ଯେଉଁ ଲୋକଙ୍କର ଏହି ତିନୋଟି ଅଙ୍ଗରେ କଳାଜାଇ ଥାଏ ସେମାନେ ହୋଇଥାନ୍ତି କୋଟିପତି :-

ପ୍ରାଚୀନ ସମୁଦ୍ରି ଶାସ୍ତ୍ର ଏକ ରହସ୍ୟମୟି ଗ୍ରନ୍ଥ ଅଟେ । ଏହାକୁ ବୁଝିବା ଅତ୍ୟନ୍ତ କାଠିକର ପାଠ ଅଟେ । ଆଜି ପର୍ଯ୍ୟନ୍ତ ବି ଏହାକୁ କେହିବି ଭଲ ଭାବରେ ବୁଝି ପାରି ନାହାଁନ୍ତି । ସାମୁଦ୍ରିକ ଶାସ୍ତ୍ର ଦ୍ୱାରା କୌଣସି ମନୁଷ୍ୟର ସ୍ଵଭାବ ଏବଂ ଗୁଣ ବିଷୟରେ ଜାଣି ହୁଏ । ଏହି ଶାସ୍ତ୍ର ଅନୁସାରେ ମନୁଷ୍ୟର ଜନ୍ମ ସମୟରେ ହିଁ ତାର ଶରୀରରେ କୌଣସି ପ୍ରକାରର ସଙ୍କେତ ସୃଷ୍ଟି ହୋଇଥାଏ । ଶରୀର ବୃଦ୍ଧି ସହିତ ଲକ୍ଷଣ ମଧ୍ୟ ବଢ଼ିବାରେ ଲାଗିଥାଏ । ପ୍ରତ୍ୟେକ ମନୁଷ୍ୟର ଶାରୀରିକ ଗଠନ ଶାସ୍ତ୍ର ବର୍ଣ୍ଣନା ଦ୍ୱାରା ହୋଇଥାଏ । ଶରୀରରେ ଥିବା ଅନେକ ଚିହ୍ନ ପୂର୍ବ ଜନ୍ମ ବିଷୟରେ ସୂଚନା ଦେଇଥାଏ । ଆଉ କିଛି ଚିହ୍ନ ଭାଗ୍ୟ ବିଷୟରେ ସୂଚନା ଦେଇଥାଏ । ସମୁଦ୍ରି ଶାସ୍ତ୍ରରେ ସ୍ତ୍ରୀ ଏବଂ ପୁରୁଷଙ୍କ ଶରୀର ଗଠନ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାଦ୍ୱାରା ଆମେ ବ୍ୟକ୍ତିର ସ୍ଵଭାବ ଏବଂ ଚରିତ୍ର ବିଷୟରେ ଜାଣି ପାରିବୁ ।

ମଣିଷ ଶରୀରରେ ଭିନ୍ନ ଭିନ୍ନ ଅଙ୍ଗରେ କଳାଜାଇ ସୃଷ୍ଟି ହୋଇଥାଏ । ବୟସ ବଢ଼ିବା ସହିତ ତାହା ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ । କିଛି ଶୁଭ ଲକ୍ଷଣ ଦର୍ଶାଉଥିବା ବେଳେ ଆଉକିଛି ଅଶୁଭ ଲକ୍ଷଣ ଦର୍ଶାଇ ଥାଏ । ତିଳ ଦେଖି ଏହା ଜାଣିହୁଏ ଯେ ବ୍ୟକ୍ତି ଭାଗ୍ୟବାନ କି ନୁହେଁ । ତେବେ ଚାଲନ୍ତୁ ଜାଣିନେବା ଶରୀରର କେଉଁ ଅଙ୍ଗରେ ତିଳ ରହିବା ଶୁଭ ହୋଇଥାଏ ।

୧ . ଯେଉଁ ବ୍ୟକ୍ତିର ଛାତିର ମଧ୍ୟ ଭାଗରେ ତିଳ ଥାଏ ଏବଂ ତାହା ସ୍ପଷ୍ଟ ଦେଖାଯାଏ ସେହି ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ । ତାହା ଅତ୍ୟନ୍ତ ଶୁଭ ଅଟେ । ସେମାନେ ପରିବାର ଏବଂ ଲୋକ ସ୍ଥାନରେ ମଧ୍ୟ ନିଜର ଏକ ଭିନ୍ନ ସ୍ଥାନ ବନାଇଥାନ୍ତି । ଏମାନେ ନିଜ ପରିଶ୍ରମ ଦ୍ୱାରା ବ୍ୟାପାରରେ ଉନ୍ନତି କରିଥାନ୍ତି । ସମାଜରେ ମାନ ପ୍ରତିଷ୍ଠା ପ୍ରାପ୍ତ କରିଥାନ୍ତି । ଏମାନଙ୍କ ସ୍ୱଭାବ ଖୁବ ଭଲ ହୋଇଥାଏ । ଯାହାଦ୍ୱାରା ସବୁ ବିଗିଡ଼ି ଯାଇଥିବା କାମ ମଧ୍ୟ ସୁରୁଖୁରୁରେ ହୋଇଯାଏ । ଏମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ବେଶ ଭଲ ହୋଇଥାଏ

