ଅଗ୍ନି ପୁରାଣ ଅଠର ମହାପୁରାଣ ମଧ୍ୟରୁ ଅନ୍ୟତମ ଅଟେ । ଏଥିରେ ଅନେକ ବିଷୟରେ ବର୍ଣ୍ଣିତ ହୋଇଛି । ଅଗ୍ନି ପୁରାଣ ଅନୁଯାୟୀ ଘରେ ପୂଜାରେ ବ୍ୟବହୃତ ହେଉଥିବା ଜିନିଷ ବିଷୟରେ ବର୍ଣ୍ଣିତ ହୋଇଛି । ମାତ୍ର ବିନା ଅଶୁଦ୍ଧିରେ ଏହାର ପ୍ରୟୋଗ ଅଶୁଭ ହୋଇଥାଏ । ଅର୍ଥାତ ପ୍ରତ୍ୟେକ ଜିନିଷର ପ୍ରୟୋଗର ଉପଯୁକ୍ତ ବିଧି ଜାଣି ରଖିବା ନିତାନ୍ତ ଜରୁରୀ ଅଟେ ।
ନଚେତ ଏହାର ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମାରେ ଝାଡୁ ଲଗାଇବାର ଉପଯୁକ୍ତ ବିଧି ଏବଂ ଝାଡୁ ଲଗାଇବା ସମୟରେ କେଉଁ ମନ୍ତ୍ର ଜପିଲେ ଦାରିଦ୍ର୍ୟତା ଦୂର ହୋଇଥାଏ । ଏହାବ୍ୟତୀତ ଅଗ୍ନି ପୁରାଣରେ ବର୍ଣ୍ଣିତ ଥିବା ବାସ୍ତୁ ନିୟମ ବିଷୟରେ ମଧ୍ୟ କହିବୁ ।
୧ . ଯଦି ଘରର ଦ୍ୱାରକୁ ଗୋମାତା ଆସନ୍ତି ତେବେ ତାଙ୍କୁ ପୂଜା କରି ରୁଟି ନିଶ୍ଚୟ ଖୁଆଇବା ଉଚିତ । ଏପରି କରୁଥିବା ବ୍ୟକ୍ତି ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହାଦ୍ବାରା ମନସ୍କାମନା ପୁର୍ଣ୍ଣ ହୋଇଥାଏ ।

୨ . ଚୁଲି ଲଗାଇବା ପୂର୍ବରୁ ପ୍ରଥମେ ପ୍ରଣାମ କରି ଲଗାନ୍ତୁ । ଏହାଦ୍ବାରା ଅଗ୍ନି ଦେବ ପ୍ରସନ୍ନ ହୁଅନ୍ତି ଏବଂ ଆଶୀର୍ବାଦ ଦିଅନ୍ତି । ଅଗ୍ନିଦେବଙ୍କୁ ପ୍ରଣାମ କରି ରୋଷେଇ କଲେ ସେହି ଖାଦ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ ଏବଂ ଶରୀରକୁ ନିରୋଗ ମଧ୍ୟ ରହିଥାଏ । ଏହାବ୍ୟତୀତ ସେହି ଘର ଉପରେ ମାତା ଅନ୍ନପୂର୍ଣ୍ଣା ମଧ୍ୟ ପ୍ରସନ୍ନ ରହନ୍ତି ।
୩ . ରୋଷେଇ ଘରକୁ ପ୍ରବେଶ କରବା ପୂର୍ବରୁ ସ୍ନାନ କରି ପବିତ୍ର ହୋଇଯିବା ଉଚିତ । ଏହାଦ୍ବାରା ରୋଷେଇ ଘରର ପବିତ୍ରତା ବଜାୟ ରହିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ରହନ୍ତି ।
୪ . ଘରେ ଚକି ବ୍ୟବହାର କରୁଥିଲେ କିମ୍ବା ଗ୍ରାଇଣ୍ଡର ଥିଲେ ତାହାକୁ ପ୍ରଥମେ ପ୍ରଣାମ କରି ବ୍ୟବହାର କରନ୍ତୁ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ।
୫ . ଘରେ ଝାଡୁ ବ୍ୟବହାର କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କୁ ଏବଂ ଝାଡୁକୁ ପ୍ରଣାମ କରିବା ଉଚିତ । କାରଣ ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଏପରି କରିବା ଦ୍ୱାରା ଘରୁ ରୋଗ ଶୋକ ଦୂର ହୋଇଯାଏ । ଏହାଦ୍ୱାରା ଘରୁ ନକରାତ୍ମକତା ଦୂର ହୋଇଥାଏ । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହେ ।

ଝାଡୁ ସହିତ ଜଡ଼ିତ କିଛି ବିଧି :-
୧ . ଝାଡୁକୁ ରଖିବାର ଉପଯୁକ୍ତ ଦିଗ ଅନୁଯାୟୀ ଦକ୍ଷିଣ ପଶ୍ଚିମ କିମ୍ବା ପଶ୍ଚିମ ଦିଗ ଅଟେ । ଏହାଦ୍ବାରା ନକରାତ୍ମକତା ଆସି ନଥାଏ । ଏହାବ୍ୟତୀତ ଝାଡୁକୁ କେବେ ଐଶାନ୍ୟ କୋଣ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ୱାରା ଘରକୁ ଭଗବାନଙ୍କ ଆଗମନ ହୋଇ ନଥାଏ ।
୨ . ବାସ୍ତୁ ଶାସ୍ତ୍ର ଅନୁଯାୟୀ ଝାଡୁ ଭାଙ୍ଗି ଯିବାର ତୁରନ୍ତ ତାହାକୁ ବଦଳାଇ ଦିଅନ୍ତୁ । ନଚେତ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଏହାଦ୍ବାରା ଘରଏ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
