ଏହି ଜିନିଷକୁ ରଖି ଦିଅନ୍ତୁ ନିଜ ପର୍ସରେ । ଆକର୍ଷିତ ହୋଇ ଆସିବ ଟଙ୍କା , ଆପଣ ହେବେ ଧନବାନ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ , ଯାହାଦ୍ୱାରା ଆପଣ ଧନ ହାନୀରୁ ବଞ୍ଚିବେ , ଆପଣଙ୍କ ଖର୍ଚ୍ଚ ନିୟନ୍ତ୍ରଣରେ ରହିବ ଏବଂ ମାତା ଲକ୍ଷ୍ମୀ ମଧ୍ୟ ସଦୈବ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଆଜିକାଲି ଧନ କାହାକୁ ବା ଆବଶ୍ୟକ ନଥାଏ । ଏମିତିରେ ମାତା ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି ।

ପୁଣି ଅନେକ କଷ୍ଟ କରି ଧନ ଉପାର୍ଜନ କରିବା ସତ୍ତ୍ୱେବି ତାହା ରହେ ନାହିଁ । କିନ୍ତୁ କିଛି ଉପାୟ କରିବା ଦ୍ୱାରା ଅଧିକ ଧନ ଖର୍ଚ୍ଚ ସମସ୍ୟାରୁ ବର୍ତ୍ତି ହେବ । ଯାହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । ସାଧରଣତଃ ଲୋକେ ଟଙ୍କା ରଖିବା ପାଇଁ ଛୋଟ ବଡ଼ ପର୍ସ ବ୍ୟବହାର କରିଥାନ୍ତି । ତେବେ ପର୍ସର ସ୍ଥିତି ଏବଂ ପର୍ସରେ କଣ ରଖିବା ଉଚିତ ଏବଂ କଣ ଉଚିତ ନୁହେଁ , ସେଥିପ୍ରତି ଧ୍ୟାନ ଦେବା ଉଚିତ ।

କାରଣ ଅନାବଶ୍ୟକ ଜିନିଷ ପର୍ସରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ସର୍ବପ୍ରଥମେ ପର୍ସକୁ ସ୍ୱଚ୍ଛ ପରିଷ୍କାର ରଖିବା ଉଚିତ । ଛିଡ଼ି ଯାଇଥିବା ପର୍ସକୁ ତୁରନ୍ତ ହଟାଇ ନୂଆ ପର୍ସ ଆଣନ୍ତୁ । ସାଧରଣତଃ ଧନତେରସ ଦିନ ପର୍ସ ଆଣିବା ଅଧିକ ଶୁଭ ହୋଇଥାଏ । ପର୍ସ ନାଲି , ଗୋଲାପୀ ଭଳି ରଙ୍ଗର ହେଲେ ଧନକୁ ଅଧିକ ଆକର୍ଷିତ କରିଥାଏ । ନୂଆ ପର୍ସ କିଣିଲେ ସେଥିରେ ସର୍ବପ୍ରଥମେ ନିଜ ମାତାଙ୍କ ଠାରୁ ଆଶୀର୍ବାଦ ସ୍ୱରୂପ ଏକ କୋଏନ ଆଣି ରଖି ଦିଅନ୍ତୁ ଏବଂ ତାହାକୁ କେବେ ଖର୍ଚ୍ଚ କରନ୍ତୁ ନାହିଁ ।

ଏହାବ୍ୟତୀତ କୌଣସି ନୋଟରେ କେଶର ଲଗାଇ ଗୁରୁଜନଙ୍କ ଆଶୀର୍ବାଦ ସ୍ୱରୂପ ପାଦ ତଳେ ରଖି ପର୍ସରେ ରଖିବା ଉଚିତ । ଯଦି କେଉଁଠାରୁ ହଳଦୀ ଲାଗିଥିବା ଟଙ୍କା ମିଳୁଛି ତେବେ ତାହାକୁ ସାଇତି ରଖନ୍ତୁ । ଏହାଦ୍ବାରା ଆର୍ଥିକ ସ୍ଥିତି ସବୁବେଳେ ମଜବୁତ ରହିଥାଏ । ସର୍ବଦା ପର୍ସକୁ ବାମ ପାଖ ପକେଟରେ ରଖିବା ଉଚିତ ।

ତେବେ ପର୍ସରେ କିଛି ଅଧର୍ମୀ ବସ୍ତୁ ମଧ୍ୟ ରଖିବା ଉଚିତ ନୁହେଁ । ପର୍ସରେ ଟଙ୍କା ବ୍ୟତୀତ ଅନ୍ୟାନ୍ୟ ବସ୍ତୁ ରଖିବା ଉଚିତ ନୁହେଁ । ପର୍ସରେ ଔଷଧ ମଧ୍ୟ ରଖିବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ପର୍ସରେ ଲୁହା ଚାବି କିମ୍ବା ଅନ୍ୟାନ୍ୟ ଜିନିଷ ମଧ୍ୟ ରଖିବା ଉଚିତ ନୁହେଁ । ସର୍ବଦା ମୁଦ୍ରା ଏବଂ ନୋଟକୁ ଅଲଗା ଅଲଗା ସଜେଇ ରଖିବା ଉଚିତ ।ପର୍ସରେ ଚାନ୍ଦି କିମ୍ବା ହଳଦୀ ଗଣ୍ଠି ରଖିବା ମଧ୍ୟ ଶୁଭ ହୋଇଥାଏ ।

ଏହାଦ୍ବାରା ରୋଜଗାର ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ଅଯଥା ଖର୍ଚ୍ଚ ହୁଏନାହିଁ । ପର୍ସରେ ଦେବଦେବୀଙ୍କ ଫୋଟ ରଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ପାଖରେ ଲାଗିଥିବା ହଳଦିଆ କଉଡ଼ି ମଧ୍ୟ ପର୍ସରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ହଳଦିଆ କଉଡ଼ି ଧନକୁ ଆକର୍ଷିତ କରିଥାଏ । ଆଉ ଏକ ଉପାୟ ଅନୁଯାୟୀ ଏକ ନାଲି ପେପରରେ ନିଜର ମନସ୍କାମନା ଲେଖି ତାହାକୁ ରେଶମୀ ସୂତାରେ ବାନ୍ଧି ଦିଅନ୍ତୁ ଏବଂ ତାପରେ ତାହାକୁ ନିଜ ପର୍ସରେ ରଖି ଦିଅନ୍ତୁ ।

ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ଏବଂ ଧନ ମଧ୍ୟ ଆକର୍ଷିତ ହେବା ସହ । ସବୁ ଦେବଦେବୀ ମଧ୍ୟ ପ୍ରସନ୍ନ ହେବେ । ମାତା ଲକ୍ଷ୍ମୀଙ୍କ ପାଖରେ ଅର୍ଥାତ ପୂଜା ସ୍ଥାନରେ ରଖା ଯାଇଥିବା ଗୋମତି ଚକ୍ର ପର୍ସରେ ରଖିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ହଳଦୀ ଗଣ୍ଠି ଉପାୟରେ ଚାନ୍ଦି ମୁଦ୍ରା ଏବଂ କଉଡ଼ି ରଖି ତାହାକୁ ଧୂପ ଦୀପ ନୈବେଦ୍ୟ ଦେଇ ପ୍ରଥମେ ଶୁଦ୍ଧ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କୁ ୧୦୮ ଥର ଜପ କରନ୍ତୁ । ତାପରେ ନିଜର ମନସ୍କାମନା କହି କୌଣସି ଗୋଟିଏ ଜିନିଷ ନିଜ ପର୍ସରେ ରଖି ଦିଅନ୍ତୁ । ବାକି ଜିନିଷକୁ ଏକ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ତାହାକୁ ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ନିରନ୍ତର ଆପଣଙ୍କ ପର୍ସକୁ ଟଙ୍କା ଆସିବ । ଆପଣଙ୍କ ସିନ୍ଧୁକ ସର୍ବଦା ଧନରେ ଭରି ରହିବ ।

Leave a Reply

Your email address will not be published. Required fields are marked *