ଧନ ପ୍ରାପ୍ତି ପାଇଁ ଏମାନେ ସର୍ବଦା ଆଗଭର ରହନ୍ତି । ଯେଉଁ ମହିଳାଙ୍କର ଛାତିର ମଝିରେ ତିଳ ଥାଏ ସେମାନଙ୍କୁ ସଜବାଜ ହେବା ଅଧିକ ପସନ୍ଦ ଥାଏ । ଏମାନଙ୍କ ମଧ୍ୟରେ କୌଣସି ନା କୌଣସି ପ୍ରତିଭା ନିଶ୍ଚୟ ରହିଥାଏ । ସେହି ପ୍ରତିଭାର ଉପଯୋଗ କରି ଏମାନେ ଧନ ଅର୍ଜନ କରନ୍ତି । ଏମାନଙ୍କ ବୈବାହିକ ଜୀବନ ସୁଖ ଶାନ୍ତିରେ ଭରି ରହେ । ଖାସକରି ବିବାହ ପରେ ଏମାନଙ୍କ ଭାଗ୍ୟ ଉଦୟ ହୋଇଥାଏ । ଏମାନଙ୍କୁ ବିବାହ ପରେ ସଫଳତା ମିଳିଥାଏ । ଜୀବନସାଥୀ ସବୁ କାମରେ ଏମାନଙ୍କ ସାଥ ଦେଇଥାନ୍ତି ।

୨ . ସମୁଦ୍ରି ଶାସ୍ତ୍ର ଅନୁଯାୟୀ ନାକରେ ତିଳ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏମାନଙ୍କ ମନ ପରିଷ୍କାର ଥାଏ ଏବଂ ଏମାନେ ବହୁତ ଜଲଦି କ୍ରୋଧିତ ହୋଇ ଯାଆନ୍ତି । ଏମାନଙ୍କୁ ହସ ଖୁସି କରିବା ଭଲ ଲାଗିଥାଏ । ମାତ୍ର ଏମାନେ କାହାରି ନାମରେ ଦ୍ଵେଷ ଭାବ ରଖନ୍ତି ନାହିଁ । ଏମାନେ କାହାରି ସହିତ ଛଳ କପଟ କରନ୍ତି ନାହିଁ । ଏମାନେ ସ୍ୱାଭିମାନି ହୋଇଥାନ୍ତି । ଏମାନେ କର୍ମ ଉପରେ ବିଶ୍ୱାସ ରଖନ୍ତି । ବୟସ ବଢ଼ିବା ସହିତ ସଫଳତାର ସିଡ଼ି ଚଢ଼ି ଯାଆନ୍ତି । ନାକରେ ତିଳ ଥିବା ବ୍ୟକ୍ତିଙ୍କୁ ୩୦ ବର୍ଷ ପରେ ସଫଳତା ପ୍ରାପ୍ତ ହୋଇଥାଏ । ଏମାନଙ୍କୁ ପରିବାରରୁ ଅତ୍ୟନ୍ତ ସମ୍ମାନ ମିଳିଥାଏ । ନାକରେ ତିଳ ଥିବା ମହିଳା ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏହି ମହିଳା ମାନେ ନିଜ କ୍ୟାରିଅରରେ ବଡ଼ ସଫଳତା ପ୍ରାପ୍ତ କରନ୍ତି । ଏମାନଙ୍କ ବାଣୀ ଅତ୍ୟନ୍ତ ମଧୁର ହୋଇଥାଏ ।

୩ . ଯେଉଁ ଲୋକଙ୍କ ହାତ ପାପୁଲିରେ ତିଳ ଥାଏ ଏବଂ ହାତ ମୁଠା ବନ୍ଦ କଲେ ତିଳ ମଧ୍ୟ ଭିତରେ ରହିଯାଏ ସେହି ବ୍ୟକ୍ତି ମାନେ ଖୁବ ଗୁଣବାନ ହୋଇଥାନ୍ତି ଏବଂ ଅନେକ ପ୍ରତିଭାର ଅଧିକାରୀ ହୋଇଥାନ୍ତି । ଅଳ୍ପ ବୟସରୁ ହିଁ ଏମାନେ ଲୋକଙ୍କୁ ନିଜ ଦିଗରେ ଆକର୍ଷିତ କରିଥାନ୍ତି । ନିଜ ପ୍ରତିଭା କାରଣରୁ ସଂସାରରେ ଯଶ ଏବଂ ମାନ ସମ୍ମାନ ପ୍ରତିଷ୍ଠା କରିଥାନ୍ତି । ଏମାନଙ୍କ ପାଖକୁ ଧନ ଆସିଥାଏ ଏବଂ ଏମାନେ କମ ଖର୍ଚ୍ଚ କରୁଥିବା ହୋଇଥାନ୍ତି । ଏମାନେ ଗୃହ କାର୍ଯ୍ୟରେ ମଧ୍ୟ ଦକ୍ଷ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *