କୋଇଲାକୁ ଖୋଲା ବଗିରେ କାହିଁକି ନିଆଯାଇଥାଏ,ଚୋରି ହେବାର ସମ୍ଭାବନା ରହିବା ସତ୍ତ୍ୱେ ବି ? ଜାଣିଛନ୍ତି କି ?

ଆପଣ ମାଲଗାଡିରେ କୋଇଲା ଯାଉଥିବାର କେବେ ଦେଖିଛନ୍ତି କି ? ଯଦି ଆପଣ ଦେଖିଥିବେ,ତେବେ ଗୋଟିଏ ଜିନିଷ ଅବଶ୍ୟ ଧ୍ୟାନ ଦେଇଥିବେ । କି କୋଇଲା ପରିବହନ କରୁଥିବା ମାଲଗାଡିର ବଗି କାହିଁକି ଖୋଲା ରହିଥାଏ । ଏହା ଦ୍ୱାରା କୋଇଲା ଚୋରି ହେବାର ଡର ରହିଥାଏ । ଏହା ସହିତ କୋଇଲା ବର୍ଷାରେ ଭିଜିବାର ବି ଡର ରହିଥାଏ ।

କେବଳ ଭାରତ ନୁହେଁ,ଦୁନିଆର ଅଧିକାଂଶ ଦେଶରେ କୋଇଲା ଖୋଲା ବଗିରେ ହିଁ ପରିବହନ କରାଯାଇଥାଏ । ରେଲୱେ ର ଭାଷାରେ ଏହି ବଗିଗୁଡିକୁ ବକ୍ସ ଏନ ୱାଗୁନ କୁହାଯାଏ । ଆଜି ଆମେ ଆପଣଙ୍କୁ କହିବୁ କି କୋଇଲକୁ ଖୋଲା ବଗିରେ କାହିଁକି ପରିବହନ କରାଯାଏ ?

ଖୋଲା ବଗିରେ କାହିଁକି ଲଦା ଯାଏ କୋଇଲା

ଆପଣ ଏଠାରେ କୋଇଲା ଅଧିକାଂଶ ପରିବହନ ରେଲଗାଡିରେ ହିଁ ହୋଇଥାଏ । ତେବେ ଦେଶର କୋଇଲା ଖଣିରୁ ହେଉ ଅବା ବିଦେଶ ରୁ ଅଣାଯାଇଥାଉ । ତାକୁ ଖଣି କିମ୍ବା ବନ୍ଦରରୁ ପାୱାର ଷ୍ଟେସନ କିମ୍ବା କାରଖାନାକୁ ମାଲଗାଡି ଦ୍ୱାରା ପରିବହନ କରାଯାଇଥାଏ । ଆପଣ ଧ୍ୟାନ ନିଶ୍ଚିନ୍ତ ଦେଇଥିବେ କି ଏହି ମାଲଗାଡିଗୁଡିକର ଡବା ଓପନ ଅର୍ଥାତ ଖୋଲା ହୋଇଥାଏ ।ଏହାକୁ ରେଲୱେ ର ଭାଷାରେ ବକ୍ସ ଏନ ୱାଗୁନ କୁହାଯାଏ ।

ଚୋରି ହେବାର ଡର ରହିଥାଏ

ଯେତେବେଳେ ଖୋଲା ବଗିରେ କୋଇଲା ପରିବହନ କରାଯାଏ ସେତେବେଳେ ଚୋରି ହେବାର ଡର ରହିଥାଏ । ଯେଉଁଠି କୋଇଲାରେ ଭରା ମାଲଗାଡି ରହିଥାଏ, ପ୍ରାୟତ ଚୋର ବଗି ଉପରେ ଚଢିଯାନ୍ତି । ତାପରେ କୋଇଲାର ବଡ଼ ବଡ଼ ଖଣ୍ଡ ମାଲଗାଡିରୁ ତଳକୁ ଫୋପାଡ଼ି ଦିଅନ୍ତି । ଏଥିରେ କୋଇଲା ପରିବହନ କରୁଥିବା ଲୋକଙ୍କ କ୍ଷତି ହୋଇଥାଏ । କେବଳ ଏତିକି ନୁହେଁ,ବର୍ଷା ହେବା ବେଳେ ଖୋଲା ବଗିରେ ରହିଥିବା କୋଇଲା ଭିଜିଯାଇଥାଏ । ତଥାପି କୋଇଲାର ପରିବହନ ଖୋଲା ବଗି ରେ ହିଁ ହୋଇଥାଏ।

