ଘର ଉପରେ ଏହି ଗଛର ଛାଇ କେବେବି ପଡ଼ିବା ଉଚିତ ନୁହେଁ, ନଚେତ ଜୀବନରେ ଦୁର୍ଭାଗ୍ୟ ମାଡି ଆସିଥାଏ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କଣ ଆପଣଙ୍କ ଘରର ଦୁଆର ମୁହଁରେ ଗଛର ଛାଇ ପଡୁଛି? ଯେଉଁ ଘରର ଦୁଆର ମୁହଁ ସାମ୍ନାରେ କୌଣସି ଗଛର ଛାଇ ପଡ଼ିଥାଏ, ତାହେଲେ ଏହାର ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ। ବାସ୍ତୁ ଶାସ୍ତ୍ରରେ ଭବନ ନିର୍ମାଣକୁ ଅତ୍ୟନ୍ତ ଶୁଭ ମାନା ଯାଇଛି। ପୁରାତନ ଯୁଗରେ, ଭଗବାନ ବିଶ୍ଵକର୍ମା ଘର ନିର୍ମାଣ କରୁଥିଲେ। ପୁରାତନ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅତ୍ୟନ୍ତ ଗୁରୁତ୍ବ ଦିଆଯାଇଥାଏ।

ଭବନ ନିର୍ମାଣ କରିବା ପୂର୍ବରୁ ସଠିକ ଦିଗ ନିରୂପଣ କରିବା ନିହାତି ଆବଶ୍ୟକ ଅଟେ। ବାସ୍ତୁ ଶାସ୍ତ୍ରରେ ଅନେକ ବାସ୍ତୁ ନିୟମ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଯଦି ଘରର ଅଗଣାରେ ଥିବା ଗଛ ଘର ମଧ୍ୟକୁ ପ୍ରବେଶ କରୁଥିବା ବାୟୁ ଓ ଆଲୋକକୁ ରୋକି ଥାଏ, ତାହେଲେ ଘର ପାଇଁ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେଲେ, ଏହାର ଅଶୁଭ ପରିଣାମ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ଘରର ମୁଖ୍ୟ ଦୁଆର ସାମ୍ନାରେ କୂଅ, ଇଲେକ୍ଟ୍ରିାଲ ଖୁଣ୍ଟି, ବର ଗଛ, ତେନ୍ତୁଳି ଗଛ ଆଦି ରହିବା ଉଚିତ ନୁହେଁ। ଏହାଦ୍ବାରା ଘର ଉପରକୁ ସଙ୍କଟ ମାଡି ଆସିଥାଏ।

ଏହାସହିତ ପରିବାର ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଅନେକ ଗୁଡ଼ିଏ ବେଦ ଗୁଡ଼ିକର ବର୍ଣ୍ଣନା କରାଯାଇଛି। ଯେପରି ଦ୍ଵାର ବେଦ, ସ୍ବର୍ଗ ବେଦ, ଦେବାଳୟ ବେଦ, ଦିଶା ବେଦ, ବୃକ୍ଷ ବେଦ, ବସ୍ତୁ ବେଦ,ଛିଦ୍ର ବେଦ ଭଳି ଅନେକ ବେଦ ରହିଛି। ଘର ସାମ୍ନାରେ ଦୂଷିତ ପାଣି ଜମି ରହିବା ଉଚିତ ନୁହେଁ। ଏହାଦ୍ବାରା ରୋଗ ଜୀବାଣୁ ସୃଷ୍ଟି ହୋଇଥାଏ ଏବଂ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସ୍ବର୍ଗ ବେଦ କାରଣରୁ ଘରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ।

ଛିଦ୍ର ବେଦ କାରଣରୁ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ଘର ଭିତରେ ନଳରୁ ପାଣି ପଡ଼ିବା ଶୁଭ ହୋଇ ନଥାଏ। ଘରେ କାନ୍ଥ ଫାଟିବା ଅଶୁଭ ଲକ୍ଷଣ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ କୌଣସି ମନ୍ଦିରର ଧ୍ଵଜ ଘର ଉପରେ ପଡ଼ିବା ମଧ୍ୟ ଅଶୁଭ ହୋଇଥାଏ, ଏହାକୁ ଧ୍ଵଜ ବେଦ କୁହାଯାଏ। ଘରର ମୁଖ୍ୟ ଦୁଆର ମୁହଁ ସାମ୍ନାରେ ବାର ଗଛ, ତେନ୍ତୁଳି ଗଛ ଆଦି ରହିବା ଉଚିତ ନୁହେଁ। କାରଣ ଏହି ଗଛ ମୃତ୍ୟୁର ସଂକେତ ଦେଇଥାଏ। ଏହି ଗଛ ଘରର ଦୁଆର ମୁହଁରେ ରହିବା ଦ୍ଵାରା ଘର ଲୋକଙ୍କର ଅମଙ୍ଗଳ ହୋଇଥାଏ।

Leave a Reply

Your email address will not be published. Required fields are marked *