ଚାଣକ୍ୟ ନିତୀରେ ଚାଣକ୍ୟ ଏହା କହିଛନ୍ତି ଯେ ବୁଦ୍ଧିମାନ ମନୁଷ୍ୟ ନିଜ ଧନର ନାଶ ମନର କଥାକୁ, ଗୃହିଣୀର ଚରିତ୍ରକୁ, ବ୍ୟକ୍ତିଗତ କଥା ଏବଂ ନିଜର ଅପମାନକୁ କେବେ ବି କାହାରି ସାମ୍ନାରେ କହିନଥାଏ |
ଧନ ଏବଂ ଅନ୍ନର ବ୍ୟବସାୟରେ, ବିଦ୍ୟା ଗ୍ରହଣ କରିବାରେ, ଭୋଜନ କରିବାରେ ଯେଉଁ ବ୍ୟକ୍ତି ନିଜ ସଙ୍କୋଚକୁ ଦୂରରେ ରଖିବ ସେ ସବୁବେଳେ ନିଜ ଜୀବନରେ ଖୁସିରେ ରହିବେ |
ନିଜ ସ୍ତ୍ରୀ, ଭୋଜନ ଏବଂ ଧନ, ଏହି ତିନିଟିରେ ସନ୍ତୋଷ କରିବା ଉଚିତ | ଏବଂ ବିଦ୍ୟା ଅଧୟନ, ତପ, ଧନ ଏବଂ ଧର୍ମରେ କେବେ ବି ସନ୍ତୋଷ କରିବା ଉଚିତ ନୁହେଁ |
ଦୁଇ ବ୍ରାହ୍ମଣଙ୍କ ମଝିରେ, ଅଗ୍ନି ଏବଂ ବ୍ରହ୍ମଣଙ୍କ ମଧ୍ୟରେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମାଲିକ ଏବଂ ସେବକ ମଧ୍ୟରେ କେବେ ବି ତୃତୀୟ ବ୍ୟକ୍ତି ହୋଇ ପଶିବା ଉଚିତ ନୁହେଁ |
ଅଗ୍ନି, ଗୁରୁ, ବ୍ରାହ୍ମଣ, ଗାଈ, କୁଆଁରୀ କନ୍ୟା, ବୃଦ୍ଧ ଏବଂ ବାଳକଙ୍କୁ କେବେ ବି ଗୋଡ଼ରେ ଛୁଇଁବା ଉଚିତ ନୁଁହେ |
ଶଗଡ଼ରୁ 5 ହାତ, ଘୋଡ଼ା ଠାରୁ 10 ହାତ, ହାତୀଠାରୁ ହଜାର ହାତ ଦୂରରେ ରହିବା ଉଚିତ |
ବୁଦ୍ଧି ହୀନ ବ୍ୟକ୍ତିର ଜୀବନ ସେ କୁକୁରର ଲାଞ୍ଜ ସହ ସମାନ ହୋଇଥାଏ ଯାହା ନା ତାର ଲଜ୍ୟାକୁ ଲୁଚେଇ ପାରେ ନା ସେ ନିଜ ଲାଞ୍ଜରେ ମଶାକୁ ଉଡ଼େଇ ପାରେ |
କଥାରେ ପବିତ୍ରତା, ମନର ସ୍ୱଚ୍ଛତା ଏବଂ ଏହା ସହ ନିଜ ଇନ୍ଦ୍ରିୟଙ୍କୁ ନିଜ କାବୁରେ ରଖିବା ମଧ୍ୟ କୋୖଣସି ମହତ୍ୱ ନାହିଁ ଯେତେବେଳେ ମନୁଷ୍ୟ ନିଜ ମନକୁ ହିଁ ତିଳେ ମାତ୍ର ବଦଳେଇ ପାରେ ନାହିଁ |
ଯେଉଁପ୍ରକାର ଫୁଲରେ ବାସ୍ନା, ତିଲୋରେ ତେଲ, ଝିଅପାଖରେ ନିଆଁ, ଦୁଧରେ ଘିଅ, କଥାରେ ମିଠାପଣ ଆଦି ଦେଖା ନଯାଏ ଏବଂ ସେତେବେଳେ ବି ସେମାନେ ଜିଦିରେ ରୁହନ୍ତି ସେହିପରି ମଣିଷ ଭିତରେ ମଧ୍ୟ ନ ଦେଖା ଯାଉଥିବା ଆତ୍ମା ରହିଚି |