ଆଚାର୍ଯ୍ୟ ଚାଣକ୍ୟଙ୍କ ଲିଖିତ ନୀତିବାଣୀରେ କହିଛନ୍ତି ଯେ , ସେହି ବିଦ୍ୱାନ ଯିଏକି ବିନା ଗୁରୁରେ ଅସଂଖ୍ୟ ବହିର ଅଧ୍ୟୟନ କରିପାରେ , ସେ କେବେବି ବିଦ୍ୱାନଙ୍କ ସଭାରେ ସଚ୍ଚା ବିଦ୍ୱାନ ଭାବରେ ପରିଗଣିତ ହୋଇ ନଥାଏ । ସେହିପରି ଉପଯୁକ୍ତ ପରିଚୟ ନଥିବା ବ୍ୟକ୍ତିର ଉଚିତ ପରିଚୟ ଦୁନିଆରେ ନଥାଏ ।
ଯଦି ଆପଣଙ୍କ ସହିତ କେହି ଦୁଷ୍ଟତା କରୁଛି ତେବେ ଆପଣ ବି ସେହିଭଳି ପ୍ରତିଉତ୍ତର ଦେବା ଉଚିତ । ଏଥିରେ କୌଣସି ଭୁଲ ନାହିଁ । ଯେଉଁ କଥାରୁ ମନୁଷ୍ୟ ଅସମ୍ଭବ ଭାବୁଛି ତାହା ମଧ୍ୟ ସହଜରେ ପ୍ରାପ୍ତ କରାଯାଇ ପାରେ । ମାତ୍ର ତାହା କେବଳ ତପ ଦ୍ୱାରା ସମ୍ଭବ ହୋଇ ପାରିବ । ଲୋଭ ଠାରୁ ବଡ଼ ଦୁର୍ଗୁଣ ନାହିଁ ଏବଂ ନିନ୍ଦା ଠାରୁ ଆଉ ବଡ଼ ପାପ କିଛି ନାହିଁ ।
ଯଦି ମନୁଷ୍ୟର ମନ ପରିଷ୍କାର ତେବେ ତାକୁ ତୀର୍ଥ ଯାତ୍ରା କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ମନୁଷ୍ୟର ସ୍ଵଭାବ ଭଲ ତେବେ ସେ ହିଁ ଉତ୍ତମ ଅଟେ । ଯଦି କିର୍ତ୍ତୀ ଅଛି ତେବେ ଅଳଙ୍କାରର ଆବଶ୍ୟକତା ନାହିଁ । ଯଦି ଆପଣଙ୍କର ଅପମାନ ହୋଇଛି ତେବେ ସେଥିରେ ଦୁଃଖୀ ହେବାର ନାହିଁ । କାରଣ ତାହା ମୃତ୍ୟୁ ଠାରୁ ତ ଅଧିକ କଷ୍ଟ ଦାୟକ ନୁହେଁ ।
ସମୁଦ୍ର ହିଁ ସବୁ ରତ୍ନର ଭଣ୍ଡାର ଅଟେ । ସମୁଦ୍ର ଶଙ୍ଖର ପିତା । ଲକ୍ଷ୍ମୀଙ୍କ ହାତରେ ଶଙ୍ଖ ଏବଂ ଦରିଦ୍ର୍ୟ ହାତରେ ଥାଏ । କାରଣ ଶଙ୍ଖ କେବଳ ତାକୁ ହିଁ ମିଳିଥାଏ ଯେ ପୂର୍ବରୁ ଦେଇଛି । ଯେତେବେଳେ ବ୍ୟକ୍ତି ପାଖରେ ଶକ୍ତି ନଥାଏ ସେତେବେଳେ ସେ ସାଧୁ ହୋଇଯାଏ ଏବଂ ଯେତେବେଳେ ଧନ ରହେ ନାହିଁ ସେତେବେଳେ ମନୁଷ୍ୟ ବ୍ରହ୍ମଚାରୀ ହୋଇଯାଏ । ରୋଗ କାରଣରୁ ମନୁଷ୍ୟ ଭଗବାନଙ୍କ ଭକ୍ତ ହୋଇଯାଏ ।
