ଏହି ୫ଟି ଗୁପ୍ତ ଟ୍ରିକ୍ ଦ୍ୱାରା ଆପଣଙ୍କ ବିଦ୍ୟୁତ୍ ବିଲ୍ ହେଇଯିବ ଅଧା,ଏମିତି ଭାବରେ ବ୍ୟବହାର କରନ୍ତୁ AC-Cooler |

ଏହା ହେଉଛି ବିଦ୍ୟୁତ୍ ସଞ୍ଚୟ କରିବା ପାଇଁ ସବୁଠାରୁ ବେସିକି ଟ୍ରିକ୍ :-

ବର୍ତ୍ତମାନ ଆମେ ଆପଣକୁ ଯେଉଁ ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ, ବୋଧହୁଏ ଆପଣ ସେହି ଟ୍ରିକ୍ ବିଷୟରେ ଆଗରୁ ଅଳ୍ପ ବହୁତ ଜାଣିଥିବେ | ଯଦି ଆପଣ ବିଦ୍ୟୁତ୍ ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ବ୍ୟବହାର ପରେ ଆପଣଙ୍କର ଡିଭାଇସ୍ ଅଫ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ | ପ୍ରାୟତ ଏମିତି ହୋଇଥାଏ ଯେ ଫୋନ୍ ଚାର୍ଜ କରିବା ପରେ କିମ୍ବା ଟିଭି ଦେଖିବା ପରେ, ଆପଣ ମେନ୍ ପ୍ଲଗ୍ କୁ ବନ୍ଦ କରିବାକୁ ଭୁଲିଯାଆନ୍ତି | ଏହିଥିରୁ ବହୁ ମାତ୍ରାରେ ବିଦ୍ୟୁତ୍ ନଷ୍ଟ ହୋଇଥାଏ |

AC ର ଏହି ସେଟିଂର ରଖନ୍ତୁ ଧ୍ୟାନ:-

ଯଦି ଆପଣ ଆପଣଙ୍କର AC କୁ 24 ଡିଗ୍ରୀରେ ଚଲେଇବେ,ତେବେ ସେଥିରେ ଏସି ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରିବାକୁ ଦେବ ନାହିଁ ଏବଂ ଏହିପରି ଆପଣଙ୍କର ବିଦ୍ୟୁତ୍ ବିଲରେ ବହୁତ ପାର୍ଥକ୍ୟ ହୋଇପାରେ | ଏହା ସାଥିରେ, ଆପଣ ଟାଇମର୍ ମଧ୍ୟ ବ୍ୟବହାର କରିପାରିବେ | AC ର ସେଟିଙ୍ଗ୍ ରେ ବଦଳାଇ ଆପଣ ପ୍ରତି ମାସରେ ଚାରିରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ |

ପ୍ରଡକ୍ଟ ରେଟିଙ୍ଗର ରଖନ୍ତୁ ଧ୍ୟାନ :-

ଏହା ସହିତ, ବିଦ୍ୟୁତ୍ ର କୌଣସି ମଧ୍ୟ ଉପକରଣ କିଣିବା ପୂର୍ବରୁ, ନିଶ୍ଚିତ ଭାବରେ ସେମାନଙ୍କର ରେଟିଙ୍ଗ ଦେଖିନିଅନ୍ତୁ ଏବଂ ସେହି ପ୍ରଡକ୍ଟ କିଣିବାକୁ ଚେଷ୍ଟା କରନ୍ତୁ, ଯାହାର ରେଟିଙ୍ଗ ବେଶି ହବ ଆଉ ଯାହା ବିଦ୍ୟୁତ୍ ସଞ୍ଚୟ କରିବ |

ଏହି ଡିଭାଇସ୍ କରନ୍ତୁ ବ୍ୟବହାର :-

ଆପଣ ଚାହିଁବେ ତ ଆପଣ ଅନେକ ଡିଭାଇସ୍ ପାଇଁ ମଧ୍ୟ ଗୋଟିଏ ହିଁ ଏକ୍ସଟେନ୍ସନ୍ ବୋର୍ଡ ବ୍ୟବହାର କରିପାରିବେ, କାରଣ ଏହି ଉପାୟରେ, ଆପଣ ଏକ ସୁଇଚ୍ ବନ୍ଦ କରି ଏକା ସମୟରେ ଅନେକ ଡିଭାଇସ୍ ରୁ ବିଦ୍ୟୁତ ସଞ୍ଚୟ କରିପାରିବେ |

ଏହିପରି କିଣନ୍ତୁ :-

ଯଦି ଆପଣ ନିଜ ଘର ପାଇଁ ଟ୍ୟୁବ୍ ଲାଇଟ୍ କିମ୍ବା ବଲ୍ବ ଆଣିବାକୁ ଯାଉଛନ୍ତି, ତେବେ ଚେଷ୍ଟା କରନ୍ତୁ CFL ବଦଳରେ ଏଲଇଡି ବଲ୍ବ ଏବଂ ଲାଇଟ୍ ବ୍ୟବହାର କରନ୍ତୁ | 100W ସାଧାରଣ ବଲ୍ବ 10 ଘଣ୍ଟାରେ ଗୋଟିଏ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରେ, 15W CFL 66.5 ଘଣ୍ଟାରେ ଗୋଟିଏ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରେ ଏବଂ ଯଦି ଆମେ ଏଲଇଡି ବଲ୍ବ ବିଷୟରେ କହିବା, ତେବେ ସେ ଏକ ୟୁନିଟ୍ ର ବିଦ୍ୟୁତ୍ ସେବେ ବ୍ୟବହାର କରେ, ଯେତେବେଳେ ଏହା 111 ଘଣ୍ଟା ଜଳିଯାଏ |

Leave a Reply

Your email address will not be published. Required fields are marked *