ରାତିରେ ଶୋଇବା ସମୟରେ ଭଗବାନଙ୍କୁ କେବଳ ୧୧ ଥର କହି ଦିଅନ୍ତୁ , ସକାଳ ହେବା ମାତ୍ରେ ହୋଇଥାଏ ଚମତ୍କାର :-

ରାତିରେ ଶୋଇବା ସମୟରେ ମନୁଷ୍ୟର ବାହ୍ୟ ଶରୀର କେବଳ ନିଦ୍ରା ଅବସ୍ଥାରେ ଥାଏ ମାତ୍ର ମନୁଷ୍ୟର ଅବଚେତନ ଶରୀର କିମ୍ବା ସୂକ୍ଷ୍ମ ଶରୀର ସର୍ବଦା ଜାଗ୍ରତ ଅବସ୍ଥାରେ ଥାଏ । ବାହ୍ୟ ଶରୀର ଦ୍ୱାରା ମନୁଷ୍ୟ କେବଳ ବାହ୍ୟ ଜିନିଷକୁ ଅନୁଭବ କରିପାରେ , ତାସହିତ ବାହ୍ୟ କାର୍ଯ୍ୟକଳାପକୁ ଦେଖିବା ସହିତ ସେଥିରେ ଅଂଶ ଗ୍ରହଣ ମଧ୍ୟ କରିପାରେ ।

ମନୁଷ୍ୟର ଅବଚେତନ ମନ ଏବଂ ପ୍ରାଣ ପରମାତ୍ମାଙ୍କ ସହିତ ସଂଯୁକ୍ତ ଥାଏ । ତେଣୁ ଅବଚେତନ ମନରେ ମନୁଷ୍ୟର କୌଣସିବି ପ୍ରାର୍ଥନାକୁ ଭଗବାନ ନିଶ୍ଚିତ ଭାବରେ ପୂରଣ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ରାତିରେ ଶୋଇବା ପୂର୍ବରୁ ଯେଉଁ ଶବ୍ଦ କହିଦେଲେ ନିଦ ଭଲ ହୋଇଥାଏ ।

୧ . ସ୍ତ୍ରୀକୁ ସର୍ବଦା ସ୍ୱାମୀର ବାମ ପଟେ ଶୋଇବା ଉଚିତ । ଏହାଦ୍ବାରା ପାରିବାରିକ ଜୀବନ ଖୁବ ଖୁସିମୟ ହୋଇଥାଏ । ଏହାର କାରଣ ହେଉଛି ଯେ ସ୍ତ୍ରୀକୁ ସ୍ୱାମୀର ବାମ ଅଙ୍ଗ ମାନା ଯାଇଥାଏ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ବେଶ ସୁଦୃଢ଼ ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏବଂ ବୈଜ୍ଞାନିକ ସମ୍ମତ କାରଣ ଅନୁଯାୟୀ ମଧ୍ୟ ମନୁଷ୍ୟକୁ ସର୍ବଦା ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ।

ଯେଉଁ ବିଦ୍ୟାର୍ଥୀ ମାନେ ପାଠକୁ ଜଲଦି ଭୁଲି ଯାଆନ୍ତି କିମ୍ବା ଚାକିରୀକୁ ନେଇ ଚିନ୍ତିତ ରହୁଥିବା ବ୍ୟକ୍ତି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । ପୂର୍ବକୁ ମୁହଁ କରି ଶୋଇଲେ ଜୀବନର ସବୁ ସମସ୍ୟା ମନକୁ ଆସିଥାଏ ।

୨ . ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ସବୁ ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ । ଧର୍ମ ଶାସ୍ତ୍ରରେ ଅନୁଯାୟୀ ମନୁଷ୍ୟ ଶୋଇବା ପୂର୍ବରୁ ଗାୟତ୍ରୀ ମନ୍ତ୍ର ଜପ କରେ ତେବେ ଅର୍ଥାତ ପାଞ୍ଚ ଥର ଜପ କରି ଶୋଇବା ଦ୍ୱାରା ନିଦ ଭଲ ହୋଇଥାଏ । ମାତ୍ର ଗାୟତ୍ରୀ ମନ୍ତ୍ରକୁ ମୁହଁରେ ନକହି ମନରେ ଚିନ୍ତନ କରି ଶୋଇବା ଉଚିତ । ଏହାକୁ ବେଦ ମନ୍ତ୍ର କୁହାଯାଏ । ଏହାକୁ ଜପ କରି ଶୋଇଲେ ଭଲ ନିଦ ଆସିଥାଏ । ଭୂତ ପ୍ରେତ ବାଧା ମଧ୍ୟ ଦୂରେଇ ଯାଏ । କାରଣ ଏହି ମନ୍ତ୍ର ଜପ କରିବା ଦ୍ୱାରା ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ ।

୩ . ଶାସ୍ତ୍ର ଅନୁଯାୟୀ ରାତିରେ ୧୧.୦୦ ପୂର୍ବରୁ ଶୋଇଯିବା ଉଚିତ । ଏମିତିରେ ତ ରାତି 9 ପୂର୍ବରୁ ଶୋଇବା ଉତ୍ତମ ହୋଇଥାଏ । ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯିବା ଉଚିତ । ଶୋଇବା ପୂର୍ବରୁ ନିଜର ଇଷ୍ଟ ଦେବତାଙ୍କୁ ଆରାଧନା କରିବା ଉଚିତ କିମ୍ବା ନିଜର ପ୍ରିୟ ଦେବତାଙ୍କୁ ପ୍ରାର୍ଥନା କରିବା ଉଚିତ । ଇଷ୍ଟ ଦେବତାଙ୍କ ପ୍ରାର୍ଥନା କରି ଶୋଇବା ଦ୍ୱାରା ମଧ୍ୟ ନିଦ ଭଲ ହୋଇଥାଏ । ଏହାଦ୍ବାରା ଆତ୍ମ ସୁରକ୍ଷା ପ୍ରାପ୍ତ ହୋଇଥାଏ । ପ୍ରଥମତଃ ଶୋଇବା ପୂର୍ବରୁ ନିଜର ଇଷ୍ଟ ଦେବତାଙ୍କ ୧୧ ଥର ଜପ କରିବା ଉଚିତ ।

ପ୍ରଥମ ଶବ୍ଦ ନିଜର ଇଚ୍ଛା ପୂରଣ କରିବାକୁ ପ୍ରାର୍ଥନା କରନ୍ତୁ । ଦ୍ୱିତୀୟ ଧର୍ମର ମାର୍ଗରେ ଚାଲିବାକୁ , ତୃତୀୟ ନିଜ ଦ୍ୱାରା ଯେପରି କିଛି ପାପ ନହେଉ ବୋଲି କୁହନ୍ତୁ । ଚତୁର୍ଥ ଭଗବାନ ଯେପରି ଆପଣଙ୍କୁ ସବୁବେଳେ ସହାୟତା କରନ୍ତୁ , ପଞ୍ଚମ ଭଗବାନଙ୍କ ବ୍ୟତୀତ ଆପଣଙ୍କର ଆଉ କେହି ନାହିଁ ବୋଲି ପ୍ରାର୍ଥନା କରି ଶୋଇ ଯାଆନ୍ତୁ । ନିଶ୍ଚୟ ନିଦ ଭଲ ହେବ ।

Leave a Reply

Your email address will not be published. Required fields are marked *