ଶତ୍ରୁ ବି ତୁମର ଭକ୍ତ ହେଇଯିବ ସବୁ କଥା ମାନିବ – ଚାଣକ୍ୟ ନୀତି

ସେହି ବିଦ୍ୱାନ ଯିଏ ଅସଂଖ୍ୟ ବହିର ଅଧ୍ୟୟନ ବିନା ସଦଗୁରୁ ଙ୍କ ଆଶୀର୍ବାଦ ରେ କରିନେଲା ସେ ବିଦ୍ୱାନ ଙ୍କ ସଭା ରେ ଗୋଟିଏ ସଚ୍ଚା ବିଦ୍ୱାନ ରୂପରେ ଚମକେ ନାହିଁ | ସେହିପରି ଯେଉଁ ପରି ଗୋଟିଏ ବାପା ନଥିବା ପିଲାର ଦୁନିଆରେ କୌଣସି ପ୍ରତିଷ୍ଠା ହାସଲ ହୁଏ ନାହିଁ |

ଆମକୁ ଅନ୍ୟଙ୍କ ଠୁ ଯେଉଁ ସାହାଯ୍ୟ ପ୍ରାପ୍ତ ହୋଇଛି ତାକୁ ଆମକୁ ଫେରେଇବା ଉଚିତ | ସେହି ପ୍ରକାର ରେ ଯିଏ ଆମ ସହ ଦୁଷ୍ଟତା କରିଛି ତା ସହ ବି ଆମକୁ ଦୁଷ୍ଟତା କରିବା ଉଚିତ | ଏହିପରି କରିବା କୌଣସି ପାପ ହୋଇନଥାଏ |

ସେହି ଜିନିଷ ଯାହା ଦୂର ରେ ଦେଖାଯାଏ,ଯାହା ଅସମ୍ଭବ ଦେଖାଯାଏ, ଯାହା ଆମ ପହଞ୍ଚ ଠାରୁ ବାହାରେ ଦେଖାଯାଏ, ତାହା ବି ସହଜ ରେ ହାସଲ ହୋଇପାରେ ଯଦି ଆମେ ନିର୍ଧାରିତ କରିଥିବା | କାରଣ ତପ ଠାରୁ ଉପରେ କିଛି ନାଇଁ |

ଲୋଭ ଠାରୁ ବଡ ଦୁର୍ଗୁଣ କଣ ହୋଇପାରେ,ପର ନିନ୍ଦା ଠୁ ବଡ ପାପ କଣ ଅଟେ,ଯିଏ ସତ୍ୟ ରେ ଥାଏ ତାକୁ କୌଣସି ତପ କରିବା କଣ ଦରକାର,ଯାହାର ହୃଦୟ ସୁଦ୍ଧ ଥାଏ ତାକୁ କୌଣସି ତୀର୍ଥ ଯିବା କଣ ଦରକାର,ଯଦି ସ୍ଵଭାବ ଭଲ ଅଛି ତେବେ ଅନ୍ୟ କୌଣସି ଗୁଣ କଣ ଦରକାର,ଯଦି କୀର୍ତ୍ତି ଅଛି ତେବେ ଅଳଙ୍କାର ର କଣ ଦରକାର,ଯଦି ବ୍ୟବହାର ଜ୍ଞାନ ଅଟେ ତେବେ ଦୌଲତ କଣ ଦରକାର,ଆଉ କଣ ଯଦି ଅପମାନ ହୋଇଛି ତେବେ ମୁତ୍ୟୁ ଠୁ ଭୟଙ୍କର ନୁହେଁ |

ସମୁଦ୍ର ହିଁ ସବୁ ରତ୍ନ ର ଭଣ୍ଡାର ଅଟେ, ସେ ଶଙ୍ଖ ର ପିତା ଅଟନ୍ତି, ଦେବୀ ଲକ୍ଷ୍ମୀ ଶଙ୍ଖ ର ଭଉଣୀ ଅଟନ୍ତି,କିନ୍ତୁ ଦ୍ୱାର ଦ୍ୱାର ରେ ଯାଇ ଭିକ ମାଗୁଥିବା ଲୋକ ହାତ ରେ ଶଙ୍ଖ ନେଇ ବୁଲିଥାନ୍ତି,ଏଥିରୁ ଏହି କଥା ସିଦ୍ଧ ହୋଇଥାଏ କି ତାକୁ ହିଁ ମିଳିବ ଯିଏ ପ୍ରଥମେ ଦେଇଥିବ

ଯେତେବେଳେ ପୁରୁଷ ର ଶକ୍ତି ରହେ ନାହିଁ ସେ ସାଧୁ ହୋଇଯାଏ, ଯାହା ପାଖରେ ଦୌଲତ ନଥାଏ ସେ ବ୍ରହ୍ମଚାରୀ ହୋଇଯାଏ,ରୁଗ୍ଣ ଭଗବାନ ଙ୍କ ଭକ୍ତ ହୋଇଯାଏ,ଯେବେ ନାରୀ ବୁଢ଼ୀ ହୋଇଯାଏ ସେ ସ୍ୱାମୀ ଙ୍କ ପ୍ରତି ସମର୍ପିତ ହୋଇଯାଏ |

ସାପର ଦଂଶ ରେ ବିଷ ଥାଏ, ପୋକର ମୁହଁ ରେ ବିଷ ଥାଏ, ବିଛା ର ଡଙ୍କ ରେ ବିଷ ଥାଏ କିନ୍ତୁ ଦୁଷ୍ଟ ବ୍ୟକ୍ତି ସମ୍ପୂର୍ଣ ରୂପରେ ବିଷ ରେ ଭରା ହୋଇଥାଏ |

ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କ ବିନା ସମତି ରେ ବ୍ରତ ରଖିଥାଏ ଏବଂ ଉପବାସ ରଖିଥାଏ, ତାହାର ଆୟୁ କମ ହୋଇଥାଏ ଏବଂ ସେ ନର୍କ କୁ ଯାଇଥାଏ |

ସ୍ତ୍ରୀ ଦାନ କରି, ବ୍ରତ ରଖି ଏବଂ ପବିତ୍ର ଜଳ ପାନ କରି ପାବନ ହୋଇପାରେ ନାହିଁ,ସେ ସ୍ୱାମୀ ର ପାଦ ଧୋଇ ଏବଂ ସେହି ଜଳ କୁ ପାନ କରି ସୁଦ୍ଧ ହୋଇଥାଏ |

ଗୋଟିଏ ହାତର ଶୋଭା ଗହଣା ରୁ ନୁହେଁ ଦାନ ଦେବାରେ ହୋଇଥାଏ,ଚନ୍ଦନ ର ଲେପ ଲଗେଇବା ଦ୍ୱାରା ନୁହେଁ ଜଳ ରେ ସ୍ନାନ କରିବା ଦ୍ୱାରା ନିର୍ମଳତା ଆସିଥାଏ,ଗୋଟିଏ ବ୍ୟକ୍ତି କୁ ଭୋଜନ ଦେବା ରେ ନୁହେ ସମ୍ମାନ ଦେବା ଦ୍ୱାରା ସନ୍ତୁଷ୍ଟ ହୋଇଥାଏ,ମୁକ୍ତି ନିଜ କୁ ସଜେଇବା ଦ୍ୱାରା ନୁହେଁ ଆଧ୍ୟାତ୍ମିକ ଜ୍ଞାନ ବଢ଼େଇବା ଦ୍ୱାରା ହୋଇଥାଏ |

ତୁଣ୍ଡି ଫଳ ଖାଇବା ଦ୍ୱାରା ପୁରୁଷ ର ବୁଦ୍ଧି ହଜିଯାଏ,ବଚ ମୂଳ ଖାଇବା ଦ୍ୱାରା ଫେରି ଆସେ,ନାରୀ ଯୋଗୁ ପୁରୁଷ ର ଶକ୍ତି ନଷ୍ଟ ହୋଇଯାଏ ଏବଂ କ୍ଷୀର ଦ୍ୱାରା ଫେରି ଆସେ |

ଯାହା ମଧ୍ୟରେ ସବୁ ଜୀବ ପ୍ରତି ପରୋଉପକାର ର ଭାବନା ଥାଏ ସେ ସବୁ ସଙ୍କଟ ରୁ ବଞ୍ଚିଥାଏ,ଏବେ ତାକୁ ପ୍ରତ୍ୟକ ପଦକ୍ଷେପ ରେ ସବୁ ପ୍ରକାରର ସମ୍ପନ୍ନତା ପ୍ରାପ୍ତ ହୋଇଥାଏ |

ସେ ଇନ୍ଦ୍ରଙ୍କ ସଭା ରେ ଯାଇ କଣ ସୁଖ ଭୋଗିବ, ଯାହାର ପତ୍ନୀ ପ୍ରେମ ଭାବ ରଖୁଥିବା ଏବଂ ସଦାଚାରୀ ଅଟେ,ଯାହା ପାଖରେ ସମ୍ପତ୍ତି ଅଛି,ଯାହା ପାଖରେ ସଦାଚାରୀ ଏବଂ ଭଲ ଗୁଣ ଥିବା ବ୍ୟକ୍ତି ଅଛି,ଯାହାକୁ ନିଜ ସନ୍ତାନ ଠାରୁ ପୌତ୍ର ମିଳିଥାଏ |

ମନୁଷ୍ୟ ଏବଂ ନିମ୍ନ ସ୍ତରର ପ୍ରାଣୀ ମାନଙ୍କ ମାଧ୍ୟରେ ଖାଇବା ଶୋଇବା, ଡରିବା ଏବଂ ଗମନ କରିବା ସମାନ ଅଟେ,ମନୁଷ୍ୟ ଅନ୍ୟ ପ୍ରାଣୀଙ୍କ ଠାରୁ ଶ୍ରେଷ୍ଠ ଅଟେ ବିବେକ ଏବଂ ଜ୍ଞାନ ପାଇଁ, ସେଥିପାଇଁ ଯେଉଁ ମନୁଷ୍ୟ ଙ୍କ ପାଖ ରେ ବିବେକ ଏବଂ ଜ୍ଞାନ ନାଇଁ ସେ ପଶୁ ଅଟେ |

ଏହି 8 କେବେ ଅନ୍ୟଙ୍କ ଦୁଃଖ ବୁଝିପାରନ୍ତି ନାହିଁ,1.ରାଜା 2.ବେଶ୍ୟା 3.ଯମରାଜ 4. ଅଗ୍ନି 5.ଚୋର 6. ଛୋଟ ଶିଶୁ 7.ଭିକାରି ଏବଂ 8. କର ନେଉଥିବା ବ୍ୟକ୍ତି |

ହେ ମହିଳା ତୁମେ ତଳକୁ ନଇଁ କଣ ଦେଖୁଛ? କଣ ତୁମର କିଛି ତଳେ ପଡିଯାଇଛି କି? ହେ ମୂର୍ଖ ମୋର ତରୁଣ୍ୟ ର ମୋତି ଜାଣିନି କେଉଁଠି ପଡିଗଲା |

Leave a Reply

Your email address will not be published. Required fields are marked *