ପିଲାଦିନର ପ୍ରେମ ସହିତ 5 ଦିନ ପରେ ହେବାକୁ ଯାଉଥିଲା ଯବାନଙ୍କ ବିବାହ, କିନ୍ତୁ ଘଟିଲା ଦୁର୍ଘଟଣା, କନ୍ୟାର ଯନ୍ତ୍ରଣା ଦେଖି ଦୁଃଖିତ ହେବେ ଆପଣ ।

ନିଜର ପିଲାଦିନର ପ୍ରେମକୁ ବିବାହ କରିବା ବହୁତ କମ୍ ଲୋକଙ୍କର ଭାଗ୍ୟରେ ଥାଏ । କିନ୍ତୁ ଛତିଶଗଡର ବିଜାପୁରର ଏକ ଦମ୍ପତି ନିଜ ପିଲାଦିନର ପ୍ରେମକୁ ବିବାହ ପର୍ଯ୍ୟନ୍ତ ଆଣିବାକୁ ସକ୍ଷମ ହୋଇଥିଲେ । ସେମାନେ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ବୋଲି ଭାବୁଥିଲେ । କିନ୍ତୁ ବିବାହ ସମ୍ପନ୍ନ ହେବା ପୂର୍ବରୁ ଭାଗ୍ୟ ଏହାର ଖେଳ ଖେଳିଲା ​​ଏବଂ ସୁଭାଗ୍ୟ ଖୁବଶିଘ୍ର ଦୁର୍ଭାଗ୍ୟରେ ପରିଣତ ହେଲା ଏବଂ ଦୁର୍ଭାଗ୍ୟ ଦୁହିଁଙ୍କୁ ସବୁଦିନ ପାଇଁ ଅଲଗା କରିଦେଲା । ପିଲାଦିନର ପ୍ରେମ ଏବଂ ଭବିଷ୍ୟତର ଜୀବନସାଥୀଙ୍କୁ ହରାଇ କନ୍ୟାର କାନ୍ଦି କାନ୍ଦି ଖରାପ ଅବସ୍ଥା ହୋଇଛି । ସେ ବାରମ୍ବାର ତାଙ୍କ ପ୍ରେମକୁ ତୁମେ କାହିଁକି ପ୍ରତିଜ୍ଞା ଭାଙ୍ଗିଲ ବୋଲି ପଚାରୁଛନ୍ତି ।

ଛତିଶଗଡରେ CRPF ର ବସ୍ତରିଆ ବାଟାଲିୟନର ଜଣେ ଯବାନ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଜବାନ୍ ବିଜୟ ମରପଲ୍ଲିଙ୍କୁ 25 ବର୍ଷ ବୟସ ହୋଇଥିଲା । ଆସନ୍ତା ଫେବୃଆରୀ 24ରେ, ତାଙ୍କ ବିବାହ ବିଜାପୁରରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ବିବାହର ପାଞ୍ଚ ଦିନ ପୂର୍ବରୁ ଫେବୃଆରୀ 19 ରେ ବିଜୟ ମରପଲ୍ଲିଙ୍କ ଦେହାନ୍ତ ହୋଇଛି । ଫେବୃଆରୀ 17 ରେ ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ଭାବରେ ଆହତ ହୋଇଥିଲେ । ଏହି ଘଟଣା ପରେ ସମଗ୍ର ଗାଁରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ସେମାନଙ୍କ ବିବାହ 24 ଫେବୃଆରୀରେ ହେବାର ଥିଲା । କିନ୍ତୁ ଏହି ଦୁର୍ଘଟଣା ପରେ ବରର ପରିବାର ସହିତ କନ୍ୟାର ଗାଁରେ ମଧ୍ଯ ଦୁଃଖର ଲହରୀ ଉଠିଛି ।

ପୋଲିସର ସୂଚନା ଅନୁସାରେ ବିଜାପୁରର କେସଇ ଗୁଡ଼ା ଗାଁର ବାସିନ୍ଦା ବିଜୟ ମରପଲ୍ଲି CRPF ର ବସ୍ତାରିଆ ବାଟାଲିଅନର ବାସାଗୁଡା କ୍ୟାମ୍ପ୍ ରେ ପଦସ୍ଥ ଥିଲେ । ବିବାହ ପାଇଁ ସେ ଫେବୃଆରୀ 3 ରୁ ଛୁଟିରେ ଥିଲେ । ଏହି ସମୟରେ ସେ ନିଜ ସମ୍ପର୍କୀୟମାନଙ୍କୁ ବିବାହ କାର୍ଡ ଏବଂ ପୋଷାକ ଦେଉଥିଲେ । ଫେବୃଆରୀ 17 ରେ ସେ ସମ୍ପର୍କୀୟଙ୍କୁ ବିବାହ କାର୍ଡ ସହ ପୋଷାକ ଦେବା ପାଇଁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ବାଇକ ତାଙ୍କ କଣ୍ଟ୍ରୋଲ ବାହାରକୁ ଯାଇ ଜାତୀୟ ରାଜପଥ ତଳକୁ ଖସିପଡିଥିଲା । ଭୋପାଳପଟ୍ଟନମରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଜାପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଠାରୁ ପରିବାର ତାଙ୍କୁ ତେଲେଙ୍ଗାନାର ଏନମାକୋଣ୍ଡାକୁ ନେଇଗଲେ, ଯେଉଁଠାରେ ଚିକିତ୍ସା ସମୟରେ ଫେବୃଆରୀ 19 ରେ ବିଜୟଙ୍କର ମୃତ୍ୟୁ ହୋଇଥିଲା ।

ବିଜୟଙ୍କ ଭାଇ ବିନୋଦ ମରପଲ୍ଲୀ କହିଛନ୍ତି ଯେ ବିଜୟ ତିନି ଭାଇଙ୍କ ମଧ୍ୟରେ ମଝିଆଁ ଥିଲେ । ସେ ଗତ 10 ବର୍ଷ ଧରି ପ୍ରେମ କରୁଥିବା ଝିଅ ସହିତ ଫେବୃଆରୀ 24 ରେ ବିବାହ କରିଵାକୁ ଯାଉଥିଲେ । 15 ବର୍ଷ ବୟସରେ ଉଭୟ ଭଲ ବନ୍ଧୁ ହୋଇଥିଲେ ଯାହା ପରେ ପ୍ରେମରେ ପରିଣତ ହୋଇଥିଲା । କିନ୍ତୁ ବିବାହ ପୂର୍ବରୁ ଏକ ବଡ ଦୁର୍ଘଟଣା ଘଟିଥିଲା ​​।

ଦୁର୍ଘଟଣା ପରେ ବିଜୟଙ୍କ ହେବାକୁ ଯାଉଥିବା ପତ୍ନୀ ତଥା ଗର୍ଲଫ୍ରେଣ୍ଡ ରେଶମା ୟାଲମଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ସେ କାନ୍ଦି କାନ୍ଦି କହିଛନ୍ତି ଯେ ବିଜୟ ଏବଂ ସେ ସ୍କୁଲ ଦିନରୁ ପ୍ରେମରେ ପଡିଥିଲେ । ରେଶମା କହିଛନ୍ତି – ଆମେ ଦୁହେଁ ସମ୍ପୂର୍ଣ୍ଣ ଜୀବନ ଭଲ ପାଇବାରେ ବିତାଇବାକୁ ଯାଉଥିଲୁ କିନ୍ତୁ ଦୁର୍ଭାଗ୍ୟ ଆମ ପ୍ରେମ ମଝିରେ ଆସିଗଲା । ବିଜୟ ତାଙ୍କ ସହ ଉତ୍ତମ ଜୀବନ ବିତାଇବେ ବୋଲି ପ୍ରତିଶୃତି ଦେଇଥିଲେ, ଅନେକ ସ୍ୱପ୍ନ ଦେଖାଇଥିଲେ, କିନ୍ତୁ ସେ ପ୍ରତିଶୃତି ଭାଙ୍ଗି ତାଙ୍କୁ ସବୁଦିନ ପାଇଁ ଏକୁଟିଆ ଛାଡି ଚାଲିଗଲେ ।

Leave a Reply

Your email address will not be published. Required fields are marked *