ଦେଶର ପ୍ରଥମ ରେଳ ଷ୍ଟେସନ ଯେଉଁଠାରେ ଶିକ୍ଷିତ ଝିଅମାନେ ବିକ୍ରି କରୁଛନ୍ତି ଚା,ଜାଣନ୍ତୁ ଏହାର ଖାସିୟାତ !

ଆପଣ ଆଜି ପର୍ଯ୍ୟନ୍ତ ତ ଉଡାଯାହାଜରେ ଗୋଟିଏ ପରେ ଗୋଟିଏ ସୁନ୍ଦର ଝିଅଙ୍କୁ ପାଣି ଏବଂ ଚା ଦେଉଥିବାର ଦେଖିଥିବେ । କିନ୍ତୁ ଯଦି କିଏ ଆପଣଙ୍କୁ ଏହା କହିବ କି ଏବେ ଆପଣଙ୍କୁ ଫ୍ଲାଇଟ୍ ପରି ରେଳ ଷ୍ଟେସନ ରେ ମଧ୍ୟ ସୁନ୍ଦର ଝିଅମାନେ ଚା ପିଏଇବାକୁ ଆସିବେ ତେବେ କଣ ଆପଣ ଏହି କଥାକୁ ବିଶ୍ୱାସ କରିପାରିବେ ? ନୁହେଁ ନା… କିନ୍ତୁ ଏହା ସତ ଅଟେ ।

ସଂକ୍ରମଣକୁ ରୋକିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ।

ଆଜ୍ଞା ହଁ.. ବର୍ତ୍ତମାନ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରେଳ ଷ୍ଟେସନରେ ମଧ୍ୟ ଆପଣଙ୍କୁ ଶିକ୍ଷିତ ଝିଅମାନେ ଚା ବିକିବାର ନଜର ଆସିବେ,ଏହି ଚା ଏମିତି ସେମିତି ନୁହେଁ,ବରଂ ଗୁଣବତ୍ତା ଯୁକ୍ତ ହେବ,କାରଣ ଏଥିରେ ଯେଉଁ ପାଣିର ଉପଯୋଗ କରାଯିବ,ତାହା ମଧ୍ୟ ପ୍ୟାକ୍ ରହିବ,ଭଲ କଥା ତ ଏହା କି ଯେଉଁ ଝିଅମାନେ ଆପଣଙ୍କୁ ଚା ପିଏଇବେ ତାଙ୍କ ଡ୍ରେସ ଏବଂ ହାତ ମଧ୍ୟ ସାନିଟାଇଜ କରାଯିବ,ଯାହାଫଳରେ କୌଣସି ପ୍ରକାରର ସଂକ୍ରମଣ ବିସ୍ତାର କରିବାର ଭ-ୟ ରହିବ ନାହିଁ ।

ଅନ ପେମେଣ୍ଟ ଚା ଉପଲବ୍ଧ ।

ବାସ୍ତବରେ, ଟ୍ରେନ୍ ହୋଷ୍ଟେସ୍ ପରେ ରେଲୱେ ଏହି ଝିଅମାନଙ୍କ ମାଧ୍ୟମରେ ଭୋପାଳ ଷ୍ଟେସନରେ ଯାତ୍ରୀମାନଙ୍କୁ ଅନ-ପେମେଣ୍ଟ ଚା ଯୋଗାଇବା ଆରମ୍ଭ କରିଛି । ଏହି ସେବା ଆରମ୍ଭ କରିବାରେ ଭୋପାଳ ଦେଶର ପ୍ରଥମ ଷ୍ଟେସନ ହୋଇଛି । ଡ଼ିଆରଏମ୍ ର ସୌରଭ ବନ୍ଦୋପାଧ୍ୟାୟଙ୍କ ଉଦ୍ୟମରେ ଏକ କମ୍ପାନୀକୁ ଏହି ଝିଅମାନଙ୍କ ମାଧ୍ୟମରେ ଭେଣ୍ଡିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ବର୍ତ୍ତମାନ ଏହି ସେବା ଇଟାରସି ଷ୍ଟେସନରେ ମଧ୍ୟ ଆରମ୍ଭ ହେବ ।

ବହୁତ ଶିକ୍ଷିତ ଅଟନ୍ତି ଏହି ଝିଅମାନେ :-

ରେଳ ଷ୍ଟେସନ ରେ ଚା ବିକୁଥିବା ଏହି ଝିଅମାନଙ୍କୁ ଯେତେବେଳେ ତାଙ୍କ ପାଠ ବିଷୟରେ ପଚରାଗଲା ତ ଆଶ୍ଚର୍ଯ୍ୟ ହେଲେ,ଏହି ଝିଅମାନଙ୍କ ଭିତରେ କିଏ ବିଏସସି କରିଛନ୍ତି,ତ କିଏ ହାଇସ୍କୁଲ୍,ତ ଆଉ କେହି ହାୟରସେକେଣ୍ଡାରୀ କରିସାରିଛନ୍ତି,କିଛି ଝିଅ ତ ବିଟେକ୍ ବି କରିଛନ୍ତି,ଝିଅମାନେ କହିଲେ କି ଆମେ ଆମର ପାଠ ପଢା ଜାରି ରଖି କାମ କରୁଛୁ, ଯାହାଫଳରେ ଆର୍ଥିକ ପରିସ୍ଥିତିର ସାମ୍ନା କରିବାକୁ ନପଡୁ ।

ସେନସର ମେସିନ୍ କହିଦିଏ ଚା କେଉଁ କ୍ୟାଲିଟିର ।

ରେଳ ଅଧିକାରୀ କହିଲେ କି ଅନ ପେମେଣ୍ଟ ଚା ବ୍ୟବସ୍ଥା ରେ ଚା ର କ୍ୟାଲିଟି ମେସିନ୍ ଦ୍ୱାରା ଯାଞ୍ଚ କରାଯାଏ । ଭେଣ୍ଡର ଝିଅମାନେ ଚା ବନେଇବା ପାଇଁ ସ୍ପେସିଆଲ୍ ପାଣିର ଉପଯୋଗ କରନ୍ତି । ମେସିନ ସେନସର ଦ୍ୱାରା କରାଯାଇଥିବା ପରୀକ୍ଷଣ ରେ ଜଣାପଡିଯାଏ କି ଚା କେଉଁ କ୍ୟାଲିଟିର ଅଟେ ।

ହାତରେ ୱାକି ଟକି,ଡ୍ରେସ୍ ରେ ହିଡେନ କ୍ୟାମେରା ।

ଚା ବିକୁଥିବା ଏହି କାରବାର ରେ ଲାଗିଥିବା ଏହି ଝିଅମାନଙ୍କୁ କୌଣସି ପ୍ରକାରର ଅସୁବିଧା ନଆସୁ ସେଥିପାଇଁ ସେ ସାଥିରେ ୱାକି ଟକି ମଧ୍ୟ ରଖିଥାନ୍ତି । ଏହି ସହିତ ତାଙ୍କ ୟୁନିଫର୍ମ ରେ ହିଡେନ କ୍ୟାମେରା ମଧ୍ୟ ଲଗାଯାଇଛି,ଯାହା ସୁରକ୍ଷା ଦୃଷ୍ଟିରୁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ତାଙ୍କର ହାତ ଏବଂ ୟୁନିଫର୍ମ ର କଫ୍ସ କୁ ୟୁ – ଭି ସାନିଟାଇଜ ମେସିନ ଦ୍ୱାରା ସାନିଟାଇଜ କରାଯାଇ ଥାଏ ।

Leave a Reply

Your email address will not be published. Required fields are marked *