ଆଜିକାର ଏହି ଲେଖାରେ ଆମେ ସାପ ଏବଂ ନେଉଳର ଏକ କାହାଣୀ ବିଷୟରେ କହିବୁ ଯାହାକୁ ଯଦି ଆପଣ ନିଜ ଜୀବନରେ ଲଗାନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ପାରିବ । ଏହି କାହାଣୀ ଶେଷରେ ସାପ କହିଥିବା କିଛି ମୂଲ୍ୟବାନ କଥାକୁ ଯଦି ଆପଣ କାମରେ ଲଗାନ୍ତି ତେବେ ଜୀବନକାଳରେ ଆପଣଙ୍କର କେବେବି ଅଭାବ ହେବନାହିଁ ଏବଂ ନେଉଳ କହିଥିବା କିଛି କଥା ଦ୍ୱାରା ମନୁଷ୍ୟର ଜୀବନ ସବୁବେଳେ ସୁଖ ସମୃଦ୍ଧିରେ ପୂରି ରହିବ ।
ତେବେ କାହାଣୀ ଅନୁଯାୟୀ ଏକ ଗାଁରେ ଜଣେ ବ୍ରାହ୍ମଣ ନିଜ ସ୍ତ୍ରୀ ସହିତ ରହୁଥିଲେ । ସେମାନଙ୍କ ଜୀବନ ବେଶ ହସଖୁସିରେ ବିତୁଥିଲା । ଜୀବନରେ କେବେ କୌଣସି ଅଭାବ ନଥିଲା । କାରଣ ସେହି ନଗରରେ ଅନେକ ଧାର୍ମିକ ଲୋକ ରହୁଥିଲେ । କିଛିଦିନ ପରେ ବ୍ରାହ୍ମଣ ପଣ୍ଡିତଙ୍କ ଘରେ ଜଣେ ପୁତ୍ର ସନ୍ତାନ ଜନ୍ମ ନେବାରୁ ପରିବାରରେ ଉଲ୍ଲାସର ବାତାବରଣ ଖେଳିଗଲା ।
ଉଭୟଙ୍କୁ ପୁତ୍ର ସନ୍ତାନ ଇଚ୍ଛା ଥିଲା ଏବଂ ଘରକୁ ପୁତ୍ର ହିଁ ଆସିଲା ତେଣୁ ସେ ଉଭୟଙ୍କର ପ୍ରିୟ ହୋଇଗଲା । ଦିନେ ପଣ୍ଡିତ ଏହା ଭାବିବାକୁ ଲାଗିଲେ ଯେ ତାଙ୍କ ପୁଅ ନିମନ୍ତେ ଏପରି ଜଣେ ପାଳିତ ପଶୁ ରଖିବା ଆବଶ୍ୟକ ଯେମିତି ବିପଦ ଥିଲେ ସେ ପୁତ୍ରକୁ ରକ୍ଷା କରି ପାରୁଥିବ ଏବଂ ତା ସହିତ ଖେଳି ମଧ୍ୟ ପାରୁଥିବ । ଏହି ସନ୍ଧାନରେ ପଣ୍ଡିତ ବାହାରି ଗଲେ । ମନକୁ କୁକୁର ଏବଂ ବିଲେଇ କଥା ଆସିଲା କିନ୍ତୁ ତାହା ସବୁ କୌଣସି ସମୟରେ ତାର କ୍ଷତି ପହଞ୍ଚାଇ ପାରନ୍ତି ବୋଲି ଭାବି ପଣ୍ଡିତ ସେସବୁକୁ ଆଣିବାକୁ ମନ କରିଲେ ନାହିଁ
ତେବେ ଘରକୁ ଫେରିବା ସମୟରେ ସେ ଏକ ମଦାରୀକୁ ଦେଖିଲେ ଯେକି ନିଜର ଦୁଇଟି ନେଉଳକୁ ଖେଳାଉ ଥିଲା । ଖାଲି ସେତିକି ନୁହେଁ ନେଉଳ ଦୁଇଟି ତାର ସବୁକଥା ମଧ୍ୟ ମାନୁଥିଲେ । ତେଣୁ ପଣ୍ଡିତ ସେହି ଦୁଇ ନେଉଳ ମଧ୍ୟରୁ ଗୋଟିଏ ନେବେ ବୋଲି ମଦାରୀକୁ କହିଲେ । ମଦାରୀ କାରଣ ପଚାରିବାରୁ ସେ କହିଲେ ଯେ ତାଙ୍କ ପୁଅର କୌଣସି ସାଥି ନାହିଁ ତେଣୁ ନେଉଳକୁ ନେଲେ ସେ ତାଙ୍କ ପୁଅର ସାଥି ହେବା ସହିତ ତାକୁ ବିପଦରୁ ମଧ୍ୟ ଉଦ୍ଧାର କରିବ ।
