ଯଦି ଏଟିଏମ୍ ରେ ଟଙ୍କା ଫସିଯାଏ,ତେବେ ସର୍ବପ୍ରଥମେ କରନ୍ତୁ ଏହି କାମ;ନଚେତ୍ ପଇସା ପାଇବେ ନାହିଁ ।

ଆଜିର ସମୟରେ ଅଧିକାଂଶ ଲୋକ କ୍ୟାସ୍ ଉଠାଇବା ପାଇଁ ଏଟିଏମ୍ ର ବ୍ୟବହାର କରନ୍ତି | କିନ୍ତୁ ଆପଣ ନିଶ୍ଚିତ ଭାବରେ ଅନେକ ଥର ଏପରି ଖବର ଶୁଣିଥିବେ ଯେ କ୍ୟାସ୍ ଉଠାଇବା ସମୟରେ ପଇସା ଏଟିଏମରେ ହି ଫଶି ଯାଏ | ଏମିତିରେ ଅନେକ ଲୋକ ଭୟଭୀତ ହୋଇଯାଆନ୍ତି ଏବଂ ନିଜ ପଇସାକୁ ପୁଣିଥରେ ଏଟିଏମ୍ ମେସିନରୁ ବାହାର କରିବାର ଚେଷ୍ଟା କରନ୍ତି | ଏହି ପରିସ୍ଥିତିରେ ଆପଣଙ୍କୁ ଭୟଭୀତ କରିବାର ଆବଶ୍ୟକତା ନାହିଁ | ଯଦି ଆପଣଙ୍କ ସହ ମଧ୍ୟ ଏପରି ହୁଏ ତେବେ ଏହି ଖବର କେବଳ ଆପଣଙ୍କ ପାଇଁ | ଆଜି ଆମେ ଆପଣଙ୍କୁ ଏଟିଏମରେ ଅଟକି ରହିଥିବା ଟଙ୍କା ଫେରସ୍ତ ଆଣିବାର ଉପାୟ କହିବାକୁ ଯାଉଛୁ |

ବ୍ୟାଙ୍କରେ ଏମିତି କରନ୍ତୁ ସମ୍ପର୍କ :-

ଆରବିଆଇର ନିୟମ ଅନୁଯାୟୀ, ଯଦି ଆକାଉଣ୍ଟଧାରୀ ନିଜ ବ୍ୟାଙ୍କ ଏଟିଏମ କିମ୍ବା ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରନ୍ତି ଏବଂ କ୍ୟାସ ବାହାରେ ନାହିଁ, କିନ୍ତୁ ଆକାଉଣ୍ଟରୁ ପଇସା କଟିଯାଥାଏ ତେବେ ସେତେବେଳ ସମୟରେ ନିଜ ବ୍ୟାଙ୍କର କୌଣସି ମଧ୍ୟ ନିକଟସ୍ଥ ଶାଖାକୁ ଯାଇ ସମ୍ପର୍କ କରନ୍ତୁ | ଯଦି ବ୍ୟାଙ୍କ ବନ୍ଦ ଅଛି ତେବେ ବ୍ୟାଙ୍କର କଷ୍ଟମର କେୟାର କୁ କଲ କରି ଏହି କଥାର ସୂଚନା ଦିଅନ୍ତୁ | ଆପଣଙ୍କର ଅଭିଯୋଗ ଦର୍ଜ କରାଯିବ | ବ୍ୟାଙ୍କକୁ ଏଥିପାଇଁ ଗୋଟେ ସପ୍ତାହର ସମୟ ଲାଗିବ |

ରେଜେକ୍ସନ ସ୍ଲିପ୍ କୁ ରଖନ୍ତୁ ପାଖରେ :-

ଏଟିଏମ୍ ରୁ ପଇସା ବାହାରକରିବା ସମୟରେ ଏହିପରି ସ୍ଥିତିରେ ରେଜେକ୍ସନ ଫେଲ୍ ହୋଇଯାଇଥିଲେ ମଧ୍ୟ, ଏହାର ସ୍ଲିପ ଆପଣଙ୍କୁ ଆପଣଙ୍କ ପାଖରେ ରଖିନେବା ଦରକାର | ଏଥିପାଇଁ କେବେ ମଧ୍ୟ ରସିଦ ବାହାର କରିବାକୁ ଜମା ବି ଭୁଲନ୍ତୁନି | କୌଣସି କାରଣରୁ ଯଦି ସ୍ଲିପ ନ ବାହାରୁଛି ତେବେ ଆପଣ ବ୍ୟାଙ୍କକୁ ଷ୍ଟେଟମେଣ୍ଟ ମଧ୍ୟ ଦେଇପାରିବେ | ଟ୍ରାଞ୍ଜାସାକ୍ସନ ସ୍ଲିପ ଏଥିପାଇଁ ଜରୁରୀ ଅଟେ ଯେ ଏଥିରେ ଏଟିଏମ୍ ର ID, ଲେକେସନ, ସମୟ ଏବଂ ବ୍ୟାଙ୍କ ତରଫରୁ ରେସପଂସ ସେଥିରେ ପ୍ରିଣ୍ଟ ହୋଇଥାଏ |

ସାତଦିନ ଭିତରେ ପଇସା ଫେରସ୍ତ କରିବ ବ୍ୟାଙ୍କ :-

ଆରବିଆଇ ଏହି ପରି ମାମଲାକୁ ଦେଖିକରି ଖାସ ଗାଇଡଲାଇନ୍ ବନେଇଛି | ଏହା ଅନୁସାରେ ଏହି ପ୍ରକାରର ମାମଲାରେ ବ୍ୟାଙ୍କକୁ ଗ୍ରାହକଙ୍କ ପଇସାକୁ 7 ଦିନ ଭିତରେ ଫେରସ୍ତ କରିବାକୁ ପଡିବ | ଯଦି ବ୍ୟାଙ୍କ ଆପଣଙ୍କ ପଇସାକୁ ଗୋଟେ ସପ୍ତାହ ଭିତରେ ଫେରସ୍ତ ଦିଏନାହିଁ, ତେବେ ଏହା ପାଇଁ ଆପଣ ବ୍ୟାକିଙ୍ଗ ଲୋକପାଳଙ୍କ ସହ ଦେଖା ଦେଖା କରି ପାରିବେ | ଯଦି ବ୍ୟାଙ୍କ 7ଦିନ ଭିତରେ ଗ୍ରାହକ ମାନଙ୍କୁ ପଇସା ଫେରେଇ ନ ପରେ, ତେବେ ଏହା ପରେ ବ ବ୍ୟାଙ୍କକୁ ପ୍ରତିଦିନ ହିସାବରେ 100 ଟଙ୍କା ଗ୍ରହକଙ୍କୁ ଦେବାକୁ ପଡିବ |

Leave a Reply

Your email address will not be published. Required fields are marked *