ଗୋଡ଼ରେ ଏପରି ଝୁଣ୍ଟିଆ ପିନ୍ଧିବା ଦ୍ୱାରା ହୋଇଥାଏ ଅନର୍ଥ , ସ୍ୱାମୀର ଆସିଥାଏ ବର୍ବାଦି

ବିବାହିତା ମହିଳା ପାଇଁ ଷୋହଳ ଶୃଙ୍ଗାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ମାତ୍ର ଆଜି ଆମେ ବିବାହିତା ମହିଳା ମାନେ ଗୋଡ଼ରେ ଧାରଣ କରୁଥିବା ଝୁଣ୍ଟିଆର କିଛି ବିଶେଷ ମହତ୍ତ୍ୱ ବିଷୟରେ କହିବୁ । ଶାସ୍ତ୍ର ଅନୁଯାୟୀ ପାଦରେ ଝୁଣ୍ଟିଆ ପିନ୍ଧିଲେ ସ୍ୱାମୀ ଉପରେ ବିପଦ ଆସି ନଥାଏ । ମାତ୍ର ମହିଳା ମାନେ ପ୍ରାୟତଃ ପାଦରୁ ଝୁଣ୍ଟିଆ ବାହାର କରିବା ସମୟରେ କିଛି ଏପରି ଭୁଲ କରି ଦିଅନ୍ତି , ଯେଉଁ କାରଣରୁ ତାର ସ୍ୱାମୀ ଉପରେ ସଙ୍କଟ ଆସିଯାଏ । ତେଣୁ ପାଦରେ ଝୁଣ୍ଟିଆ ପିନ୍ଧିବା ସମୟରେ ଏବଂ ବାହାର କରିବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ଉଚିତ ।

ମହିଳା ମାନେ ଝୁଣ୍ଟିଆ ପିନ୍ଧିବା ସମୟରେ କିମ୍ବା ପୁରୁଣା ଝୁଣ୍ଟିଆ ବାହାର କରିବା ସମୟରେ କିଛି ଭୁଲ ଆଦୋୖ କରିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ହିନ୍ଦୁ ମୁସଲିମ ମହିଳା ସମସ୍ତେହିଁ ଝୁଣ୍ଟିଆ ପିନ୍ଧି ଥାନ୍ତି । ମାତ୍ର କିଛି ବିଶେଷ ପ୍ରକାରର ଝୁଣ୍ଟିଆ ପାଦରେ ପିନ୍ଧିବା ଉଚିତ ନୁହେଁ । ନଚେତ ବୈବାହିକ ଜୀବନ ଖରାପ ହୋଇଥାଏ । ପ୍ରଥମତଃ ବିବାହିତା ମହିଳା ପାଦରେ ଝୁଣ୍ଟିଆ ନିଶ୍ଚୟ ପିନ୍ଧିବା ଉଚିତ । ଶାସ୍ତ୍ର ଅନୁଯାୟୀ ଏହାକୁ ସ୍ୱାମୀର ଚିହ୍ନ ମାନା ଯାଇଥାଏ । ଏହାକୁ ଧାରଣ କରିବା ଦ୍ୱାରା ସ୍ୱାମୀ ଉପରକୁ କୌଣସି ଭାରୀ ବିପଦ ଆସି ନଥାଏ । ମାତ୍ର କୁଆଁରୀ କନ୍ୟା ମାନେ ପାଦରେ ଝୁଣ୍ଟିଆ ପିନ୍ଧିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ସେମାନଙ୍କୁ ଘୋର ପାପ ଲାଗିଥାଏ ।

ପୁରୁଣା ଝୁଣ୍ଟିଆ ବାହାର କରିବା ମାତ୍ରେ ହିଁ ସଙ୍ଗେ ସଙ୍ଗେ ନୂଆ ଝୁଣ୍ଟିଆ ଧାରଣ କରନ୍ତୁ । ଏହାଦ୍ବାରା ପିନ୍ଧିବାରେ କଷ୍ଟବି ଲାଗି ନଥାଏ । ଶାସ୍ତ୍ର ଅନୁଯାୟୀ କୌଣସି ସ୍ତ୍ରୀ ନିଜ ପାଦରୁ ଅଳ୍ପ କ୍ଷଣ ପାଇଁବି ଝୁଣ୍ଟିଆ ଅଲଗା କରିବା ଉଚିତ ନୁହେଁ । ଅନ୍ୟ କେହି ମହିଳାଙ୍କୁ ନିଜ ଝୁଣ୍ଟିଆ ଦେବା ମଧ୍ୟ ଉଚିତ ନୁହେଁ । ଏହାକୁ ପାପ ମାନା ଯାଇଥାଏ । ଯଦି ଆପଣ ପୁରୁଣା ଝୁଣ୍ଟିଆ ବାହାର କରି ଦେଇଛନ୍ତି ତେବେ ତାହାକୁ ଅନ୍ୟତ୍ର ରଖି ଦିଅନ୍ତୁ । କାରଣ ତାହାକୁ ଫିଙ୍ଗିବା ମଧ୍ୟ ପାପ ହୋଇଥାଏ । କାରଣ ଝୁଣ୍ଟିଆ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ପ୍ରେମକୁ ