ଘରର ପୂଜା ଘରେ ଲାଗିଥିବା ଦୀପ ରେ ଥିବା ଗୋଲ ବତୀ ପଇସା କୁ ପାଣି କରିଦିଏ, ଆପଣ ବି ଏମିତି କରୁ ନାହାନ୍ତି ତ?

ଭାରତୀୟ ସଂସ୍କୃତି ରେ ଦୀପ ଜଳେଇବା ର ବହୁତ ବଡ ମହତ୍ୱ ରହିଛି | କାରଣ ଦୀପ ବିନା ସବୁ ପୂଜା ଏବଂ ସବୁ କାର୍ଯ୍ୟ ଅଧୁରା ହୋଇଥାଏ | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିପରି ଗୋଟିଏ ଦୀପ ଆପଣଙ୍କ ଦୁଃଖ କଷ୍ଟ ଦୂର କରି ଆପଣଙ୍କ ର ସୌଭାଗ୍ୟ ବଢ଼େଇଥାଏ | ସେହି ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇବୁ | ତେବେ ଆସନ୍ତୁ ଜାଣିବା ଦୀପ ରେ କେଉଁ ବତୀ ଜଳେଇବା ଉଚିତ ଏବଂ କେଉଁ ବତୀ ଜଳେଇବା ଉଚିତ ନୁହେଁ | ତେବେ ଆସନ୍ତୁ ଜାଣିବା ବିସ୍ତାର ରୂପରେ ଦୀପ ଜଳେଇବାର ସଠିକ ଉପାୟ ;

ସକାଳ ସଂନ୍ଧ୍ୟା ପୂଜା ସମୟରେ ଆପଣ ନିଶ୍ଚିନ୍ତ ଦୀପ ଜଳାଉ ଥିବେ | ତେବେ ଶାସ୍ତ୍ର ଅନୁସାରେ ଦୀପ ଜଳେଇବା ର ଉଚିତ ଦିଗ ବିଷୟରେ କୁହାଯାଇଛି | କାରଣ ଦୀପ କୁ ପଞ୍ଚତତ୍ୱର ଅଗ୍ନି ବୋଲି କୁହାଯାଏ | ଜ୍ୟୋତିଷ ଶାସ୍ତ୍ର ରେ କୃତିକ ନକ୍ଷତ୍ର କୁ ଅଗ୍ନି ର ପ୍ରତୀକ ବୋଲି କୁହାଯାଇଛି |

ଏହି ନକ୍ଷତ୍ର ର ଦେବତା ସୂର୍ଯ୍ୟ ଅଟନ୍ତି ଏବଂ ଏହା ର ରାଶିର ସ୍ୱାମୀ ଶୁକ୍ର ଅଟନ୍ତି | କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀପ କୁ ଅଗ୍ନିପୁଞ୍ଜ କୁହାଯାଏ | ଅଗ୍ନି କୁ ତ୍ରିମୁଖି କୁହା ଯାଇଛି,ତେବେ ଭଗବାନ ଶିବ ଙ୍କର ତିନିଟି ନେତ୍ର ରହିଛି | ବାମ ଆଖି କୁ ସୂର୍ଯ୍ୟ ଏବଂ ଦକ୍ଷିଣ କୁ ଚନ୍ଦ୍ର ଏବଂ ମଧ୍ୟ କୁ ଅଗ୍ନି କୁହାଯାଏ

ତେବେ ମାନ୍ୟତା ଅନୁସାରେ ଭଗବାନ ଶିବ ନିଜକୁ ମହା ଦୀପ ରୂପରେ ପରିବର୍ତ୍ତନ କରିଦେଇଥିଲେ | ଅଗ୍ନି କୁ ତ୍ରି ମୁଖି ଏବଂ ଶିବ ସ୍ୱରୂପା କୁହାଯାଏ | ସେଥିପାଇଁ ଶାସ୍ତ୍ର ରେ ଶିବ ଭଗବାନ ଙ୍କ ନିକଟ ରେ ତିନି ଟି ଦୀପ ଜଳେଇବାର ବିଧାନ ରହିଛି | ତେବେ ଆପଣଙ୍କ କୌଣସି ବି ମନୋକାମନା କୁ ପୂର୍ଣ୍ଣ କରିବା ପାଇଁ ଶିବ ଙ୍କ ପାଖ ରେ 3 ଦୀପ ଗୋଲ ବତୀ ରଖି ଜଳାନ୍ତୁ | ଏହା ଦ୍ୱାରା ଆପଣଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ | ଏହି ଦୀପ ରେ ଗୋଟିଏ ଲବଙ୍ଗ ନିଶ୍ଚିନ୍ତ ରଖିଦେବେ ଶୁଭ ହୋଇଥାଏ | ଶିବ ଭଗବାନ ଙ୍କ ପାଖରେ ଦୀପ ଜଳେଇବା ଦ୍ୱାରା ଦୁଃଖ ଦରିଦ୍ରତା ଦୂର ହୋଇଥାଏ

ନିଜ ରାଶି ଅନୁସାରେ ଦୀପ ଜଳାନ୍ତୁ :

ମେଷ ରାଶିର ଲୋକ ମାନେ ଶିବ ଙ୍କ ପାଖରେ ଚାମେଲୀ ତେଲର ଦୀପ ଜଳାନ୍ତୁ | ବୃଷବ ରାଶି ର ବ୍ୟକ୍ତି ମାନେ ଗାଈ ଘିଅ ରେ ଗୋଲାପ ଅତର ମିଶେଇ ଜଳେଇବା ଅତ୍ୟନ୍ତ ଶୁଭ ହୋଇଥାଏ | ଯଦି ଆପଣଙ୍କ ରାଶି ମିଥୁନ ଅଟେ ତେବେ ଗାଈ ଘିଅ ରେ ଦୀପ ଜଳାନ୍ତୁ | କର୍କଟ ରାଶି ଗାଈ ଘିଅ ରେ ଚନ୍ଦନ ଅତର ମିଶେଇ ଦୀପ ଜଳାନ୍ତୁ | ସିଂହ ରାଶି ର ଲୋକ ମାନେ ତାଳ ତେଲ ର ଦୀପ ଜଳାନ୍ତୁ | କନ୍ୟା ରାଶିର ଲୋକ ମାନେ ଗାଈ ଘିଅ ରେ ମେହେନ୍ଦି ମିଶେଇ ଦୀପ ଜଳାନ୍ତୁ |

ତୁଳା ରାଶି ର ଲୋକ ମାନେ ନଡ଼ିଆ ତେଲ ର ଦୀପ ଶିବ ଲିଙ୍ଗ ପାଖ ରେ ନିଶ୍ଚିନ୍ତ ଜଳାନ୍ତୁ | ଏବଂ ବିଛା ରାଶିର ଲୋକ ମାନେ ଗାଈ ଘିଅ ରେ ସିନ୍ଦୁର ମିଶେଇ ଦୀପ ଜଳେଇବା ଶୁଭ ହୋଇଥାଏ | ଧନୁ ରାଶି ର ଲୋକ ସୂର୍ଯ୍ୟ ମୁଖି ତେଲ ର ଦୀପ ଜଳାନ୍ତୁ, ମକର ରାଶିର ଲୋକ ମାନେ ତିଲ ର ତେଲ ର ଦୀପ ଜଳାନ୍ତୁ | କୁମ୍ଭ ରାଶିର ଲୋକ ମାନେ ସୋରିଷ ତେଲ ର ଦୀପ ଜଳାନ୍ତୁ ଶିବ ଲିଙ୍ଗ ନିକଟରେ |

ଗୋଲ ବତୀ କେଉଁ ସମୟ ରେ ଜଳେଇବା ଉଚିତ ନୁହେଁ ;

ଭଗବାନ ଶିବ ଏବଂ ଶ୍ରୀହରି ଙ୍କ ପୂଜା ରେ ଏବଂ ସମସ୍ତ ଦେବତା ଗଣ ଙ୍କ ପାଇଁ ଗୋଲ ବତୀ ଜଳେଇବା ଉଚିତ ହୋଇଥାଏ ଏବଂ ଏହା ସହ ଆପଣ ସେଥିରେ ଲବଙ୍ଗ ବି ପକେଇପାରିବେ | କିନ୍ତୁ ଦେବୀ ମାନଙ୍କ ପୂଜାରେ ଯେମିତି କି ମା ଦୁର୍ଗା, ମା ଲକ୍ଷ୍ମୀ, ମା କାଲି ଇତ୍ୟାଦି ଙ୍କ ପାଖ ରେ ଭୁଲ ରେ ବି ଗୋଲ ବତୀ ଜଳେଇବେ ନାହିଁ | ତେବେ ବନ୍ଧୁଗଣ ପିତୃ ପୁରୁଷ ଙ୍କ ପାଇଁ ଜଳାଉଥିବା ଦୀପ ରେ ଭୁଲ ରେ ଗୋଲ ବତୀ ଜଳେଇବେ ନାହିଁ ଏହା ଦ୍ୱାରା ଦରିଦ୍ରତା ଆସିଥାଏ | ମା ଲକ୍ଷ୍ମୀ ଘରୁ ଚାଲିଯାନ୍ତି |

Leave a Reply

Your email address will not be published. Required fields are marked *