଥିବୀ ପୃଷ୍ଟକୁ ଚାଲିଆସନ୍ତି | ଭଗବାନ ଶିବ ନିଜ ଭକ୍ତଙ୍କର ଗୋଟେ ଡାକରେ ହିଁ ତାଙ୍କ ପାଖକୁ ଅସିଜାଇଥାନ୍ତି | ସେ ନିଜ ଭକ୍ତଙ୍କ ଠାରୁ କେବେ ବି କିଛି ଆଶା କରନ୍ତି ନାହିଁ | ଗୋଟେ ବୁନ୍ଧା ଜଳରେ ମଧ୍ୟ ସେ ସନ୍ତୁଷ୍ଟ ହୋଇଯାଆନ୍ତି |
ଆମେ ଆଜି ଆପଣଙ୍କୁ ଭଗବାନ ଶିବଙ୍କର ଗୋଟେ ଏପରି କାହାଣୀ ଶୁଣେଇବାକୁ ଯାଉଛୁ ଯେଉଁ କାହାଣୀ ଶୁଣିବା ପରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ | କିପରି ଭଗବାନ ଶିବ ନିଜ ଭକ୍ତଙ୍କର ରକ୍ଷା କରୁଛନ୍ତି | ବାସ ଭକ୍ତଙ୍କର ଭଗବାନଙ୍କ ପ୍ରତି ଦୃଢ଼ ବିଶ୍ୱାସ ଏବଂ ଭକ୍ତି ରହିବା ଆବଶ୍ୟକ | ଏବଂ ପୁରା ଭକ୍ତିର ସହ ଭଗବାନଙ୍କୁ ଡାକିବାକୁ ହେବ | ତେବେ ଆସନ୍ତୁ ବନ୍ଧୁଗଣ ଆପଣଙ୍କୁ ଶୁଣେଇବା ସେହି ଭକ୍ତଙ୍କ କାହାଣୀ |
ଏହି କାହାଣୀ ଅଟେ ଜଣେ ଗରିବ ଝିଅର ଯାହାର କାମ ହେଉଛି ସେ ପ୍ରତିଦିନ ପାଖ ଦୁଇଟି ଗଁଆକୁ କ୍ଷୀର ନେଇ ପହଞ୍ଚାଇଥାଏ | ଏବଂ ସେହି ଗାଁରେ ଗୋଟେ ଶିବ ମନ୍ଦିର ଥିଲା ଏବଂ ସେଠିକାର ବ୍ରାହ୍ମଣ ଏହି ଝିଅଠାରୁ କ୍ଷୀର ନେଉଥିଲା | କିନ୍ତୁ ସେହି ବ୍ରହ୍ମଣଙ୍କ ଘରକୁ ଯିବା ପାଇଁ ଏହି ଝିଅଟିକୁ ଗୋଟେ ବଡ଼ ନଦୀକୁ ପାର କରିବାକୁ ପଡୁଥିଲା | ଏବଂ ପୁରା ଗାଁ ଲୋକ ଗୋଟେ ଡ଼ଙ୍ଗା ସାହାଯ୍ୟରେ ସେହି ନଦୀରେ ଯାତାୟାତ କରୁଥିଲେ | ଏବଂ ସେହି ଡ଼ଙ୍ଗାର ନାଉରିଆ ଜଣେ ଭଲ ମଣିଷ ଥିଲେ ଏବଂ ସେହି ନାଉରିଆ ସେହି ଝିଅକୁ ଡ଼ଙ୍ଗାରେ ବସି ନଦୀ ପାର କରେଇଦେଉଥିଲା | ଏବଂ ଭଗବାନଙ୍କ କୃପାରୁ ସେ ଝିଅକୁ ସବୁବେଳେ ଡ଼ଙ୍ଗା ମିଳିଯାଉଥିଲା |

ସେ ସେହିଥିରେ ବସି ସବୁଦିନ ନଦୀ ପାର ହୋଈ ସେହି ବ୍ରାହ୍ମଣଙ୍କ ଘରେ କ୍ଷୀର ପହଞ୍ଚାଇ ଦେଉଥିଲା | କେବେ କେବେ ତାର ଡେରି ହେଇଯାଏ ତ ଆଉ କେବେ ସେ ଜଲ୍ଦି ଯାଇ ପହଞ୍ଚିଯାଇଥାଏ | ଏବଂ ଗୋଟେ ଦିନ ସେହି ଝିଅର ଆସିବା ବହୁତ ଡେରି ହେଇଗଲା ଏବଂ ସବୁଦିନ ସେହି ବ୍ରାହ୍ମଣ ସେହି ତାଜା କ୍ଷୀରରେ ହିଁ ଭଗବାନ ଶିବଙ୍କର ଅଭିଷେକ କରୁଥିଲେ | ଏବଂ ସେହି ଝିଅଟି ଡେରି ହୋଇଯାଇଥିବାରୁ ସେହି ବ୍ରାହ୍ମଣ ଜଣଙ୍କ ସେହି ଝିଅ ଉପରେ ବହୁତ ଜୋରେ ଚିଲେଇଲେ | ଆଉ କହିଲେ ଏବେ ମୁଁ ଏହି କ୍ଷୀର ନେଇ କଣ କରିବି | ଏହା ଶୁଣୀ ସେ ଝିଅ କହିଲା ଆଜ୍ଞା ମୁଁ ସବୁଦିନ ଭଳି ଆଜି ମଧ୍ୟ ସକାଳୁ ହିଁ ଘରୁ ବାହାରିଥିଲି | ଏବଂ ସେହି ନଦୀରେ କେବଳ ଜଣେ ହିଁ ଡ଼ଙ୍ଗା ଚଲାନ୍ତି ଏବଂ ତାଙ୍କୁ ଫେରିକି ଆସିବାର ଅପେକ୍ଷା କରୁ କରୁ ଡେରି ହୋଇଗଲା |
