ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ରଗ୍ରହଣ ହେବ ଅତ୍ୟନ୍ତ ପ୍ରଭାବଶାଳୀ । ଏହି ଚାରୋଟି ରାଶି ହେବେ ମାଲାମାଲ

ସୂର୍ଯ୍ୟ ଗ୍ରହଣ ପରେ ପରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଯେଉଁଦିନ ଚାରୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଯାହାଦ୍ୱାରା ସେମାନଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହେବାକୁ ଯାଉଛି । ଏହାଦ୍ବାରା ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବାକୁ ଯାଉଛି । ଶାସ୍ତ୍ର ଅନୁଯାୟୀ ଗୋଟିଏ ମାସ ମଧ୍ୟରେ ଏପରି ଦୁଇଟି ଗ୍ରହଣ ଅଶୁଭ ବୋଲି ମାନା ଯାଇଥାଏ । ସୂର୍ଯ୍ୟ ଗ୍ରହଣ କିମ୍ବା ଚନ୍ଦ୍ର ଗ୍ରହଣର ପ୍ରଭାବ ସବୁ ରାଶି ଗୁଡ଼ିକ ଉପରେ ପଡ଼ିଥାଏ । ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ଚାରୋଟି ରାଶି ଉପରେ ପଡ଼ିବାକୁ ଯାଉଛି । ଯାହାଦ୍ୱାରା ସେମାନେ ରାଜା ହେବାକୁ ଯାଉଛନ୍ତି । ଏହାବ୍ୟତୀତ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଅହି ଗ୍ରହଣ ସମୟରେ କେଉଁ ଉପାୟ କରି ଆପଣ ଗ୍ରହଣ ଜନିତ ପ୍ରଭାବରୀ ମୁକ୍ତି ପାଇ ପାରିବେ ।

ମାସରେ ଦୁଇଟି ଗ୍ରହଣ ଲାଗିବା କୌଣସି ଆଶ୍ଚର୍ଯ୍ୟ ଜନକ କଥା ନୁହେଁ । କାରଣ ମହାଭାରତ ସମୟରେ ପନ୍ଦର ଦିନରେ ଦୁଇଥର ଗ୍ରହଣ ଲାଗିଥିବା । ଯାହାର ଖରାପ ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଥିଲା । ଏଥରର ଚନ୍ଦ୍ର ଗ୍ରହଣ ଭାରତ ସମେତ , ପୂର୍ବ ୟୁରୋପ , ଅଷ୍ଟ୍ରେଲିଆ , ଉତ୍ତର ଆମେରିକା , ଅଧିକାଂଶ ଦକ୍ଷିଣ ଆମେରିକା , ପ୍ରଶାନ୍ତ , ଆଟଲଣ୍ଟିକ , ଏବଂ ହିନ୍ଦ ମହାସାଗରରେ ଦୃଶ୍ୟମାନ ହେବ । ଏହିକ କାରଣରୁ ଏହି ସବୁ ଦେଶ ମଧ୍ୟରେ ବିବାଦ କିମ୍ବା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଏହାବ୍ୟତୀତ ଭାରତ ଉପରେ ଏହାର ଭଲ ପ୍ରଭାବ ପଡ଼ିବ । ଭାରତର ସାଧରଣତଃ ଗୌହାଟୀ , କୋଲକାତା , ସିଲଗୁଡି ଏବଂ ପାଟଣା ସହରରେ ଦେବ ଦୀପାବଳି ଦିନ ଦେଖାଯିବ । ଏହାର ସୂତକ କାଳ ନଅ ଘଣ୍ଟା ପୂର୍ବରୁ ହିଁ ଲାଗିଯିବ ।

