ଏହି ଫଳକୁ ନେଇ କରନ୍ତୁ ଖାସ ଉପାୟ, ସାତ ଜନ୍ମ ପର୍ଯ୍ୟନ୍ତ ଆପଣଙ୍କର ଧନ ସରିବ ନାହିଁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଯେଉଁ ବ୍ୟକ୍ତିଙ୍କ ଗଳାରେ ରହିଥାଏ ଏହି ଚେର, ସେ ଧନବାନ ହୋଇ ଯାଇଥାନ୍ତି। ଏହି ଚେର ଆପଣଙ୍କ ପାଇଁ ସଂଜୀବନୀ ବୁଟି ଅଟେ। ସେହି ଚେର ହେଉଛି ତୁଳସୀ ଗଛର ଚେର। ଭଗବାନ ବିଷ୍ଣୁ ତୁଳସୀ ଗଛରେ ବାସ କରିଥାନ୍ତି। ହିନ୍ଦୁଧର୍ମରେ ତୁଳସୀ ଗଛକୁ ପବିତ୍ର ଓ ମାଆ ସ୍ୱରୂପ ମାନା ଯାଇଛି। ଏହାସହିତ ତୁଳସୀ ଗଛରେ ଔଷଧୀୟ ଗୁଣ ଭରପୁର ପରିମାଣରେ ରହିଛି। ତୁଳସୀ ପତ୍ରର ସେବନ ଦ୍ଵାରା ଥଣ୍ଡା, କାଶ, କଫ ଭଳି ସମସ୍ୟା ଦୂର ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣଙ୍କ କୁଣ୍ଡଳୀରେ ଶନି ଦୋଷ, ରବି ଦୋଷ ରହିଛି, ତାହେଲେ ଆପଣ ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ ଗୋଟେ ତାବିଜରେ ତୁଳସୀ ଗଛର ଚେରକୁ ରଖି ନିଜ ହାତରେ ବାନ୍ଧି ଦିଅନ୍ତୁ। ଏହାସହିତ ପ୍ରତ୍ୟେକ ଦିନ ତୁଳସୀ ଗଛ ମୂଳରେ କ୍ଷୀର ଓ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ କୁଣ୍ଡଳୀରେ ରହିଥିବା ସବୁ ଦୋଷ ଦୂର ହୋଇଯିବ। ଯଦି ଆପଣ ତୁଳସୀ ଗଛର ଚେରକୁ ମାଳା ବନେଇ ନିଜ ଗଳାରେ ଧାରଣ କରିବେ, ତାହେଲେ ଏହା ଖୁବ୍ ଶୀଘ୍ର ନକରାତ୍ମକ ଶକ୍ତି ଦୂର କରି ଦେବ। ଏହାସହିତ ଆପଣଙ୍କ ଅନ୍ତର ଆତ୍ମାରେ ଏକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ।

ଯଦି ଆପଣଙ୍କ ଘରେ ଅର୍ଥର ଘୋର ଅଭାବ ଦେଖା ଦେଉଛି, ତାହେଲେ ଆପଣ ତୁଳସୀ ଗଛର ଚେରକୁ ରୂପାର ତାବିଜରେ ଧାରଣ କରନ୍ତୁ। କାରଣ ଏହି ତାବିଜରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କର ମଧ୍ୟ ବାସ ହୋଇଥାଏ। ଏହାସହିତ ଏହା ଦୁର୍ଭାଗ୍ୟକୁ ଦୂର କରିବାରେ ସହାୟକ ହୋଇଥାଏ। ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଘରର ଅଗଣାରେ ନିଶ୍ଚିତ ଭାବରେ ତୁଳସୀ ଗଛ ଲଗାଇବା ଉଚିତ। ଯଦି ଆପଣଙ୍କୁ କୌଣସି ସ୍ଥାନରେ ଆଘାତ ଲାଗିଚି, ତାହେଲେ ତୁଳସୀ ପତ୍ର ସହିତ ଫିଟିକିରି ମିଶାଇ ଲଗାଇଲେ ଘା ଖୁବ୍ ଶୀଘ୍ର ଶୁଖି ଯାଇଥାଏ।

ତୁଳସୀ ଗଛକୁ ବିଧିବଦ୍ଧ ରୂପରେ ପୂଜାର୍ଚ୍ଚନା କଲେ ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କୁ ଥଣ୍ଡା କାଶ ହେଉଛି, ତାହେଲେ ତୁଳସୀ ପତ୍ର, ଗୋଲମରିଚ ଓ ମିଶ୍ରିକୁ ଭଲଭାବରେ ଫୁଟାଇ ଏହାର କାଢ଼ା ସେବନ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଉପଶମ ମିଳିବ। ପ୍ରତ୍ୟେକଦିନ ସକାଳେ ଓ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଘିଅର ଦୀପ ପ୍ରଜ୍ବଳନ କରିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଯଦି ଆପଣଙ୍କ କାରବାରରେ ଲାଭ ଅପେକ୍ଷା କ୍ଷତି ଅଧିକ ହେଉଛି, ତାହେଲେ ପ୍ରତ୍ୟେକ ଦିନ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ବ୍ୟବସାୟ ଉନ୍ନତିର ଶିଖରରେ ପହଞ୍ଚିବ।

Leave a Reply

Your email address will not be published. Required fields are marked *