ଏହି କଥା ଶୁଣିକି ମଧ୍ୟ ବ୍ରାହ୍ମଣ ଙ୍କୁ ସେହି ଝିଅ ଉପରେ ଦୟା ଆସିଲା ନାହିଁ ଏବଂ ଗମ୍ଭୀର ମୁଦ୍ରା ଧାରଣ କରି କହିଲେ ଲୋକ ତ ଶିବଙ୍କ ନାମ ଜପ କରି ବଡ ବଡ ସମୁଦ୍ର ପାରି କରିଯାଉଛନ୍ତି ଆଉ ତୁମେ ଏହି ଛୋଟ ନଦୀ ପାର କରିପାରିବ ନାହିଁ? ଏହି କଥା ଶୁଣି ସେହି ଝିଅ ବହୁତ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସେ ମନ୍ଦିରକୁ ଯାଇ ଶିବ ଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା | ଏବଂ କହିଲା ଭଗବାନ ମୋତେ ବି ନଦୀ ପାର କରିବାକୁ ସାହାଯ୍ୟ କରନ୍ତୁ, ମୋ ପାଇଁ ଲୋକଙ୍କୁ ବହୁତ କଷ୍ଟ ହେଉଛି ଏବଂ ମୁଁ ଚାହୁଁନାହିଁ କାହାକୁ କଷ୍ଟ ଦେବାକୁ | ଏତିକି କହି ସେ ଫେରିଗଲା ଏହା ପରଠାରୁ ସେହି ଝିଅ ପ୍ରତ୍ୟେକ ଦିନ ସକାଳେ ଠିକ ସମୟ ରେ ବ୍ରାହ୍ମଣ ଘରେ କ୍ଷୀର ପହଂଚେଇବାକୁ ଲାଗିଲା |

ତେବେ ସବୁଦିନ ଠିକ ସମୟ ରେ ଆସୁଥିବା ର ଦେଖି ପୁରୋହିତ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପଚାରିବାକୁ ଲାଗିଲେ ତୁମେ ସବୁ ଦିନ ଏଥର ଠିକ ସମୟ ରେ କ୍ଷୀର ଆଣି ପହଞ୍ଚେଇ ଦେଉଛ | ଲାଗୁଛି ନଦୀରେ ଆହୁରି ମଧ୍ୟ ନାବିକ ଅସିଗଲେଣି | ଏହା ପରେ ଗୌଡୁଣି କହିଲେ ନା ବ୍ରାହ୍ମଣ ଏବେ ତ ମୋତେ କୌଣସି ଜାହାଜ ବି ଦରକାର ନାହିଁ ଏହା ଶୁଣି ବ୍ରାହ୍ମଣ ଚମକି ଗଲେ ଏବଂ ପଚାରିଲେ ଏହାର ଅର୍ଥ କଣ? ତୁମେ ଉଡ଼ିକି ଆସୁଛ ନଦୀରେ? ଏହି କଥାରେ ଉତ୍ତରରେ ଗୌଡୁଣି କହିଲ ନା ବ୍ରାହ୍ମଣ ଆପଣ ତ ନିଜେ ହିଁ କହିଥିଲେ ଶିବ ଙ୍କ ନାମ ଧରି ବଡ ବଡ ସମୁଦ୍ର ପାରି ହେଉଯାଉଛନ୍ତି |
ତେବେ ମୁଁ ମଧ୍ୟ ଭଗବାନ ଙ୍କ ନାମ ଧରି ନଦୀ ରେ ଚାଲି ଚାଲି ଆସିଯାଉଛି | ଏହା ଶୁଣି ବ୍ରାହ୍ମଣ ହସିବାକୁ ଲାଗିଲେ ତାଙ୍କୁ ବିଶ୍ୱାସ ହେଲା ନାହିଁ | ତେବେ ଏହାର ସତ୍ୟ ଜାଣିବା ପାଇଁ ବ୍ରାହ୍ମଣ ଏହି ଝିଅ କୁ ନଦୀ ରେ ଚାଲିବାକୁ କହିଲେ ଏବଂ ଏହା ପରେ ସେହିଁ ଝିଅ ଚାଲିବାକୁ ଲାଗିଲା |ଏହା ଦେଖି ବ୍ରାହ୍ମଣ ଆଶ୍ଚର୍ଯ୍ୟ ହେଇଗଲେ ଏବଂ ନିଜ ଚାଲିବାକୁ ଚେଷ୍ଟା କଲେ କିନ୍ତୁ ସେ ଯାଇପାରିଲେ ନାହିଁ | ଏହା ପରେ ବ୍ରାହ୍ମଣ ସେହି ଝିଅ କୁ ପ୍ରଣାମ କରିଲେ | ତେବେ ବନ୍ଧୁଗଣ ଏହିପରି ମହାଦେବ ଙ୍କୁ ନିଜ ମନରୁ ଡ଼ାକିବ ଦ୍ୱାରା ଭଗବାନ ସ୍ରମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି |
