ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କର କୀର୍ତ୍ତି ବିଷୟରେ ଜାଣିଥିବେ। ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ୱାନ, କୂଟନିତିଜ୍ଞ, ଅର୍ଥଶାସ୍ତ୍ରୀ ଥିଲେ। ସେ ତାଙ୍କ ବୁଦ୍ଧି ଓ ପାଣ୍ଡିତ୍ୟ ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜଗାଦିରେ ବସାଇ ଥିଲେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ଅନେକ ଜୀବନ ପରିବର୍ତ୍ତନ କରିବାର ଉପଦେଶ ବର୍ଣ୍ଣନା କରି ଯାଇଛନ୍ତି। ଏହାକୁ ପ୍ରୟୋଗ କରି ମନୁଷ୍ୟ ନିଜ ଜୀବନକୁ ସହଜ ଓ ସରଳ କରି ପାରିବ। ତେବେ ଆସନ୍ତୁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥର ପନ୍ଦର ତମ ଅଧ୍ୟାୟରେ କଣ କହିଛନ୍ତି ଆସନ୍ତୁ ଜାଣିବା।
ଆଚାର୍ଯ୍ୟ ଚାଣକ୍ୟ ପନ୍ଦର ତମ ଅଧ୍ୟାୟରେ କହିଛନ୍ତି, ଯେଉଁ ମନୁଷ୍ୟର ହୃଦୟ କୌଣସି ପ୍ରାଣୀକୁ ଦେଖିବା ମାତ୍ରେ କରୁଣା ଓ ସ୍ନେହରେ ଭରି ଯାଏ, ସେଭଳି ମନୁଷ୍ୟକୁ କୌଣସି ଜ୍ଞାନର ଆବଶ୍ୟକତା ନାହିଁ। କଣ୍ଟା ଓ ଦୁଷ୍ଟ ବ୍ୟକ୍ତି ପାଖରୁ ମୁକ୍ତି ପାଇବା ପାଇଁ ଦୁଇଟି ଉପାୟ ରହିଛି। ପାଦରେ ଜୋତା ପିନ୍ଧନ୍ତୁ ଏବଂ ଦୁଷ୍ଟ ବ୍ୟକ୍ତିଙ୍କୁ ସିଧାସଳଖ ଜବାବ ଦିଅନ୍ତୁ, ଯାହାଫଳରେ ସେ ଆପଣଙ୍କ ଆଗରେ ମୁଣ୍ଡ ଟେକି ପାରିବେ ନାହିଁ ଏବଂ ଆପଣଙ୍କ ଠାରୁ ଦୂରେଇ ରହିବେ।
ଯିଏ ମଇଳା ପୋଷାକ ପିନ୍ଧି ଥାଏ, ଯାହାର ଦାନ୍ତ ସଫା ହୋଇ ନଥାଏ, ଯିଏ ବହୁତ ଭୋଜନ କରିଥାଏ, ଯିଏ କଠୋର ବଚନ କହିଥାଏ, ଯିଏ ସୂର୍ଯ୍ୟୋଦୟ ପରେ ଉଠି ଥାଏ, ତାର ସୁନ୍ଦର ବ୍ୟକ୍ତିତ୍ଵ ହୋଇଥିଲେ ମଧ୍ୟ ସେ ସର୍ବଦା ଦେବୀ ଲକ୍ଷ୍ମୀଙ୍କ କୃପାରୁ ବଞ୍ଚିତ ରହିଥାଏ। ଯେତେବେଳେ କୌଣସି ବ୍ୟକ୍ତି ନିଜ ସମ୍ପତ୍ତି ହରେଇ ଥାଏ, ତାର ବନ୍ଧୁ, ପତ୍ନୀ, ଚାକର, ସମ୍ପର୍କୀୟ ସମସ୍ତେ ତାକୁ ଛାଡି ଚାଲି ଯାଇଥାନ୍ତି। ଯେତେବେଳେ ସେ ସମ୍ପତ୍ତି ଫେରି ପାଇଥାଏ, ସେତେବେଳେ ସମସ୍ତେ ପୁଣି ତା ପାଖକୁ ଫେରି ଆସିଥାନ୍ତି। ସେଥିପାଇଁ କୁହାଯାଏ କି ସମ୍ପତ୍ତି ସବୁଠାରୁ ଭଲ ସମ୍ପର୍କୀୟ ଅଟେ।
ପାପରୁ ଉପାର୍ଜନ ହୋଇଥିବା ଟଙ୍କା ୧୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥାଏ। କିନ୍ତୁ ୧୧ ବର୍ଷ ହେଲା ବେଳକୁ ତାହା ସମ୍ମାନ ସହିତ ଲୁପ୍ତ ହୋଇ ଯାଇଥାଏ। ଜଣେ ବରିଷ୍ଠ ବ୍ୟକ୍ତି ଯେତେବେଳେ କୌଣସି ଭୁଲ କାର୍ଯ୍ୟ କରିଥାଏ, ସେତେବେଳେ ତାକୁ କେହି ମଧ୍ୟ ଦାୟୀ କରନ୍ତି ନାହିଁ। କିନ୍ତୁ ଯଦି କୌଣସି ନୀଚ ମନୁଷ୍ୟ ଭୁଲ କାର୍ଯ୍ୟ କରିଥାଏ, ତାହେଲେ ତାକୁ ସମସ୍ତେ ଧିକ୍କାର କରି ଥାଆନ୍ତି। ବୁଝନ୍ତୁ, ଅମୃତ ପିଇବା ଭଲ ଅଟେ, କିନ୍ତୁ ରାହୁ ଅମୃତ ପିଇବା ଦ୍ଵାରା ତାର ମୃତ୍ୟୁ ହୋଇଥିଲା। ବିଷ ପିଇବା ହାନିକାରକ ଅଟେ। କିନ୍ତୁ ଭଗବାନ ବିଷ୍ଣୁ ଯେତେବେଳେ ବିଷ ପିଇ ଥିଲେ, ତାହା ତାଙ୍କ ପାଇଁ ଅଳଙ୍କାର ବନି ଯାଇଥିଲା।
ଶାସ୍ତ୍ରରେ ଅନେକ ଜ୍ଞାନ ରହିଛି। ସେଥିରୁ ଅନେକ କଳା ଆମକୁ ଶିଖିବା ଆବଶ୍ୟକ। ଆମ ପାଖରେ ସମୟ ଅନେକ ରହିଛି। ଶିଖିବା ସମୟରେ ଆମକୁ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡିବ। ଛୋଟ ମହୁମାଛି ଫୁଲ ଉପରେ ବସି ମହୁ ପାନ କରିଥାଏ। ଚନ୍ଦନ ଗଛ କାଟି ଯିବାପରେ ମଧ୍ୟ ତାର ବାସ୍ନା ଛାଡ଼ି ନଥାଏ। ହାତୀ ବୁଢ଼ା ହୋଇ ଯିବା ପରେ ମଧ୍ୟ ତାର ଲୀଳା ଛାଡ଼ି ନଥାଏ। ଆଖୁରୁ ରସ ବାହାରି ଯିବା ପରେ ମଧ୍ୟ ସେଥିରେ ମିଠାପଣ ବଜାୟ ରହିଥାଏ। ସେହିପରି ଉନ୍ନତ ଗୁଣ ଥିବା ସଚ୍ଚୋଟ ବ୍ୟକ୍ତି ଯେତେ କଠିନ ପରିସ୍ଥିତି ଆସିଲେ ବା ଦରିଦ୍ର ହୋଇ ଗଲେ ମଧ୍ୟ ତାର ଭଲ ଗୁଣ ଛାଡ଼ି ନଥାଏ।