ପର୍ସରେ କେବେବି ଏହି ୫ଟି ଜିନିଷ ରଖନ୍ତୁ ନାହିଁ , ରଖିଲେ ହୋଇଥାଏ ଧନ ହାନି

ବନ୍ଧୁଗଣ ଆପଣଙ୍କ ପର୍ସ, ଆପଣଙ୍କ ଟଙ୍କାକୁ ସାଇତି ରଖିବାର କାର୍ଯ୍ୟ କରିଥାଏ। କିନ୍ତୁ ବହୁତ ଲୋକ ନିଜ ପର୍ସରେ ନାନାପ୍ରକାର କାଗଜପତ୍ର ତଥା ଭଗବାନଙ୍କ ଫୋଟ ରଖିଥାନ୍ତି। କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ନିଜ ପର୍ସରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ଯଦି ଆମେ ଏହି ଭିଡିଓ ମାଧ୍ୟମରେ ଆପଣଙ୍କୁ କହିବୁ କି କେଉଁ ଜିନିଷ ପର୍ସରେ ରଖିବା ଉଚିତ ନୁହେଁ।

ବନ୍ଧୁଗଣ ପ୍ରଥମ କଥା ହେଉଛି ଆମେ ପ୍ରାୟତଃ ପର୍ସରେ ଭଗବାନଙ୍କ ଫୋଟ ରଖିଥାଉ। କିନ୍ତୁ ବାସ୍ତୁ ନିୟମ ଅନୁସାରେ ଭଗବାନଙ୍କ ଫଟୋଚିତ୍ର ପର୍ସରେ ରଖିବା ଅନୁଚିତ। କିନ୍ତୁ ଆପଣ ଭଗବାନଙ୍କ ଯନ୍ତ୍ରକୁ ନିଜ ପର୍ସରେ ରଖି ପାରିବେ।

Google

ଦ୍ଵିତୀୟଟି ହେଉଛି ପୁରୁଣା କାଗଜ। ବାସ୍ତୁ ଶାସ୍ତ୍ର ଅନୁସାରେ ପର୍ସରେ କୌଣସି ପ୍ରକାରର ପୁରୁଣା କାଗଜ ରଖିବା ଦ୍ୱାରା ଧନହାନୀ ହେବାର ସମ୍ଭାବନା ରହିଥାଏ। ଦେବୀ ଲକ୍ଷ୍ମୀଙ୍କୁ ସଫାସୁତୁରା ପସନ୍ଦ ଥାଏ, ସେଥିପାଇଁ ପର୍ସରେ ଅଦରକାରୀ କାଗଜପତ୍ର ରଖନ୍ତୁ ନାହିଁ।

ତୃତୀୟ ହେଉଛି ଚିରି ଯାଇଥିବା ବା ଫାଟି ଯାଇଥିବା ନୋଟ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ପର୍ସରେ ରଖା ଯାଇଥିବା ନୋଟ ମାତା ଲକ୍ଷ୍ମୀଙ୍କ ସ୍ବରୂପ ହୋଇଥାଏ। ସେଥିପାଇଁ ଚିରି ଯାଇଥିବା ଟଙ୍କା ନିଜ ପର୍ସରେ ରଖନ୍ତୁ ନାହିଁ। ଚିରି ଯାଇଥିବା ନୋଟକୁ ନିଜ ପର୍ସରୁ କାଢି ଦେବା ଉଚିତ। ଏହିପରି ନୋଟ ରଖିବା ଦ୍ୱାରା ଆପଣଙ୍କ ପର୍ସରେ ନକାରାତ୍ମକ ଉର୍ଜା ସୃଷ୍ଟି କରି ଥାଏ।

ଚତୁର୍ଥରେ ମୃତ ସମ୍ପର୍କୀୟଙ୍କ ଫୋଟ ରଖିବା ଉଚିତ ନୁହେଁ। ବନ୍ଧୁଗଣ ପର୍ସକୁ ମାତା ଲକ୍ଷ୍ମୀଙ୍କ ବାସସ୍ଥାନ କୁହାଯାଏ। ସେଥିପାଇଁ ପର୍ସ ରେ ମୃତ ସମ୍ପର୍କୀୟଙ୍କ ଫୋଟ ରଖିବା ଅଶୁଭ ହୋଇଥାଏ। ସେଥିପାଇଁ ଯଦି ଆପଣ ନିଜ ପର୍ସରେ କୌଣସି ମୃତ ବ୍ୟକ୍ତିଙ୍କ ଫୋଟ ରଖନ୍ତୁ ନାହିଁ। ଏହା ଦ୍ବାରା ନକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ।

Google

ପଞ୍ଚମ ହେଉଛି ବିଲ ବା ରସିଦ । ବନ୍ଧୁଗଣ ଆମେ ନିଜ ପର୍ସରେ ବିଲ ବା ରସିଦ ରଖି ଥାଉ। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଉଧାରୀ ବିଲ ବା ରସିଦ ରଖିବା ଅଶୁଭ ମାନା ଯାଇଥାଏ। ଏହିସବୁ ଜିନିଷ ଆପଣଙ୍କୁ ନିଜ ପର୍ସରେ ରଖିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *