ଜୀବନରେ ମନରୁ ଦୁର୍ବଳ ପଡ଼ି ଯାଉଥିଲେ, ଏହି କଥା ଉପରେ ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ। ମୁର୍ଖ ଛାତ୍ର ମାନଙ୍କୁ ପଢ଼ାଇବା ତଥା ଦୁଷ୍ଟ ସ୍ତ୍ରୀର ପାଳନ ପୋଷଣ କରିବା ଏବଂ ଦୁଃଖୀ ଲୋକଙ୍କ ସହିତ ସମ୍ପର୍କ ରଖୁଥିବା ବୁଦ୍ଧିମାନ ମନୁଷ୍ୟ ମଧ୍ୟ ସର୍ବଦା ଦୁଃଖିତ ରହିଥାଏ। ଅର୍ଥାତ୍ ମୁର୍ଖ ଶିଷ୍ୟକୁ କେବେବି ଉପଦେଶ ଦେବା ଉଚିତ ନୁହେଁ।

ଦୁଷ୍ଟ ସ୍ତ୍ରୀ, ଛଳ କରୁଥିବା ବନ୍ଧୁ ଏବଂ କଡା ସ୍ଵରରେ ଜବାବ ଦେଉଥିବା ଚାକର ତଥା ଯେଉଁ ଘରେ ସାପ ରହିଥାଏ, ସେହି ଘରେ ରହୁ ଥିବା ଗୃହ ସ୍ବାମୀଙ୍କ ମୃତ୍ୟୁରେ ସଂଶୟ କରନ୍ତି ନାହିଁ।ବିପତ୍ତି ସମୟରେ କାମରେ ଆସୁଥିବା ଧନର ରକ୍ଷା କରନ୍ତୁ। ଧନ ଦ୍ଵାରା ସ୍ତ୍ରୀର ରକ୍ଷା କରନ୍ତୁ। ଏହାସହିତ ଧନ ଓ ସ୍ତ୍ରୀ ଠାରୁ ନିଜକୁ ମଧ୍ୟ ରକ୍ଷା କରନ୍ତୁ। ଆପତ୍ତିରୁ ବଞ୍ଚିତ ହେବା ପାଇଁ ଧନର ରକ୍ଷା କରନ୍ତୁ, କାରଣ କେଜାଣି କେବେ ସଙ୍କଟ ଆସି ଯାଇପାରେ। ଦେବୀ ଲକ୍ଷ୍ମୀ ଚଞ୍ଚଳା ଅଟନ୍ତି, ତେଣୁ ସଞ୍ଚିତ ଧନ ମଧ୍ୟ ନଷ୍ଟ ହୋଇପାରେ।

ଯେଉଁ ଦେଶରେ ଆପଣଙ୍କର ସମ୍ମାନ ନାହିଁ, ଜୀବିକାର ସାଧନ ନାହିଁ, ପରିବାର ଓ ବନ୍ଧୁ ନାହାନ୍ତି ଏବଂ ବିଦ୍ୟା ପ୍ରାପ୍ତ କରିବାର ସାଧନ ନାହିଁ, ସେହି ଦେଶରେ କେବେବି ରହିବା ଉଚିତ ନୁହେଁ। ଯେଉଁଠାରେ ଧନୀ, ବୈଦିକ ବ୍ରାହ୍ମଣ, ରାଜା, ନଦୀ ଓ ବିଦ୍ୟା ନାହିଁ, ସେଠାରେ କେବେବି ରହିବା ଉଚିତ ନୁହେଁ। ଯେଉଁଠାରେ ଜୀବିକା, ଭୟ,ଲଜ୍ଜା, ଚତୁରତା, ତ୍ୟାଗର ଭାବନା ନାହିଁ ସେଠାକାର ଲୋକଙ୍କ ସହିତ କେବେବି ମିଳାମିଶା କରିବା ଉଚିତ ନୁହେଁ।

ଚାକର ମାନଙ୍କୁ ବାହାରକୁ ପଠାଇବା ପରେ, ଭାଇ ବନ୍ଧୁଙ୍କୁ ସଙ୍କଟ ସମୟରେ ତଥା ବନ୍ଧୁଙ୍କୁ ବିପତ୍ତି ସମୟରେ, ନିଜ ସ୍ତ୍ରୀଙ୍କୁ ଅଭାବ ସମୟରେ ଏବଂ ନିଜ ସ୍ବାମୀଙ୍କୁ ପରିବାରର ଦାୟିତ୍ୱ ନେବା ସମୟରେ ପରଖିବା ଉଚିତ। ଯେଉଁମାନେ ନିଜର ବାସ୍ତୁ ତ୍ୟାଗ କରି ଅନିଶ୍ଚିତ ଚିନ୍ତା କରିଥାଏ, ତାଙ୍କର ଅନିଶ୍ଚିତ ଲକ୍ଷ୍ୟ ନଷ୍ଟ ହୋଇ ଯାଇଥାଏ।

ମୁର୍ଖ ବ୍ୟକ୍ତିକୁ ଉତ୍ତମ କୂଳରେ ଜଙ୍କ ନେଇଥିବା କୁରୂପ କନ୍ୟା ସହିତ ବିବାହ କରି ନେବା ଉଚିତ କିନ୍ତୁ ଉତ୍ତମ କନ୍ୟା ସହିତ ବିବାହ କରିବା ଉଚିତ ନୁହେଁ। ପୁରୁଷ ମାନଙ୍କ ଅପେକ୍ଷା ସ୍ତ୍ରୀ ମାନଙ୍କର ଭୋଜନ ଦୁଇଗୁଣ ହେବା ସହିତ ଲଜ୍ଜା ଚାରି ଗୁଣ, ଆତ୍ମସମ୍ମାନ ଓ ସାହସ ଛଅ ଗୁଣ ରହିଥାଏ।

Leave a Reply

Your email address will not be published. Required fields are marked *