ମଦାରୀ ମଧ୍ୟ ଗୋଟିଏ ନେଉଳ ପଣ୍ଡିତଙ୍କୁ ଦେଇଦେଲା । ନେଉଳକୁ ନେଇ ପଣ୍ଡିତ ଘରକୁ ଆସିଲେ । ସେ ନେଉଳକୁ ମଧ୍ୟ ନିଜ ପୁଅ ଭଳି ବହୁତ ଭଲ ପାଉଥିଲେ । ମାତ୍ର ପଣ୍ଡିତଙ୍କ ସ୍ତ୍ରୀ ନେଉଳକୁ ପସନ୍ଦ କରୁ ନଥିଲା । ଥରେ ପଣ୍ଡିତାଣି ନିଜ ପୁଅକୁ ପଣ୍ଡିତଙ୍କ ତତ୍ୱାବଧନରେ ଛାଡ଼ି ବାହାରକୁ ଗଲା । ମାତ୍ର କିଛି ସମୟ ପରେ ଅନ୍ୟ ପଣ୍ଡିତ ମାନେ ଆସିବାରୁ ପଣ୍ଡିତଙ୍କୁ ବିବାହ ପାଇଁ ଯିବାକୁ ପଡ଼ିଲା । ତେଣୁ ସେ ନେଉଳକୁ ତାଙ୍କ ପୁଅର ଯତ୍ନ ନେବାକୁ କହିଗଲେ । କିଛି ସମୟ ପରେ ଏକ ସାପ ସେଠାକୁ ଆସି ପୁଅକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବାରୁ ନେଉଳ ସାପ ସହିତ ଲଢ଼େଇ କରି ତାକୁ ଆହତ କଲା ।
ଏତିକି ସମୟରେ ସାପ ନେଉଳକୁ ପ୍ରାଣ ଭିକ୍ଷା କରି କହିଲା ଯେ ଯଦି ସେ ତାକୁ ଛାଡ଼ି ଦିଏ ତେବେ ସେ କିଛି ରହସ୍ୟ କଥା କହିବ । ଯାହାକୁ ଯଦି ମନୁଷ୍ୟ ନିଜ କାମରେ ଲଗାଏ ତେବେ ଜୀବନରେ କେବେ କୌଣସି ଅଭାବ ହେବ ନାହିଁ । ସାପ ଅନୁଯାୟୀ ଯଦି ତାର ପାମ୍ପି ଉପରେ କେହି ଗାଈର କଞ୍ଚା କ୍ଷୀର ଢ଼ାଳି ୧୨ ବର୍ଷ ପର୍ଯ୍ୟନ୍ତ ରଖେ ତେବେ ସେ ନିଜେ ସେହି ବ୍ୟକ୍ତିକୁ ଧନ ପ୍ରଦାନ କରିବେ ।
ସାପ ମଧ୍ୟ ସତ୍ୟ କହୁଥିଲା । କିନ୍ତୁ ନେଉଳର ଧର୍ମ ଥିଲା ଯେ ସେ କାହାକୁ ଜୀବିତ ଛାଡ଼ିବାକୁ ଚାହୁଁ ନଥିଲା । କାରଣ ସେ ନିଜ ମାଲିକକୁ ପ୍ରତିଜ୍ଞା କରିଥିଲା । ସାପର ଏତେ କଥା ଶୁଣିବା ପରେବି ସେ ସାପକୁ ମାରିଦେଲା । ଏହାପରେ ନେଉଳ ଘର ଦ୍ୱାରରେ ଆସି ପହରା ଦେବାରେ ଲାଗିଲା । ଏତିକି ସମୟ ପରେ ପଣ୍ଡିତାଣି ଆସି ଦେଖେ ତ ନେଉଳର ମୁହଁ ରକ୍ତ ଜୁଡୁବୁଡୁ ହୋଇ ଦ୍ୱାରରେ ବସିଛି । ସେ ଭାବିଲା ଯେ ହୁଏତ ସେ ତାର ପୁତ୍ରକୁ କ୍ଷତି ପହଞ୍ଚାଇଛି ।
ତେଣୁ ସେ ଘର ସାମ୍ନାରେ ଥିବା କୁରାଢ଼ୀରେ ନେଉଳକୁ ଆଘାତ କଲା । ଘର ଭିତରକୁ ଯାଇ ସେ ଯାହା ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା । ତାର ପୁଅ ସୁରକ୍ଷିତ ଦୋଳିରେ ଶୋଇଛି ଏବଂ ତଳେ ଏକ ସାପ ମରି ପଡ଼ିଛି । ଏହାଦେଖି ସେ ସବୁକିଛି ବୁଝିଗଲା । ବାହାରକୁ ଆସି ଦେଖେତ ନେଉଳ ଆଘାତ ପ୍ରାପ୍ତ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଛି । ପଣ୍ଡିତାଣି ନେଉଳକୁ କ୍ଷମା ମାଗିଲା ଏବଂ କହିଲା ଯେ ସେ ଏପରି ଭୁଲ ବଶତଃ କରିଛି । ଏହାପରେ ନେଉଳ ପଣ୍ଡିତାଣିକୁ କହିବାରେ ଲାଗିଲା ଯେ ସେ ନିଜ ସାନ ଭାଇର ଜୀବନକୁ ବାଜି ଲଗେଇ ତାର ରକ୍ଷା କରିଛି । ତେଣୁ ଜୀବନରେ କାହାରି ପ୍ରତି ଅଟେ ବିଶ୍ୱାସୀ ହେବା ଉଚିତ ନୁହେଁ ଯେମିତି ନିଜର ଜୀବନ ହାରିବାକୁ ପଡ଼ିବ ।
ଏହାବ୍ୟତୀତ ସେ ଏହା ମଧ୍ୟ କହିଥିଲା ଯେ ଯଦି ପଣ୍ଡିତାଣି ପୁଣ୍ୟ କାମ କରନ୍ତି ତେବେ ଘର ଠାରୁ ଦୂରରେ ଥିବା ଏକ ସାପ ପାମ୍ପିରେ ଅନେକ ଧନ ରହିଛି ପ୍ରାପ୍ତ କରି ପାରିବେ । ପଣ୍ଡିତ ଘରକୁ ଆସିବା ପରେ ପଣ୍ଡିତାଣି ସବୁକଥା କହିଲା । ପଣ୍ଡିତ ଖୁବ ଦୁଃଖିତ ହେଲା ଏବଂ କହିବାରେ ଲାଗିଲା ଯେ ଗୋଟିଏ କଥାକୁ ସମ୍ପୂର୍ଣ୍ଣ ଭାବରେ ନଜାଣି କୌଣସି ନିର୍ଣ୍ଣୟ ପର୍ଯ୍ୟନ୍ତ ପହଞ୍ଚିବା ଠିକ ନୁହେଁ । ଯଦି ସେ ପ୍ରଥମେ ଘରେ ଭିତରେ ଯାଇ ଦେଖିଥାନ୍ତେ ତେବେ ନେଉଳର ଜୀବନ ଯାଇ ନଥାନ୍ତା ।
ଏହାପରେ ପଣ୍ଡିତାଣି ପଣ୍ଡିତକୁ ଧନ ବିଷୟରେ କହିଥିଲା । ଯାହା ଶୁଣିବା ପରେ ପଣ୍ଡିତ କହେ ଯେ ସେମାନେ ସେହି ଧନକୁ ଧର୍ମ କାର୍ଯ୍ୟରେ ଲଗାଇବେ ଏବଂ ନେଉଳର ସ୍ମୃତିରେ ଏକ ମନ୍ଦିର ବନାଇଲେ । ନେଉଳ କହିଥିବା ସ୍ଥାନରୁ ପଣ୍ଡିତ ଧନ ନେଇ ଆସିଲେ ଏବଂ ଜୀବନରେ ପୁଣ୍ୟ କାମ କରି ଜୀବନ ବିତାଇବାରେ ଲାଗିଲେ । ତେବେ କହି ରଖିବୁ ଯେ ଯଦି କୌଣସି ସ୍ଥାନରେ ସାପ ଦୃଷ୍ଟି ରଖୁଛି ଏବଂ ତାର ଆଖପାଖରେ ଘୁରି ବୁଲୁଛି ତେବେ ତାହାର ଅର୍ଥ ସେଠାରେ ଅନେକ ଧନ ରହିଛି । ତେଣୁ ଯଦି ଆପଣ ୧୧ ବର୍ଷ ପର୍ଯ୍ୟନ୍ତ ସେଠାରେ ଗାଈ କ୍ଷୀର ରଖନ୍ତି ତେବେ ଜୀବନରେ ଅନେକ ଧନୀ ବ୍ୟକ୍ତି ହୋଇଯିବେ ।