୧୦ ଅକ୍ଟୋବର ରାଶିଫଳ ୨୦୨୨: ଏହି ରାଶିର ଲୋକଙ୍କୁ ମିଳିବ ଶୁଭ ଖବର। ଜାଣନ୍ତୁ ସମସ୍ତ ରାଶିର ଭବିଷ୍ୟତ ଫଳ।

ଆଜି ଆମେ ଆପଣଙ୍କୁ ଅକ୍ଟୋବର ୧୦ ତାରିଖର ରାଶିଫଳ କହିବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।ମାନସିକ ସ୍ତରରେ ଆପଣଙ୍କ ମନ ଅଶାନ୍ତ ରହିପାରେ। ଜୀବନସାଥୀ ଆପଣଙ୍କୁ ଖାସ ଉପହାର ଦେଇ ପାରନ୍ତି। ବନ୍ଧୁଙ୍କ ଠାରୁ ଆପଣଙ୍କୁ ସହଯୋଗ ପ୍ରାପ୍ତି ହୋଇପାରେ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାର ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ବୈବାହିକ ଜୀବନରେ ମଧୁରତା ଆସିବ।କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। କାରବାରରେ ବିସ୍ତାର ହେବ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କର ବିନମ୍ର ସ୍ଵଭାବ ଯୋଗୁଁ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ। ସାଂସାରିକ ସୁଖ ଭୋଗ କରିବେ। ଆପଣଙ୍କ ଉପରେ ନକାରାତ୍ମକ ଚିନ୍ତାଧାରା ପ୍ରଭାବ ବିସ୍ତାର କରିପାରେ। ଅନ୍ୟମାନଙ୍କ ମଧ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିବ। ଜୀବନସାଥୀଙ୍କ ସହିତ କୌଣସି କାରଣ ବଶତଃ ମତଭେଦ ହୋଇପାରେ। ପାରିବାରିକ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଆପଣ ଗୁରୁଜନଙ୍କ ସହିତ ପରାମର୍ଶ କରନ୍ତୁ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଧିକ କାର୍ଯ୍ୟ ଚାପ ଯୋଗୁଁ ଆପଣ ଚିନ୍ତିତ ରହିବେ। ପରିବାର ସହିତ ଆପଣ କୌଣସି ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି।

ତୁଳା ରାଶି :-ଆଜିର ଦିନରେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ।ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଘରର ଆର୍ଥିକ ପରିସ୍ଥିତି ସୁଧୁରି ଯିବ। ଆପଣଙ୍କୁ ଅଫିସ ଓ ପରିବାର ମଧ୍ୟରେ ଉତ୍ତମ ତାଳମେଳ ବନେଇ ରଖିବା ଆବଶ୍ୟକ। ସମୟର ଉଚିତ ସଦୁପଯୋଗ କରନ୍ତୁ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ଶତ୍ରୁଙ୍କ ଉପରେ ଆପଣ ବିଜୟ ଲାଭ କରିବେ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ। ପରିବାରରେ ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇପାରେ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ସମ୍ପର୍କୀୟଙ୍କ ସହିତ ମତଭେଦ ହୋଇପାରେ। ପୁରୁଣା ରୋଗ ଦୂର ହେବ। ପ୍ରେମ ଜୀବନରେ ମଧୁରତା ଆସିବ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଚାପ ଗ୍ରସ୍ତ ରହିବ। ଆଜି ଆପଣଙ୍କର ଋଣ ପରିଶୋଧ ହୋଇଯିବ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆପଣଙ୍କର ରଚନାତ୍ମକ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପୁରୁଣା ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

Leave a Reply

Your email address will not be published. Required fields are marked *