ଭାରତର ସମୟ ଅନୁଯାୟୀ ନଭେମ୍ବର 8 ରେ ଏହି ଗ୍ରହଣ ଦ୍ୱିପ୍ରହର 01.33 ରୁ ସନ୍ଧ୍ୟା 07.27 ପର୍ଯ୍ୟନ୍ତ ଦେଖାଯିବ । ତେଣୁ ଗ୍ରହଣର ସୂତକ କାଳ ସମୟରେ ଏହି କିଛି ନିୟମ ମାନିବା ଉଚିତ । ଏହି ସମୟରେ ଚପଲ ପିନ୍ଧିବା ଉଚିତ ନୁହେଁ । ନିଜ ପାର୍ଟନର ଠାରୁ ଦୂରେଇ ରହିବା ଉଚିତ । ଏହି ସମୟରେ ସନ୍ତାନ ଉତ୍ପତ୍ତି ବିଷୟରେ ଭାବିବା ଉଚିତ ନୁହେଁ । ଏହି ସମୟରେ ଯେଉଁ ସନ୍ତାନ ଗର୍ଭରେ ପଡ଼ିଥାଏ ସେ ଅଶୁଭ ହୋଇଥାଏ । ଏପରି କୁହାଯାଏ ଯେ ରାକ୍ଷସ ପ୍ରବୃତ୍ତିର ସେହି ପିଲା ହୋଇଥାଏ । ଯାହାଦ୍ୱାରା ଉଭୟ ବାପା ମା’ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହି ସମୟରେ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ସୂତକ କାଳ ସମୟରେ ଘରର ଝରକା କବାଟ ବନ୍ଦ କରି ଦିଅନ୍ତୁ ।

ମୋଟା ପରଦାରେ କବାଟ ଝରକା ଢାଙ୍କି ଦିଅନ୍ତୁ । ଏହି ସମୟରେ ଯେତେ ସମ୍ଭବ କମ କୁହନ୍ତୁ ଏବଂ ଭଗବାନଙ୍କ ଜପ କରନ୍ତୁ ମାତ୍ର ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ । ଏହି ସମୟରେ ରୋଷେଇ କରିବା କିମ୍ବା ଖାଦ୍ୟ ସେବନ କରିବା ମଧ୍ୟ ବର୍ଜିତ ଅଟେ । ନଚେତ ପୂର୍ବରୁ ଖାଦ୍ୟ ବନାଇ ସେଥିରେ ତୁଳସୀ ପତ୍ର ପକାନ୍ତୁ । ସୂତକ କାଳରେ ତୁଳସୀ ପତ୍ର ଛିଡାଇବା ଉଚିତ ନୁହେଁ ।

ତେଣୁ ତାହାକୁ ପୂର୍ବରୁ ହିଁ ଛିଡାଇ ନିଅନ୍ତୁ । ଛୋଟ ପିଲାଙ୍କ କ୍ଷୀରରେ ତୁଳସୀ ପତ୍ର ପକାଇ ପିଇବାକୁ ଦିଅନ୍ତୁ । ଏହି ସମୟରେ ଚନ୍ଦ୍ର ମନ୍ତ୍ରର ଜପ କରନ୍ତୁ ଏବଂ ଏହି ସମୟରେ କ୍ଷୀର ଦୁହଁନ୍ତୁ ନାହିଁ । ସୂତକ କାଳ ଶେଷ ହେବା ପରେ ଘରକୁ ସଫା କରି ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ ଏବଂ ପୁଣିଥରେ ପୂଜାପାଠ କରନ୍ତୁ ।

ସୂତକ କାଳ ସମୟରେ ମୁଣ୍ଡ ଧୋଇବା ଉଚିତ ନୁହେଁ କିମ୍ବା ଗର୍ଭବତୀ ମହିଳା ଘର ବାହାରକୁ ଯିବା ଉଚିତ ନୁହେଁ । ଏହି ସମୟରେ ସ୍ନାନ କରିବା , ଦାନ୍ତ ସଫା କରିବା କିମ୍ବା ମୁଣ୍ଡ କୁଣ୍ଡାଇବା ମଧ୍ୟ ବର୍ଜିତ ଅଟେ । ଏହି ସମୟରେ ଗର୍ଭବତୀ ମହିଳା କୌଣସି ଧାରୁଆ ଅସ୍ତ୍ରକୁ ଧରିବା ଉଚିତ ନୁହେଁ । ଏହି ଗ୍ରହଣ ସମୟ ଚାରୋଟି ରାଶି ପାଇଁ ଅତ୍ୟନ୍ତ ପ୍ରଭାବୀ ରହିବ ଏବଂ ଭାଗ୍ୟ ନେଇ ଆସିବ ।

୧ . ତୁଳା ରାଶି :-

ଏହି ରାଶି ଚନ୍ଦ୍ର ଗ୍ରହଣ କାରଣରୁ ଅତ୍ୟନ୍ତ ଭାଗ୍ୟଶାଳୀ ରାଶି ହେବାକୁ ଯାଉଛି । ଏହି ରାଶି ଉପରେ ସବୁଠାରୁ ଅଧିକ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ମାନ ସମ୍ମାନର ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ପରିବାର ସଦସ୍ୟଙ୍କର ସହାୟତା ମିଳିବାକୁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପୁରା ନଭେମ୍ବର ମାସଟି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆର୍ଥିକ ଲାଭ ହେବାକୁ ଯାଉଛି । ମାତ୍ର ଏହି ସମୟରେ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଅତି ଉତ୍ସାହର ସହିତ ନିଆଯାଇଥିବା ନିର୍ଣ୍ଣୟ ଆପଣଙ୍କୁ ସମସ୍ୟାରେ ପକାଇ ପାରେ । ଏହି ଚଦ୍ର ଗ୍ରହଣ ପରେ ତୁଳା ରାଶିର ବ୍ୟକ୍ତି ମାନେ ଚାନ୍ଦି ଦାନ କଲେ ଅତ୍ୟନ୍ତ ଶୁଭ ପରିଣାମ ମିଳିଥାଏ ।

୨ . ମେଷ ରାଶି :-

କ୍ୟାରିଅର ଦୃଷ୍ଟିକୋଣରୁ ଏହି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ରାଶି ଅଟେ । ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଆର୍ଥିକ ସ୍ଥିତି ଉତ୍ତମ ରହିବ । ଚାକିରୀ କ୍ଷେତ୍ରରେ ସମସ୍ୟା ଆସିବାର ସମ୍ଭାବନା ରହିଛି । ତେଣୁ ମଧୁର ବଚନ ଏବଂ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଯାତ୍ରା କାରଣରୁ ଖର୍ଚ୍ଚ ବଢ଼ିପାରେ । ମାନସିକ ଚିନ୍ତା ଏବଂ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିପାରେ । ଗ୍ରହଣ ପରେ ଗରୀବ ଲୋକଙ୍କୁ ଚାଉଳ ଦାନ କରନ୍ତୁ ।

୩ . କନ୍ୟା ରାଶି :-

ଏହି ରାଶି ଗ୍ରହଣ କାରଣରୁ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ । ଆର୍ଥିକ ସମୃଦ୍ଧି ହେବାକୁ ଯାଉଛି । ଏକାଧିକ ସ୍ରୋତରୁ ଧନ ପ୍ରାପ୍ତ ହେବ । କିଛି ଜାତକ ଏହି ସମୟରେ ନୂଆ ଘର କିଣି ପାରନ୍ତି । ହଠାତ ଧନ ପ୍ରାପ୍ତି ହୋଇପାରେ । ନିୟମିତ ଆମଦାନୀ ବଜାୟ ରହିବ । ବ୍ୟବସାୟରୁ ଲାଭ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇପାରେ । ଗ୍ରହଣ ପରେ ବିଶେଷ ରୂପରେ ଚାଉଳ ଦାନ କରନ୍ତୁ ।

୪ . କୁମ୍ଭ ରାଶି :-

ଏହି ରାଶି ପାଇଁ ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ଶୁଭ ଫଳ ନେଇ ଆସିବ । କୌଣସି ନୂତନ କର୍ତ୍ତବ୍ୟ ମିଳିପାରେ । ବ୍ୟାପାରରେ ଭଲ ପରିଶ୍ରମ କଲେ ଉପଯୁକ୍ତ ଫଳ ମିଳିବ । ଅଟକି ରହିଥିବା ଧନ ମିଳିବ । ପୂର୍ବ ଚାକିରୀ ଅପେକ୍ଷା ଭଲ ଅବସର ପ୍ରାପ୍ତ ହେବାକୁ ଯାଉଛି । ପରିବାର ସହିତ ସମ୍ବନ୍ଧ ଭଲ ହେବ । ଗ୍ରହଣ ପରେ ପଶୁ ପକ୍ଷୀଙ୍କ ଦାନା ଏବଂ ପାଣି ଖାଇବାକୁ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *