ଏମିତି ଘରେ ଦେବୀ ଲଷ୍ମୀ କେବେ ବି କରନ୍ତି ନାହିଁ ବାସ…

ଅନେକ ଲୋକଙ୍କର ଭାଗ୍ୟ ଏବଂ ଭବିଷ୍ୟତ ଏମିତି ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାଏ ଯେଉଁମାନେ କି ଘରର କାମ କରିବା ସହିତ ଘର ପରିବାରର ଯତ୍ନ ନେଇପାରୁଥିବେ | କିନ୍ତୁ ଏମିତି କିଛି କାମ ମଧ୍ୟ ଅଛି ଯାହାକୁ ମହିଳା ମାନେ କରିବା ଆଦୌ ଉଚିତ ହୋଇନଥାଏ | ପ୍ରାଚୀନ କାଳରୁ ହିଁ ମହିଳା ମାନଙ୍କୁ ମାତା ଲଷ୍ମୀଙ୍କର ପ୍ରତୀକ ବୋଲି ବିବେଚନା କରାଯାଇଛି |

ଏହା ମଧ୍ୟ କୁହାଯାଏ ଯେ ଯଦି କୋୖଣସି ସ୍ତ୍ରୀ ଚାହେଁ ତେବେ ସେ ଗୋଟେ ଘରକୁ ମନ୍ଦିର ବନେଇଦିଏ ଆଉ ଯଦି ଚାହିବ ଗୋଟେ ମନ୍ଦିରକୁଁ ବି ମଶାଣିରେ ପରିଣତ କରିଦେଇପାରେ | ଆମ ଶାସ୍ତ୍ରରେ ଏମିତି କିଛି ନିୟମ ବିଷୟରେ କୁହାଯାଇଛି ଯେ ଯେଉଁ ସବୁ ଘରର ମହିଳା ମାନେ କରିବା ଦ୍ୱାରା ଘରକୁ ଦରିଦ୍ରତା ଅସିଥାଏ | ଏହା ସହ କିଛି ଅଭ୍ୟାସ ଏମିତି ବି ଥାଏ ଯାହା ଦ୍ୱାରା ଘରକୁ ସୁଖ ଏବଂ ସମୃଦ୍ଧି ଅସିଥାଏ | ଆସନ୍ତୁ ଜାଣିବା ମହିଳା ମାନଙ୍କୁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ..

ଯେଉଁଘରେ ମହିଳା ମାନେ ଝାଡ଼ୁରେ ବାରମ୍ବାର ଗୋଡ଼ ମାରନ୍ତି, କିମ୍ବା ଝାଡୁରେ ଜାଣି ଜାଣି ଗୋଡ଼କୁ ବଜାନ୍ତି ସେଠାରେ କେବେ ବି ମାତା ଲଷ୍ମୀଙ୍କର ବାସ ହୋଇନଥାଏ | ଏମିତି ଘରେ ସବୁ ସମୟରେ ଦରିଦ୍ରତା ରହିଥାଏ |

ଯଦି ଆପଣଙ୍କ ଘରର ମହିଳା ମାନେ ମଧ୍ୟ ଖାଇବା ପରେ ଅଇଁଠା ବାସନକୁ ଚୁଲି ଉପରେ ରଖି ଶୋଇଯାନ୍ତି ତେବେ ଏମିତି ଘରକୁ ମଧ୍ୟ ଲଷ୍ମୀ ଦେବୀ କେବେ ବି ଆସିନଥାନ୍ତି | ଏହା ଗରିବୀ ଏବଂ ଦୁଃଖର କାରଣ ପାଲଟିଯାଇଥାଏ |

ଯେଉଁ ଘରେ ମହିଳା ମାନେ କବାଟକୁ ଗୋଇଠା ମାରି ଖୋଲନ୍ତି କିମ୍ବା ବନ୍ଦ କରନ୍ତି | ସେହିଘରେ ମଧ୍ୟ କେବେ ବି ମାତା ଲଷ୍ମୀଙ୍କର ବାସ ହୋଇନଥାଏ |

ଯଦି ଆପଣଙ୍କ ଘରେ କେହିବି ନହିଁଲା ଘରର ଏରୁଣ୍ଡି ବନ୍ଦରେ ବସି ଭୋଜନ କରନ୍ତି | ତାହା ସେହି ଘରର ବରବାଦୀର କାରଣ ବନିଥାଏ | ହିନ୍ଦୁଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ବୋଲି କୁହାଯାଇଛି | ଏମିତି କରୁଥିଲେ ଆଜି ହିଁ ବନ୍ଦ କରିଦିଅନ୍ତୁ |

ଯଦି ଘରର ମହିଳା ମାନେ ରାତିରେ ଅଇଁଠା ବାସନ ରୋଷେଇ ଘରେ ରଖି ଶୋଇଯାନ୍ତି ତେବେ ଏହା ଦରିଦ୍ରତାକୁଁ ଆମନ୍ତ୍ରିତ କରିବା ସହ ସମାନ ହୋଇଥାଏ |

Leave a Reply

Your email address will not be published. Required fields are marked *