ଖୋଲା ବଗିରେ ରହିଥାଏ ସୁବିଧା

କୋଇଲା କୁ ଖଣିରୁ ବହାର କରିବା ପରେ ତାକୁ ପିଟ୍ ହେଡ ପାଖକୁ ଅଣାଯାଏ । ସେଇଠି କୋଇଲାର ଷ୍ଟକ୍ ୟାର୍ଡ ତିଆରି ହୋଇଥାଏ । ସେଇଠି ମାଲଗାଡିକୁ ଆଣି ୟାର୍ଡ ରେ ଲଗେଇ ଦିଆଯାଏ । ତାପରେ ବଗିରେ କୋଇଲକୁ ରଖାଯାଇଥାଏ । ମାଲଗାଡିରେ କୋଇଲର ଲୋଡିଙ୍ଗ ବୁଲଡୋଜର ସାହାଯ୍ୟ ରେ ହୋଇଥାଏ କିମ୍ବା ମେସିନ ଦ୍ୱାରା ହୋଇଥାଏ । ଖୋଲା ବଗି ପାଇଁ ଲୋଡିଙ୍ଗ କରିବା ସହଜ ହୋଇଥାଏ । ଯଦି ବଗି ବନ୍ଦ ହୋଇଥାନ୍ତା ତେବେ ସେଥିରେ ଲୋଡିଙ୍ଗ କରିବାକୁ ବହୁତ ସମୟ ଲାଗିଯାଇଥାନ୍ତା

କୋଇଲା ଖାଲି କରିବା ବି ସହଜ

ଯେତେବେଳେ କୋଇଲା ଭରା ମାଲଗାଡି ପାୱାର ଷ୍ଟେସନରେ ପହଂଚିଯାଏ ତ ସେଇଠି ଖୋଲା ବଗିରୁ କୋଇଲା ଖାଲି କରିବା ବି ସହଜ ହୋଇଥାଏ । ଅଧିକାଂଶ ଜାଗାରେ ଏମିତି ବ୍ୟବସ୍ଥା ହୋଇଥାଏ କି ମାଲଗାଡି ଯେଉଁଠି ଛିଡା ହୁଏ ,ସେଇଠି ମେସିନ ସାହାଯ୍ୟରେ କୋଇଲାରେ ଭରା ହୋଇଥିବା ବକ୍ସକୁ ପାଖରେ ହିଁ ପଲଟେଇ ଦିଆଯାଏ । ବଗି ଖୋଲା ରହିବାର କାରଣ ଯେଗୁ କୋଇଲା କମ୍ ସମୟରେ ଖାଲି ହୋଇଯାଏ । ଯଦି ବଗି ବନ୍ଦ ହୋଇଥାନ୍ତା ତେବେ ସେଥିରୁ କୋଇଲା ଖାଲି କରିବାକୁ ବହୁତ ସମୟ ଲାଗିଥାନ୍ତା ।

ନିଆଁ ଲାଗିଲେ ସହଜରେ ବଚାଯାଇପାରିବ

କୋଇଲା ଏକ ଅତ୍ୟନ୍ତ ଜ୍ଵଲନଶୀଳ ପଦାର୍ଥ ଅଟେ । ଏଥିରେ ନିଆଁ ବହୁତ ସହଜରେ ଲାଗି ଯାଇଥାଏ । କୋଇଲା ଖୋଲା ବଗିରେ ଯିବାର ମୁଖ୍ୟ କାରଣ ନିଆଁରୁ ବଞ୍ଚିବା ମଧ୍ୟ ହୋଇଥାଏ । ଯଦି କୋଇଲାରେ ନିଆ ଲାଗିଯାଏ ତେବେ ଖୋଲା ବଗିରେ ଏହା ସହଜରେ ଦେଖାଯାଇପାରେ । ଅନେକ ଥର ଏମିତି ହୁଏ କି ବଗିରେ ଯେତେବେଳେ ହି ଧୂଆଁ ଦେଖାଯାଏ,ତାର ସୂଚ ରେଳ ପ୍ରଶାସନକୁ ଦେଇ ଦିଆଯାଇଥାଏ । ଏହାଦ୍ୱାରା ବଂଚିବା ସହଜ ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *