୧୬ ଘଣ୍ଟା ପରେ ମୃତ୍ୟୁକୁ ପରାସ୍ତ କରି ବାହାରକୁ ଆସିଲେ, ଲୋକମାନେ ଏସବୁ ଦେଖି କାନ୍ଦିପକାଇଲେ।

ଗତକାଲି ଗୁରୁଗ୍ରାମରେ ଘଟିଥିବା ଆପାର୍ଟମେଣ୍ଟ ଦୁର୍ଘଟଣାରୁ ଆଜି ଏକ ଖୁସି ଖବର ମିଳିଛି। ଉଦ୍ଧାରକାରୀ ଦଳ ୧୬ ଘଣ୍ଟାରୁ ଅଧିକ ସମୟ ଚେଷ୍ଟା କରି ଏ.କେ ଶ୍ରୀବାସ୍ତବଙ୍କୁ ବଞ୍ଚେଇ ଦେଲେ।

ସନ୍ଧ୍ୟା ଠାରୁ ସକାଳ ଏବଂ ପରେ ଅପରାହ୍ନ ପର୍ଯ୍ୟନ୍ତ ୧୬ ଘଣ୍ଟାରୁ ଅଧିକ ସମୟ ବିତି ଚାଲିଥିଲା , ଲୋକଙ୍କ ଚିନ୍ତା ବଢୁଥିଲା, କୋଠାଘରର ଧ୍ୱଂସାବଶେଷରେ ଫସି ରହିଥିବା ଲୋକଙ୍କ ଜୀବନ ରକ୍ଷା ପାଇଁ ସମ୍ପର୍କୀୟଙ୍କ ସହିତ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ପ୍ରାର୍ଥନା କରୁଥିଲେ।

ଜଣେ ଲୋକର ଜୀବନ ରକ୍ଷା କଲାପରେ ଦେବଦୂତ ଭାବରେ ମିଶନରେ କାମ କରୁଥିବା ଏନଡିଆରଏଫେ ସମେତ ଉଦ୍ଧାରକାରୀ ଦଳର ଲୋକମାନେ ବହୁତ୍ ଖୁସି ହୋଇ ଗଲେ ଏବଂ ସେମାନଙ୍କ ଆଖିରୁ ଲୁହ ଆସିଗଲା। ଚିଣ୍ଟାଲ ପାରାଡିସୋ ସୋସାଇଟିର ସାତ ମହଲାରୁ ପ୍ରଥମ ମହଲା ପର୍ୟ୍ୟନ୍ତ ଛାତ ଭୁଶୁଡ଼ି ପଡ଼ିବାରୁ ଛାତ ତଳେ ଫସିରହିଥିବା ଲୋକଙ୍କ ଜୀବନ ଉଦ୍ଧାର କାର୍ଯ୍ୟ ନିରନ୍ତର ଭାବରେ ଚାଲିଛି।

ଗୁରୁଗ୍ରାମ ସେକ୍ଟର ୧୦୯, ର ପ୍ରଥମ ମହଲାରେ ଫସି ଥିବା ଶ୍ରୀବାସ୍ତବଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଗଲା। ଶ୍ରୀବାସ୍ତବ ଜଣେ ଅବସରପ୍ରାପ୍ତ ଅମଲାତନ୍ତ୍ରି।ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ମ୍ୟାକ୍ସ ହସ୍ପିଟାଲକୁ ନିଆଗଲା।

କିନ୍ତୁ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରିହେଲା ନାହିଁ।ଡିସି ନିଶାନ୍ତ କୁମାର ଯାଦବଙ୍କ ନେତୃତ୍ୱରେ ଏନଡିଆରଏଫ ଏବଂ ସିଭିଲ ଡିଫେନ୍ସ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଲେ।

ଅପରାହ୍ନରେ ଅନ୍ୟ ଏକ ଶବକ ଉଦ୍ଧାର କରାଗଲା। ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ଦିନ ସୁନୀତା ଶ୍ରୀବାସ୍ତବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଏବଂ ଆଜି ଭରଦ୍ୱାଜ ଙ୍କ ମୃତ୍ୟୁ ଘଟିଛି। ପ୍ରଥମ ମହଲାର ରେ ଫସି ରହିଥିବା ସୁନୀତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସେ ବାହାରକୁ ବାହାରି ପାରିନଥିଲେ। ଏହି ଦୁର୍ଘଟଣାର ତଦନ୍ତ କରିବା ପାଇଁଜିଲ୍ଲା ମାଜିଷ୍ଟ୍ରେଟ ବିଷ୍ଣୁ କୁମାର ମୀନାଙ୍କୁ କୁହାଯାଇଛି।

ଗୁରୁଗ୍ରାମର ସେକ୍ଟର ୧୦୩ ରେ ଥିବା ଗୋଟେ କୋଠାର ୭ ମହଲାରୁ ପ୍ରଥମ ମହଲା ପର୍ୟ୍ୟନ୍ତ ଘୁସୁଡି ପଡ଼ିଥିଲା। ବିଲ୍ଡିଂରେ ଫସି ରହିଥିବା ଦମ୍ପତିଙ୍କୁ ଉଦ୍ଧାର କରିବା ପାଇଁ ରାତିରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ବିଲ୍ଡିଂର ପ୍ରଥମ ମହଲାରେ ଫସି ରହିଥିବା ଏହି ଦମ୍ପତି ଅରୁଣ ଶ୍ରୀବାସ୍ତବ ଏବଂ ତାଙ୍କ ପତ୍ନୀ ବୋଲି ଜଣା ପଡିଛି। ଉଦ୍ଧାରକାରୀମାନେ ସେମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରୁଥିଲେ। ଅରୁଣ ଶ୍ରୀବାସ୍ତବଙ୍କୁ ଉଦ୍ଧାର କରାଯାଇଛି।

ଡି-ବ୍ଲକର ଟାୱାର-୪ ର ଷଷ୍ଠ ମହଲାରେ ମରାମତି କାମ ହେଲାବେଳେ ଗୁରୁବାର ସନ୍ଧ୍ୟାରେ ଛାତ ଭୁଶୁଡି ପଡିଛି। ହଠାତ୍ ସପ୍ତମରୁ ପ୍ରଥମ ମହଲା ପର୍ଯ୍ୟନ୍ତ ଛାତ ଏବଂ ଚଟାଣ ତଳକୁ ଖସିଗଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଦୁଇ ଜଣଙ୍କୁ ମୃତ ବରଣ କରିଛନ୍ତି।

ଏହି ଘଟଣାରେ ରାଜେଶ ଭରଦ୍ୱାଜଙ୍କ ପତ୍ନୀ ଏକତା ଭରଦ୍ୱାଜ ଙ୍କ ମୃତ୍ୟୁ ଘଟିଛି। ବାଜେରା ପୋଲିସ ଷ୍ଟେସନରେ ଚିଣ୍ଟେଲର ନିର୍ମାଣର ପରିଚାଳନା ନିର୍ଦ୍ଦେଶକ, ଠିକାଦାର ତଥା କଣ୍ଟ୍ରାକ୍ଟର ଅଶୋକ ସୋଲାମାନଙ୍କ ବିରୋଧରେ ସେ ଏଫଆଇଆର ଦାଖଲ କରିଛନ୍ତି।

ଏଠାରେ ସମୁଦାୟ ୫୩୦ ଫ୍ଲାଟ ଅଛି ଏବଂ ସେଠାରେ ୪୦୦ ରୁ ଅଧିକ ପରିବାର ବାସ କରନ୍ତି । ସମଗ୍ର ଦିଲ୍ଲୀ-ଏନସିଆର ଅଞ୍ଚଳରେ ଏହି ଖବର ଲୋକମାନଙ୍କ ମନରେ ଥିବାରୁ ଯେଉଁ ଲୋକମାନେ ଉଚ୍ଚ ଅଟ୍ଟାଳିକାରେ ନିଜ ଘର ତିଆରି କରୁଛନ୍ତି ସେମାନେ ନିଜ କୋଠାର ସୁରକ୍ଷା ପାଇଁ ବହୁ ଚିନ୍ତିତ।

Leave a Reply

Your email address will not be published. Required fields are marked *