ଯେତେବେଳେ ନାରୀ ବୁଢ଼ୀ ହୋଇଯାଏ ସେତେବେଳେ ନିଜ ସ୍ୱାମୀଙ୍କ ପ୍ରତି ସମର୍ପିତ ହୋଇଯାଏ । ସାପ ଦଂଶନରେ ବିଷ ଥାଏ , ପୋକର ମୁହଁରେ ବିଷ ଥାଏ । ବିଛାର ଲାଞ୍ଜରେ ବିଷ ଥାଏ । ମାତ୍ର ଦୁଷ୍ଟ ବ୍ୟକ୍ତି ସମ୍ପୂର୍ଣ୍ଣ ବିଷ ହୋଇଥାଏ । ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କ ସମ୍ମତି ବିନା ବ୍ରତ ରଖିଥାଏ ସେ ଓଲଟା ନିଜ ସ୍ୱାମୀଙ୍କ ଆୟୁଷ କମାଇ ଥାଏ ଏବଂ ନିଜେ ନର୍କକୁ ଯାଇଥାଏ ।
ସ୍ତ୍ରୀ ଦାନ , ଉପବାସ କିମ୍ବା ପବିତ୍ର ଜଳର ପାନ କଲେ ପବିତ୍ର ହୋଇ ନଥାଏ ବରଂ ସ୍ୱାମୀର ପାଦ ଧୋଇ ସେହି ଜଳକୁ ପାନ କଲେ ପବିତ୍ର ହୋଇଥାଏ । ଗୋଟିଏ ହାତର ସୌନ୍ଦର୍ଯ୍ୟ ଗହଣା ଦ୍ୱାରା ନୁହେଁ ବରଂ ଦାନ ଦ୍ୱାରା ସୁନ୍ଦର ଦେଖା ଯାଏ । ଚନ୍ଦନର ଲେପ ଦ୍ୱାରା ନୁହେଁ ବରଂ ଜଳରେ ସ୍ନାନ କଲେ ନିର୍ମଳତା ଆସିଥାଏ । ଜଣେ ବ୍ୟକ୍ତିକୁ ଭୋଜନ ଦେଲେ ନୁହେଁ , ବରଂ ସମ୍ମାନ ଦେଲେ ସନ୍ତୁଷ୍ଟ ହୋଇଥାଏ ।
ସ୍ତ୍ରୀ କାରଣରୁ ସ୍ୱାମୀର ଶକ୍ତି ନଷ୍ଟ ହୋଇଯାଏ । ଯେଉଁ ବ୍ୟକ୍ତି ଜୀବଜନ୍ତୁଙ୍କ ପ୍ରତି ପ୍ରେମ ଭାବ ଦେଖାଇ ଥାଏ , ସେ ସବୁ ପରିସ୍ଥିତିକୁ ସାମ୍ନା କରିପାରେ । ମନୁଷ୍ୟ ଏବଂ ନିମ୍ନ ସ୍ତରର ପ୍ରାଣୀଙ୍କ ମଧ୍ୟରେ ଖାଇବା , ଶୋଇବା ଏବଂ ଗମନ କରିବା ଆଦି ସମାନ ଅଟେ । ତେଣୁ ଜ୍ଞାନ ହିଁ ସର୍ବଶ୍ରେଷ୍ଠ ଅଟେ । ଯେଉଁ ବ୍ୟକ୍ତିର ଜ୍ଞାନ ନାହିଁ ସେ କେବେବି ଶ୍ରେଷ୍ଠ ହୋଇ ପାରେନା ।
ଆଠ ଜଣ ବ୍ୟକ୍ତି କେବେ କାହାର ଦୁଃଖ ବୁଝି ପାରନ୍ତି ନାହିଁ । ପ୍ରଥମ ହେଉଛି ରାଜା , ଦ୍ୱିତୀୟ ବେଶ୍ୟା , ତୃତୀୟ ଯମରାଜ , ଚତୁର୍ଥ ଅଗ୍ନି , ପଞ୍ଚମ ଚୋର , ଷଷ୍ଠ ଛୋଟ ପିଲା , ସପ୍ତମ ଭିକାରୀ ଏବଂ ଅଷ୍ଟମ କର ଆଦାୟ କରୁଥିବା ବ୍ୟକ୍ତି । ବ୍ୟକ୍ତିର ଗୋଟିଏ ଭଲ ଗୁଣ ସମସ୍ତଙ୍କ ଉପରେ ପ୍ରଭାବ ପକାଇ ଥାଏ ।