ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘରର ଏହିସବୁ ସ୍ଥାନରେ ରଖି ଦିଅନ୍ତୁ ମୟୁର ପର । ଦାରିଦ୍ର୍ୟତା ହୋଇଯିବ ଦୂର , ହେବ ଧନ ପ୍ରାପ୍ତି :-

ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ମୟୁର ପରକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି । ଏହାକୁ ଏକ ଯନ୍ତ୍ର ବୋଲି ମଧ୍ୟ ମାନା ଯାଇଥାଏ କାରଣ ଏହା ସୁଖ ସମୃଦ୍ଧି ଏବଂ ଧନକୁ ଆକର୍ଷିତ କରିଥାଏ । ତେଣୁ ଆଜି ଆମେ ଏହି ମୟୁର ପରର ବିଶେଷତ୍ୱ ଏବଂ ତିନୋଟି ମୟୁର ପରକୁ ବ୍ୟବହାର କରି କେଉଁ ଉପାୟ କରିହେବ ସେହି ଉପାୟ ବିଷୟରେ ମଧ୍ୟ କହିବୁ । ତାନ୍ତ୍ରିକରେ ମୟୁର ପରକୁ ଅନେକ ବ୍ୟବହାର କରାଯାଏ । ଏହି ପରକୁ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ବ୍ୟତୀତ ଆୟୁର୍ବେଦରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

ମୟୁର ପର ଘରୁ ରୋଗକୁ ମଧ୍ୟ ଦୂର କରିଥାଏ । କେବଳ ସେତିକି ନୁହେଁ ଅନେକ ପୁରୁଣା ଧର୍ମଗ୍ରନ୍ଥ କୁ ମଧ୍ୟ ମୟୁର ପରକୁ ଲେଖନୀ ଭାବରେ ବ୍ୟବହାର କରି ଲେଖାଯାଇଛି । ପୁଣି ଏପରି କୁହାଯାଏ ଯେ ମୟୁର ପର ଘରେ ରହିଲେ ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରେନାହିଁ । ମୟୁର ପର ନକରାତ୍ମକତାକୁ ଅବଶୋଷିତ କରି ସକାରାତ୍ମକତାକୁ ପ୍ରସାରିତ କରିଥାଏ ।

ପୁଣି ଏକ ପୌରାଣିକ କାହାଣୀ ଅନୁଯାୟୀ ସନ୍ଧ୍ୟା ନାମକ ଏକ ରାକ୍ଷସର ବଧ ମୟୁର କରିଥିବାରୁ ମୟୁର ପରକୁ ଖୁବ ଶକ୍ତିଶାଳୀ ବିଶ୍ୱାସ ଯାଇଥାଏ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜ ମୁକୁଟରେ ମୟୁର ପର ଲଗାନ୍ତି । କାରଣ ଛୋଟବେଳୁ ହିଁ ତାଙ୍କ ମା ତାଙ୍କ ମୁଣ୍ଡରେ ମୟୁର ପର ଲଗାଉଥିଲେ । କାରଣ ମୟୁର ପର କାଳ ସର୍ପଦୋଷ ଦୂର କରିଥାଏ ।

ଭଗବାନ ଶ୍ରୀକୃଷ୍ଣଙ୍କର କାଳ ସର୍ପ ଦୋଷ ଥିବାରୁ ସେ ସର୍ବଦା ନିଜ ମୁକୁଟରେ ମୟୁର ପର ଲଗାଉଥିଲେ । ବୌଦ୍ଧ ଧର୍ମରେ ମଧ୍ୟ ମୟୁର ପରର ଅନେକ ବିଶେଷ ମହତ୍ତ୍ୱ ରହିଛି । ଗ୍ରୀସର ଲୋକେ ମୟୁର ପରକୁ ସ୍ୱର୍ଗ ସହିତ ତୁଳନା କରନ୍ତି । ଆମ ହିନ୍ଦୁ ଧର୍ମରେ ମୟୁର ପରକୁ ମାତା ଲକ୍ଷ୍ମୀ , କାର୍ତ୍ତିକ , ହନୁମାନ , ଗଣେଶଙ୍କ ସହିତ ସଂଯୋଗ କରି ଦେଖା ଯାଇଥାଏ ।

