ଯଦି ଆପଣ ମଧ୍ୟ ପିନ୍ଧୁଛନ୍ତି ଏଭଳି ମଙ୍ଗଳସୂତ୍ର, ତାହେଲେ ହୋଇ ଯାଆନ୍ତୁ ସତର୍କ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ବିବାହିତ ହିନ୍ଦୁ ମହିଳା ମାନେ ଗଳାରୁ ମଙ୍ଗଳସୂତ୍ର କାଢିଲେ କେଉଁ ଅଶୁଭ ସ୍ଥିତି ଉତ୍ପନ୍ନ ହୋଇଥାଏ। କହିବାକୁ ଗଲେ ମଙ୍ଗଳସୂତ୍ରକୁ କେବେବି ସାଧାରଣ ଭାବିବା ଉଚିତ ନୁହେଁ। ମଙ୍ଗଳସୂତ୍ର ପିନ୍ଧିବାର ପରମ୍ପରା ପୁରାତନ ଯୁଗରୁ ଚାଲି ଆସୁଛି।

ଆଜିକାଲିର ପୁରୁଷ ଜାତି ସ୍ତ୍ରୀ ମାନଙ୍କ ଉପରେ ଅନେକ ପରମ୍ପରାର ବେଡି ବାନ୍ଧିବାକୁ ପ୍ରୟାସ କରୁଛନ୍ତି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଯେଉଁ ପରମ୍ପରା କ୍ଷତି କରିବା ସହିତ ଦୁଃଖକଷ୍ଟ ଦେଉଛି, ସେହି ପରମ୍ପରାକୁ ନଷ୍ଟ କରି ଦେବା ଆବଶ୍ୟକ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଜଣେ ପତିଙ୍କ ପାଇଁ ତାଙ୍କ ପତ୍ନୀ ମଙ୍ଗଳସୂତ୍ର ରକ୍ଷା କବଚ ହୋଇଥାଏ। ଯଦି କୌଣସି ବିବାହିତ ମହିଳା ମଙ୍ଗଳସୂତ୍ର ପିନ୍ଧନ୍ତି ନାହିଁ, ତାହେଲେ ତାଙ୍କ ପତିଙ୍କ ଜୀବନରେ ଘୋର ସଙ୍କଟ ମାଡି ଆସିଥାଏ। ଧର୍ମ ଶାସ୍ତ୍ର ଅନୁସାରେ ବିବାହ ପରେ ମହିଳା ମାନେ ତାଙ୍କ ସ୍ଵାମୀଙ୍କ ପାଇଁ ମଙ୍ଗଳସୂତ୍ର ପିନ୍ଧିବା ଉଚିତ। ମାନା ଯାଇଥାଏ କି, ଯେଉଁ ବିବାହିତ ମହିଳା ସର୍ବଦା ନିଜ ଗଳାରେ ମଙ୍ଗଳସୂତ୍ର ପିନ୍ଧିଥାନ୍ତି, ତାଙ୍କୁ ପରଜନ୍ମରେ ମଧ୍ୟ ତାଙ୍କ ସ୍ଵାମୀ ଜୀବନସାଥୀ ରୂପରେ ମିଳି ଥାଆନ୍ତି।

ମଙ୍ଗଳସୂତ୍ରରେ ଥିବା କଳା ମାଳି ଆପଣଙ୍କ ପତିଙ୍କ ଜୀବନ ରକ୍ଷା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ଯଦି ଆପଣ ନିଜ ମଙ୍ଗଳସୂତ୍ରକୁ ପ୍ରତ୍ୟେକଦିନ ସ୍ନାନ ସାରି ଦୁଇ ଆଖିରେ ଲଗାଇ ନିଜ ଓଠରେ ସ୍ପର୍ଶ କରିବେ ତାହେଲେ ଆପଣଙ୍କ ପତିଙ୍କ ଆୟୁଷରେ ବୃଦ୍ଧି ହେବା ସହିତ ପ୍ରେମ ବଢ଼ି ଥାଏ। ଯେଉଁ ବିବାହିତ ମହିଳା ମାନେ ମଙ୍ଗଳସୂତ୍ର ପିନ୍ଧି ନଥାନ୍ତି, ସେମାନେ ପରଜନ୍ମରେ ନିଜ ପତିଙ୍କ ସୁଖରୁ ବଞ୍ଚିତ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *