ନିମ ଫଳରେ ଲୁଚି ରହିଛି ଧନୀ ହେବାର ଗୁପ୍ତ ରହସ୍ୟ । ନିଶ୍ଚିତ ଜାଣି ନିଅନ୍ତୁ ।

ସାଧରଣତଃ ନିମ ଗଛ ସବୁଠି ଖୁବ ସହଜରେ ମିଳିଯାଏ ଯାହାକି ଅତ୍ୟନ୍ତ ଲାଭକାରୀ ଗଛ ହୋଇଥାଏ । ଏହାର କିଛି ଖାସ ଉପଯୋଗ ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯିବ ଏବଂ ଏହାସହିତ ଶନି ରାହୁ କେତୁ ଦୋଷ ମଧ୍ୟ ଦୂର ହୋଇଯିବ । ନିମ ଗଛ ଅନେକ ରୋଗରୁ ମୁକ୍ତ କରାଇଥାଏ ଏବଂ ଏହାବ୍ୟତୀତ ଆର୍ଥିକ ସମୃଦ୍ଧି ପାଇଁ ଏହାକୁ ଉପଯୋଗ ମଧ୍ୟ କରାଯାଇ ପାରିବ । ବନସ୍ପତି ଶାସ୍ତ୍ରରେ ଏହି ବିଷୟରେ ବର୍ଣ୍ଣିତ ହୋଇଛି । ନିମ ଗଛରେ ଭରପୁର ଔଷଧୀୟ ଗୁଣ ରହିଥାଏ , ଯାହା ସବୁ ପ୍ରକାରର ସଂକ୍ରମଣ ଠାରୁ ମୁକ୍ତ କରିଥାଏ । ନିମ ଗଛର ଅନେକ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି । ନିମକୁ ମାତା ଦୁର୍ଗାଙ୍କ ସ୍ୱରୂପ ମାନା ଯାଇଛି ।

ନବରାତ୍ରୀ ସମୟରେ ମାତାଙ୍କୁ ପୂଜା ସମୟରେ ନିମ ପତ୍ରର ବ୍ୟବହାର କରାଯାଏ । ଏହି ପତ୍ର ଦ୍ୱାରା ମାତାଙ୍କ ଚରଣରେ ପାଣି ଅର୍ପିତ କରାଯାଏ । ନିମ ପାଣି ଆଧ୍ୟାତ୍ମିକ ଏବଂ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ ଅଟେ । ନିମ ଗଛ ଘରର ଆଖପାଖରେ ଲଗାଇଲେ ତାହା ଘରୁ ସଂକ୍ରମଣ ରୋଗରୁ ମୁକ୍ତ କରିଥାଏ । ନିମ ଗଛର ପତ୍ର , ଚେର , ବକଳ ଏବଂ ଫଳ ସବୁ ଜିନିଷର ଭିନ୍ନ ଭିନ୍ନ ପ୍ରୟୋଗ ରହିଛି ।

ଜ୍ୟୋତିଷ ଶାସ୍ତ୍ରରେ ନିମ ଗଛକୁ ଶନି ଗ୍ରହ ସହିତ ଯୋଡ଼ା ଯିବା ସହିତ ରାହୁ କେତୁ ଦୋଷ ଦୂର କରିବା ପାଇଁ ଏହାର ପ୍ରୟୋଗ କରାଯାଇଥାଏ । ନିମ ଗଛ ମୂଳରେ ବସି ପ୍ରାର୍ଥନା କରିଲେ ସିଦ୍ଧି ପ୍ରାପ୍ତ ହୋଇଥାଏ । ମା ଶୀତଳା ଏବଂ ମା ଦୁର୍ଗାଙ୍କ ପୂଜାରେ ବ୍ୟବହୃତ ହୋଇଥାଏ । ଯଜ୍ଞରେ ନିମକୁ ବ୍ୟବହାର କଲେ ଶନି ଦୋଷରୁ ମୁକ୍ତି ମିଳିଥାଏ ।

ନିମ ଗଛର ମାଳା କରି ପିନ୍ଧିଲେ ଶନି ଦୋଷରୁ ମୁକ୍ତି ମିଳିଥାଏ । ଏହାଦ୍ବାରା ଶନିଙ୍କ ସାଢ଼େସାତୀରୁ ମୁକ୍ତି ମିଳିଥାଏ । ଏହି ମାଳାକୁ ଧାରଣ କରିବା ପୂର୍ବରୁ ଶନିଙ୍କ ମନ୍ତ୍ର ୧୦୮ ଥର ଜପ କରି ଧୂପ ଦୀପ ଦ୍ୱାରା ଶୁଦ୍ଧ କରିବା ପରେ ବେକରେ ଧାରଣ କରନ୍ତୁ । ଏକ ଗୁପ୍ତ ପ୍ରୟୋଗ ଅନୁଯାୟୀ ଏକ ଚଉଡ଼ା ନିମ କାଠ ନେଇ ସେଥିରେ ଶ୍ରୀଯନ୍ତ୍ର ଆଙ୍କି ଦିଅନ୍ତୁ ।

ତାପରେ ଏହାକୁ ନିଜ ଘରେ ସ୍ଥାପିତ କରିବା ଦ୍ୱାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏଭଳି ଘରକୁ ମାତା ଲକ୍ଷ୍ମୀ କେବେ ପରିତ୍ୟାଗ କରନ୍ତି ନାହିଁ । ଶ୍ରୀଯନ୍ତ୍ରକୁ ଏକ ନାଲି କପଡ଼ାରେ ନିଜ ଘରର ପୂଜା ଘରେ ସ୍ଥାପିତ କରି ଦିଅନ୍ତୁ । ଏହାକୁ ପ୍ରତ୍ୟେକ ଦିନ ଦର୍ଶନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ସେହି ଘରକୁ କେବେ ତ୍ୟାଗ କରନ୍ତି ନାହିଁ ।

ଏହାଦ୍ବାରା ଘର ଲୋକଙ୍କ ଆଧ୍ୟାତ୍ମିକ ବୃଦ୍ଧି ହେବା ସହିତ ଘର ବାହାରେ ଏହି ଗଛ ଲଗାଇଲେ ୫୦୦ ଫିଟ ଦୂର ପର୍ଯ୍ୟନ୍ତ ସକାରାତ୍ମକ ଶକ୍ତି ରହିଥାଏ ଏବଂ କୌଣସି ନକରାତ୍ମକତା ଆସେନାହିଁ । କୌଣସି ବ୍ୟକ୍ତିର ରାହୁ ସମସ୍ୟା ଥିଲେ ସ୍ନାନ ପାଣିରେ ନିମ ପତ୍ର ପକାଇ ସ୍ନାନ କଲେ ରାହୁ ସମସ୍ୟା ଦୂର ହୋଇଥାଏ । ଗୁପ୍ତ ଉପାୟ ଅନୁଯାୟୀ ସୋମବାର ଦିନ କୌଣସିବି ଦେବଦେବୀଙ୍କ ମନ୍ଦିର ପାଖରେ ଏକ ନିମ ଗଛ ଲଗାଇ ଦିଅନ୍ତୁ ।

ଯେଉଁ ବ୍ୟକ୍ତି ଏହି ଗଛ ଲଗାଇ ଥାଏ ସେହି ବ୍ୟକ୍ତି ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଥାଏ । ସେହି ଗଛ ଯେତେ ବିସ୍ତୃତ ହେବ ଆପଣଙ୍କ ଆଧ୍ୟାତ୍ମିକ ଉନ୍ନତି ସେତେ ଅଧିକ ହେବ , ଆର୍ଥିକ ଉନ୍ନତି ହେବ , ଆପଣ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ନିମ ଗଛ ଯୋଡ଼ା ସଂଖ୍ୟାରେ ଲଗାଇଲେ ତାହା ଅଧିକ ଫଳପ୍ରଦ ହୋଇଥାଏ । ଏପରି ମାନ୍ୟତା ରହିଛି ଯେ ନିମ ଗଛ ମୂଳରେ କ୍ଷୀର ଢ଼ାଳିଲେ ଘରୁ କଳହ ଦୂର ହୋଇଥାଏ । ଏହାବ୍ୟତୀତ ରାହୁ କେତୁ ଦୋଷ ଏବଂ ବାସ୍ତୁ ମଧ୍ୟ ଦୃଢ଼ ହୋଇଥାଏ ।

Leave a Reply

Your email address will not be published. Required fields are marked *