ସାଧରଣତଃ ପରିବାରରେ ଅନେକ ସମୟରେ କଳହ କ୍ଳେଶ ଦେଖା ଦେଇଥାଏ । ତେଣୁ ଏପରି ପରିସ୍ଥିତିରେ ଘରେ ବଇଁଶୀ ସହିତ ମୟୁର ପର ରଖିଲେ ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲ ସମ୍ପର୍କ ରହେ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଯଦି ଘରେ ନକରାତ୍ମକ ବାତାବରଣ ଥାଏ ତେବେ ମୟୁର ପରକୁ ଉପରୁ ତଳକୁ ଜୋରରେ ବିଞ୍ଚି ହେବା ଉଚିତ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଇ ଘରକୁ ସକାରାତ୍ମକତାର ଆଗମନ ହୋଇଥାଏ ।

ଘରର ପାଞ୍ଚଟି ସ୍ଥାନ ଅଛି ଯେଉଁଠି ମୟୁର ପର ରଖିଲେ ଘରେ ନକରାତ୍ମକତା ବଢ଼ିଥାଏ ଏବଂ ମାତା ଲକ୍ଷ୍ମୀ ଘରେ ସ୍ଥାୟୀ ରୂପରେ ବାସ କରନ୍ତି । ପ୍ରଥମତଃ ଗଣେଶ ଉତ୍ସବ ଆସିବା ପୂର୍ବରୁ ହିଁ ମୟୁର ପରକୁ ଘରର ଏପରି ସ୍ଥାନରେ ଲଗାଇ ଦିଅନ୍ତୁ ଯାହାକି ସବୁ ଲୋକଙ୍କ ନଜରରେ ପଡ଼ିବ । କାରଣ ମୟୁର ପର ନକରାତ୍ମକତାକୁ ଅବଶୋଷିତ କରିଥାଏ ।

ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଏକ ରାମବାଣ ସଦୃଶ ହୋଇଥାଏ । ତନ୍ତ୍ର ମନ୍ତ୍ର କରିଥିବା ବ୍ୟକ୍ତି ଯଦି ନିଜ ପୁସ୍ତକ ମଧ୍ୟରେ ଏହା ରଖେ ତେବେ ଏହାର ଅନେକ ଭଲ ଫାଇଦା ମିଳିଥାଏ । ଏସବୁ ବ୍ୟତୀତ ରାହୁ କେତୁ ଭଳି ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ । ଛୋଟ ପିଲାଙ୍କ ଜିଦ୍ଖୋର ସ୍ୱଭାବକୁ ବଦଳାଇବା ପାଇଁ ମୟୁର ପରରେ ପଙ୍ଖା କରନ୍ତୁ । ଦେଖିବେ ତାର ସ୍ଵଭାବ ଧୀରେ ଧୀରେ ବଦଳି ଯିବ । ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ରୂପାର ତାବିଜ ମଧ୍ୟରେ ମୟୁର ପର ରଖି ତାହାକୁ ଛୋଟ ପିଲାର ମୁଣ୍ଡ ତଳେ ରଖିବା ଉଚିତ ।

ବଡ଼ ଲୋକ ମାନେ ମଧ୍ୟ ମୟୁର ପରକୁ ନିଜ ତକିଆ ତଳେ ରଖି ପାରିବେ । ଏହାଦ୍ବାରା କୌଣସି ପ୍ରକାରର ମନ୍ଦ ଚିନ୍ତାଧାରା କିମ୍ବା ଖରାପ ସ୍ୱପ୍ନ ଆସେନାହିଁ । ପାଠ ପଢ଼ାରେ ଦୁର୍ବଳ ଥିବା ପିଲାର ପଢ଼ାଘରେ ପ୍ରଥମେ ମୟୁର ପର ଲଗାନ୍ତୁ କିମ୍ବା ଯେଉଁ ବିଷୟରେ ସେ ଦୁର୍ବଳ ସେହି ବିଷୟ ବହି ମଧ୍ୟରେ ମୟୁର ପର ରଖି ଦିଅନ୍ତୁ । ଦେଖିବେ ଅଳ୍ପ ଦୁବ5ମଧ୍ୟରେ ଚମତ୍କାର ହେବ । ଅନେକ ସମୟରେ ଘରେ ଉନ୍ନତି ବଦଳରେ ଅବନତି ହୋଇଥାଏ । ତେଣୁ ଏମିତିରେ ଘରର ପୂର୍ବ ଦକ୍ଷିଣ କୋଣରେ ମୟୁର ପର ରଖିବା ଉଚିତ । ଏହାଦ୍ବାରା ଅଳ୍ପ ଦିନ ମଧ୍ୟରେ ହିଁ ଉନ୍ନତି ଦେଖାଦେବ

Leave a Reply

Your email address will not be published. Required fields are marked *