2 ବର୍ଷ ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସୃଷ୍ଟି ହେଲା ନୂଆ ମୋଡ଼ । କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ଖୁଲାସା ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ସମାଧାନ ହୋଇପାରିନାହିଁ । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏକ ଦାବି କରିଛନ୍ତି । ସେ କହିଛନ୍ତି ଯେ ସୁଶାନ୍ତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନ ଆତ୍ମ-ହତ୍ୟା କରିନାହାଁନ୍ତି ବରଂ ଉଭୟଙ୍କୁ ହତ୍ୟା କରାଯାଇଛି । ରାଣା ପୁନର୍ବାର ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ତେବେ ଅନୁସନ୍ଧାନକାରୀ ସଂସ୍ଥା ଏପର୍ଯ୍ୟନ୍ତ ଏହାର ଫାଇନାଲ୍ ରିପୋର୍ଟ ଦାଖଲ କରିନାହାଁନ୍ତି ।

ଆମେ ଆପଣଙ୍କୁ କହିରଖୁଛୁ ଯେ 2020 ଜୁନ୍ 14 ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମୁମ୍ବାଇସ୍ଥିତ ତାଙ୍କ ଫ୍ଲାଟରେ ମିଳିଥିଲା । ଏହାର ଠିକ୍ ଦୁଇ ସପ୍ତାହ ପୂର୍ବରୁ ଦିଶା ସାଲିୟାନଙ୍କର ମୃତ୍ୟୁ ବିଲଡିଂରୁ ତଳକୁ ଖସି ହୋଇଥିଲା ।

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଆଜି ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା ଏଥିପାଇଁ କରାଯାଇଛି ଯେ କାରଣ ସେ ଦିଶା ସାଲିଆନଙ୍କ ହତ୍ୟାକୁ ଖୁଲାସା କରିବାକୁ ଯାଉଥିଲେ । ସେ କହିଛନ୍ତି ଯେ, ‘ସୁଶାନ୍ତଙ୍କ ଘରୁ କୁଆଡେ ଗଲା ସାୱନ୍ତ ନାମକ ଜଣେ ବାଳକ ? ସେ ଏବେବି ନିଖୋଜ ଅଛନ୍ତି । ଦିଶା ସାଲିୟାନଙ୍କ ଘରର ଚୌକିଦାର କେଉଁଠି ଅଛି ? ସମସ୍ତେ ନିଖୋଜ ଅଛନ୍ତି । ଏହି ମାମଲାରେ ଅନେକ ଜିନିଷ ଲୁଚାଇବାକୁ ଚେଷ୍ଟା କରାଯାଉଛି । କିନ୍ତୁ ସବୁକଥା ସାମ୍ନାକୁ ଆସିବା ଉଚିତ୍ ।

ବର୍ତ୍ତମାନ ବିଜେପି ଏବଂ ଶିବସେନା ମଧ୍ୟରେ ଲଢ଼େଇ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଜେପିର କିରିଟ୍ ସୋମ୍ୟା ଏବଂ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଲଗାତାର ଶିବସେନା ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପକ୍ଷରେ ଶିବସେନା ପକ୍ଷରୁ ସଞ୍ଜୟ ରାଉତ ବିଜେପିକୁ ସାମ୍ନା କରିଛନ୍ତି ଏବଂ ଏହାର ପ୍ରତିବାଦ କରୁଛନ୍ତି ।

ଶୁକ୍ରବାର ଦିନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର କିଛି ଅଧିକାରୀ ନାରାୟଣ ରାଣେଙ୍କ ଜୁହୂସ୍ଥିତ ବଙ୍ଗଳାର ବେଆଇନ୍ ନିର୍ମାଣର ଯାଞ୍ଚ କରିବାକୁ ପହଞ୍ଚିଥିଲେ । ବିଏମସି ଏହା ସହ ଜଡିତ ଏକ ନୋଟିସ୍ ମଧ୍ୟ ପଠାଇଛି । ଏହାର କିଛି ସମୟ ପରେ ନାରାୟଣ ରାଣେ ଶିବସେନାର ସାଂସଦ ବିନାୟକ ରାଉତଙ୍କୁ ସମ୍ବୋଧିତ କରି ଏକ ଧମାକେଦାର ଟୁଇଟ୍ କରିଥିଲେ ।

ସେ ତାଙ୍କ ଟ୍ୱିଟରେ ଦାବି କରିଛନ୍ତି ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସାଲିୟାନ ଆତ୍ମହତ୍ୟା କରିନାହାଁନ୍ତି ବରଂ ସେମାନଙ୍କୁ ହତ୍ୟା କରାଯାଇଛି । ବର୍ତ୍ତମାନ ଏହାର ପୁନର୍ବାର ଯାଞ୍ଚ ହେବାକୁ ଯାଉଛି । ଏଥିସହ ସେ କହିଛନ୍ତି ଯେ ‘ମାତୋଶ୍ରୀ’ (ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକର୍ ଙ୍କ ବ୍ୟକ୍ତିଗତ ବାସଭବନ) ର ଚାରିଜଣ ସଦସ୍ୟ ବିରୋଧରେ ଏକ ଇଡି ନୋଟିସ୍ ପ୍ରସ୍ତୁତ ହୋଇଛି । ଏହା ପରେ ସେ ଟ୍ୱିଟରେ ସାଂସଦ ବିନୟକ ରାଉତଙ୍କୁ ପ୍ରଶ୍ନ କରିଛନ୍ତି ଯେ, ‘ଏହା ପରେ ଆପଣଙ୍କର ‘ବସ୍’ ଏବଂ ଆପଣ କୁଆଡେ଼ ଯିବେ ?

Leave a Reply

Your email address will not be published. Required fields are marked *