ଶ୍ମଶାନ ଗଲେ ପଛକୁ ବୁଲି ଦେଖନ୍ତୁ ନାହିଁ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏପରି କିଛି ।

ଶ୍ମଶାନ କଥା ଉଠିଲେ ମନରେ ଭୟ ଜାତ ହୋଇଥାଏ । ଏମିତିକି ଆମ ଗୁରୁଜନ ମାନେ ମଧ୍ୟ ଶ୍ମଶାନକୁ ଏକୁଟିଆ ଯିବାକୁ ମନା କରିଥାନ୍ତି । ବସ୍ତାବରେ ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ମଧ୍ୟ ଶ୍ମଶାନକୁ ରାତିରେ ଯିବା ଉପରେ ବର୍ଜିତ ମାନା ଯାଇଛି । ଯାହାର ଅନେକ ଗୁଡ଼ିଏ କାରଣ ମଧ୍ୟ ରହିଛି । ଶ୍ମଶାନକୁ ଯିବା ପରେ ଆଉ ପଛକୁ ବୁଲି ଦେଖିବା ଉଚିତ ନୁହେଁ । ଯେଉଁ ବିଷୟରେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ।

ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ , ଗରୁଡ଼ଙ୍କୁ ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ରହସ୍ୟ । ଜନ୍ମ ପୂର୍ବରୁ ମିଳୁଥିବା ସଙ୍କେତ , ମୃତ୍ୟୁ ପରେ ଯମଲୋକ , ମୋକ୍ଷ ଆଦି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ଗରୁଡ଼ ପୁରାଣରେ ଗରୁଡ଼ଙ୍କ ଦ୍ଵାରା ପଚରା ଯାଇଥିବା ଅନେକ ରହସ୍ୟମୟୀ ପ୍ରଶ୍ନର ଉତ୍ତର ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଯାହା ବିଷୟରେ ପ୍ରତ୍ୟେକ ମନୁଷ୍ୟ ନିଶ୍ଚୟ ଜାଣିନେବା ଉଚିତ ।

ଆଜି ଆମେ ଆପଣଙ୍କୁ କହିବୁ ଯେ ଶ୍ମଶାନକୁ ପଛକୁ ବୁଲି ଦେଖିବା ଉଚିତ ନୁହେଁ ଏବଂ ରାତିରେ ଶ୍ମଶାନକୁ ଯିବା ଉଚିତ ନୁହେଁ । ମହାଭାରତ ସମୟରୁ ହିଁ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧରେ ଅନେକ କିଛି କୁହାଯାଇଛି । ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । ତଥାପି ମନୁଷ୍ୟ ମୃତ୍ୟୁକୁ ଭୟ କରିଥାଏ । ଲୋକେ ପ୍ରତ୍ୟେକ ଦିନ ଏକାଧିକ ଲୋକଙ୍କ ମୃତ୍ୟୁ ଦେଖିଥାନ୍ତି ।

ତଥାପି ନିଜର ମୃତ୍ୟୁ ବିଷୟରେ କଳନା କରିବାକୁ ଭୟ କରନ୍ତି । କିନ୍ତୁ ସତ୍ୟ ଏହା ଯେ ମନୁଷ୍ୟକୁ କେବେ ନା କେବେ ଶ୍ମଶାନକୁ ଯିବାର ହିଁ ଅଛି । ତେବେ ମନୁଷ୍ୟ ମୃତ୍ୟୁକୁ ଭୟ କରୁଥିବାର ଅର୍ଥ ହେଉଛି ଯେ ସେହି ବ୍ୟକ୍ତି ମୋହ ମାୟାର ଜୀବନରେ ଖୁବ ଛନ୍ଦି ହୋଇ ରହିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟର ଶରୀର ପଞ୍ଚାତତ୍ୱରେ ତିଆରି ହୋଇଛି । ମନୁଷ୍ୟର ମୃତ୍ୟୁ ପରେ ଶରୀର ସେହି ପଞ୍ଚତତ୍ୱରେ ହିଁ ଲୀନ ହୋଇଯାଏ ।

ମନୁଷ୍ୟର ଜନ୍ମ ଠାରୁ ମୃତ୍ୟୁ ପର ପର୍ଯ୍ୟନ୍ତ ଷୋହଳ ସଂସ୍କାର ବିଷୟରେ କୁହାଯାଇଛି । ତାହା ମଧ୍ୟରୁ ଅନ୍ତିମ ସଂସ୍କାର ମନୁଷ୍ୟର ମୃତ୍ୟୁ ପରେ ହୋଇଥାଏ । ତେଣୁ ବିଧି ବିଧାନର ସହିତ ଯଦି ଅନ୍ତିମ ସଂସ୍କାର କରାଯାଏ ତେବେ ସେହି ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଆଉ ଯଦି ବିଧି ବିଧାନର ସହିତ ଅନ୍ତିମ ସଂସ୍କାର ନକରାଯାଏ , ତେବେ ସେହି ଆତ୍ମାକୁ ମୋକ୍ଷ ପ୍ରାପ୍ତି ପାଇଁ ଅନେକ କଷ୍ଟ ଉଠାଇବାକୁ ପଡ଼ିଥାଏ ।

