Business Idea: ଗରମରେ କରନ୍ତୁ ବହୁତ ଚାହିଦା ଥିବା ଏହି ବ୍ୟବସାୟ, ସବୁ ମାସରେ ହେବ ଜବରଦସ୍ତ ରୋଜଗାର, ଜାଣନ୍ତୁ କିପରି କରିବେ ଆରମ୍ଭ

ମଣିଷ ପାଇଁ ପାଣି ଏବଂ ପଇସା ଅତ୍ୟନ୍ତ ଜରୁରୀ ଅଟେ | ପାଣି ବିନା ଜୀବନ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ | ସଫା ପାଣିର ଚାହିଦା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି | ଏମିତିରେ ଏହାର ବ୍ୟବସାୟ ମଧ୍ୟ ଦ୍ରୁତ ଗତିରେ ବଢୁଛି | ଭାରତରେ ବୋତଲ ବନ୍ଦ ପାଣିର ବ୍ୟବସାୟ ବାର୍ଷିକ 20% ହାରରେ ବୃଦ୍ଧି ପାଉଛି | 1 ଲିଟର ପାଣି ବୋତଲର ବଜାରେ 75 ପ୍ରତିଶତ ଭାଗ ଅଟେ | ଆପଣ ମଧ୍ୟ ଏହି ବ୍ୟବସାୟ ମାଧ୍ୟମରେ ବହୁତ କମ ବିନିଯୋଗ ସହିତ ବହୁତ ବେଶି ଟଙ୍କା ରୋଜଗାର କରିପାରିବେ |

RO କିମ୍ବା ମିନେରାଲ ୱାଟର ବ୍ୟବସାୟର ଧନ୍ଧାରେ ବ୍ରାଣ୍ଡେଣ୍ଡ କମ୍ପାନୀଗୁଡିକ ଦୌଡ଼ି ଚାଲୁଛନ୍ତି | ବଜାରରେ 1 ଟଙ୍କାକୁ ପାଉଜରେ ଠୁ ନେଇ କରି 20 ଲିଟର ବୋତଲ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି | ସେହିଠାରେ ଘରମାନଙ୍କରେ ବ୍ୟବହାର ପାଇଁ ଏହାଠାରୁ ମଧ୍ୟ ବଡ଼ ବଡ଼ ବୋତଲ ମିଳୁଛି |

ଜାଣନ୍ତୁ କିପରି କରିବେ ଆରମ୍ଭ :-

ଯଦି ଆପଣ ମିନେରାଲ ୱାଟରର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ଏକ କମ୍ପାନୀ ବନାନ୍ତୁ | କମ୍ପାନୀ ଅଧିନିୟମ ଅନୁଯାୟୀ ଏହାକୁ ପଞ୍ଜୀକୃତ କରିନିଅନ୍ତୁ | କମ୍ପାନୀର ପିନ୍ ନମ୍ବର ଏବଂ GST ନମ୍ବର ପରି ସମସ୍ତ ପଚାରିକତା ସମ୍ପୂର୍ଣ୍ଣ କରିନିଅନ୍ତୁ | ବୋରିଙ୍ଗ, RO ଏବଂ ଚିଲର୍ ମେସିନ୍ ଏବଂ କ୍ୟାନ୍ ଇତ୍ୟାଦି ପାଇଁ 1000 ରୁ 1500 ବର୍ଗଫୁଟର ଏକ ସ୍ଥାନ ରହିବା ଉଚିତ ଯାହା ଦ୍ୱାରା ପାଣି ସଂରକ୍ଷଣ ପାଇଁ ଟାଙ୍କି ଗୁଡିକ ତିଆରି କରାଯାଇପାରିବ |

ୱାଟର ପ୍ଲାଣ୍ଟ ଲଗେଇବା ପାଇଁ ଏହି କଥାର ରଖନ୍ତୁ ଧ୍ୟାନ :-

ୱାଟର ପ୍ଲାଣ୍ଟ ଲଗେଇବା ପାଇଁ ଆପଣଙ୍କୁ ଏପରି ଯାଗା ବାଛିବାକୁ ପଡିବ ଯେଉଁଠାରେ TDS ଲେଭେଲ୍ ଅଧିକ ହୋଇ ନଥିବ | ଏହା ପରେ ପ୍ରଶାସନଠାରୁ ଲାଇସେନ୍ସ ଏବଂ ଆଇଏସଆଇ ନମ୍ବର ନେବାକୁ ପଡ଼ିବ | ଅନେକ କମ୍ପାନୀ ଗୁଡିକ କମରସିଲିଆଲ RO ପ୍ଲାଣ୍ଟ ତିଆରି କରୁଛନ୍ତି | ଯାହାର ମୂଲ୍ୟ 50,000 ରୁ ନେଇକରି 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ | ଏହା ସହିତ ହିଁ ଆପଣଙ୍କୁ ଅତି କମରେ 100ଟି ଜାର (20 ଲିଟର କାପାସିଟି ) କିଣିବାକୁ ପଡିବ | ଏସବୁ ପାଇଁ 4 ରୁ 5 ଲକ୍ଷ ଟଙ୍କା ଖର୍ଚ୍ଚ ହେବ | ଆପଣ ବ୍ୟାଙ୍କରୁ ଲୋନ୍ ପାଇଁ ମଧ୍ୟ ଆବେଦନ କରିପାରିବେ | ଯଦି ଆପଣ ଏହିପରି ପ୍ଲାଣ୍ଟ କରନ୍ତି ଯେଉଁଠାରେ ଘଣ୍ଟା ପ୍ରତି 1000 ଲିଟର ପାଣି ପ୍ରଡ଼କ୍ଟସନ୍ ହୋଇଥାଏ ତେବେ ଆପଣ ସହଜରେ ଏବଂ ଅତି କମରେ 30,000 ଟଙ୍କାରୁ ନେଇକରି 50,000 ଟଙ୍କା ସବୁ ମାସରେ ସହଜରେ ରୋଜଗାର କରିପାରିବେ |

ଫିଲ୍ଟର ପାଣିରୁ ଲାଭ :-

RO ପାଣିର ବ୍ୟବସାୟରେ ଅନେକ ଲୋକ କାମ କରୁଛନ୍ତି | ଗୁଣବତ୍ତା ଏବଂ ଡେଲିଭରି ଉନ୍ନତି କରିବାରେ ବହୁତ ଟଙ୍କା ରୋଜଗାର କରାଯାଇପାରିବ | ଯଦି ୱାଟର ସପ୍ଲାଇରେ କୈସି ଅସୁବିଧା ଥାଏ, ତେବେ ବ୍ୟବସାୟ ଖରାପ ଭାବରେ ପ୍ରଭାବିତ ହୋଇପାରେ | ବୋତଲ ଏବଂ ଜାର ଗୁଡିକୁ ବହୁତ ଭାଙ୍ଗିଯାଏ ଏବଂ ବହୁତ ଚୋରି ମଧ୍ୟ ହୋଇଯାଏ, ତାହା ହେଉଛି ଏହି ବ୍ୟବସାୟର କ୍ଷତି ଅଟେ | ଯଦି ସେଠାରେ 150 ଜଣ ନିୟମିତ ଗ୍ରାହକ ଅଛନ୍ତି ଏବଂ ପ୍ରତିଦିନ ଜଣେ ବ୍ୟକ୍ତିଙ୍କ ପାଇଁ ଗୋଟିଏ କଣ୍ଟେନର ସପ୍ଲାଇ ଅଛି ଏବଂ ପ୍ରତି କଣ୍ଟେନରର ମୂଲ୍ୟ 25 ଟଙ୍କା ଅଟେ, ତେବେ ମାସକୁ 1,12,500 ଟଙ୍କା ରୋଜଗାର ହେବ | ଏଥିରେ ସାଲେରୀ, ଭଡା, ବିଦ୍ୟୁତ୍ ବିଲ୍, ଡିଜେଲ ଏବଂ ଅନ୍ୟାନ୍ୟ ଖର୍ଚ୍ଚ କାଟିବା ପରେ 15-20 ହଜାର ଲାଭ ହେବ | ଗ୍ରାହକମାନେ ବୃଦ୍ଧି ପାଇଲେ ଆୟ ବୃଦ୍ଧି ପାଇବ|

Leave a Reply

Your email address will not be published. Required fields are marked *