ଏପରି କୁହାଯାଇଛି ଯେ ଶବ ଯାତ୍ରା ସମୟରେ ଶବର ହାତ ଗୋଡ଼ ବାନ୍ଧି ଦିଆଯାଇଥାଏ । ନଚେତ ହାତ ଗୋଡ଼ ପିଶାଚଙ୍କ ହାତକୁ ଚାଲିଯାଏ । ଶବକୁ କେବେ ଏକୁଟିଆ ଛାଡ଼ିବା ଉଚିତ ନୁହେଁ । ନଚେତ ତାହା ଦୁଷ୍ଟ ଆତ୍ମା ସଂସ୍ପର୍ଶରେ ଆସିବା ଦ୍ୱାରା ଦୁର୍ଗତି ହୋଇଥାଏ । ପରିବାରରେ କାହାରି ମୃତ୍ୟୁ ହୋଇଥାଏ ଭୋଜନ , କିମ୍ବା ମାଂସ ଭକ୍ଷଣ କରିବ ଉଚିତ ନୁହେଁ । ତାହା ବିଷ ସମାନ ହୋଇଥାଏ ।

ଘର ପାଖରେ କାହାରି ମୃତ୍ୟୁ ହୋଇଥିଲେ , ଯେତେ ପର୍ଯ୍ୟନ୍ତ ଶବ ସତ୍କାର ହୋଇନାହିଁ ସେତେ ପର୍ଯ୍ୟନ୍ତ ସ୍ତ୍ରୀ ସହିତ ସହବାସ କରିବା ଉଚିତ । ଶବ ଯାତ୍ରାରେ ଯିବା ସମୟରେ ନିଜ ମନକୁ ନିୟନ୍ତ୍ରଣ କରିବା ଉଚିତ । ମୃତ୍ୟୁ ପୂର୍ବରୁ ସେହି ବ୍ୟକ୍ତି ଯେମିତି ହୋଇଥାନ୍ତୁ ନା କାହିଁକି ମୃତ୍ୟୁ ପରେ ତାକୁ ଖରାପ ବଚନ କହିବା ଉଚିତ ନୁହେଁ । ମୃତ ବ୍ୟକ୍ତି ଶତ୍ରୁ ହେଉ କିମ୍ବା ମିତ୍ର ହେଉ ତାର ମୃତ୍ୟୁରେ ହସିବା ଉଚିତ ନୁହେଁ । ସମ୍ମାନ ପୂର୍ବରୁ ଶବ ସଂସ୍କାର କରିବା ଉଚିତ ଏବଂ ଶବ ସତ୍କାରରେ ଯିବା ସମୟରେ କ୍ରୋଧ କରିବା ଉଚିତ ନୁହେଁ । ଶବକୁ କାନ୍ଧ ଦେଉଥିବା ବ୍ୟକ୍ତିକୁ ବିଳାପ ମଧ୍ୟ କରିବା ଉଚିତ ନୁହେଁ । ବରଂ ଶବର ମୋକ୍ଷ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ ।

ମାତ୍ର କ୍ରୋଧ କରୁଥିବା ବ୍ୟକ୍ତିକୁ ମହାପାପ ଲାଗିଥାଏ । ଅନ୍ତିମ ସତ୍କାର ପରେ ପିଣ୍ଡ ଦାନ ଏବଂ ମୁଣ୍ଡନ ସୂର୍ଯ୍ୟାସ୍ତ ପୂର୍ବରୁ କରିବା ଉଚିତ । ମନୁଷ୍ୟର ଦାହ ସଂସ୍କାର ଜଙ୍ଗଲରେ କିମ୍ବା ପବିତ୍ର ନଦୀ କୂଳରେ କରିବା ଉଚିତ । ଦାହ ସଂସ୍କାର ପରେ ଆସୁଥିବା ସମୟରେ ବ୍ୟକ୍ତିଙ୍କୁ ପଛକୁ ବୁଲି ଦେଖିବା ଉଚିତ ନୁହେଁ । ଶବ ସଂସ୍କାର ପରେ ଶରୀର ଜଳିଯାଏ ମାତ୍ର ଆତ୍ମା ସେହିପରି ରହିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଆତ୍ମାକୁ କେହି ନଷ୍ଟ କରି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *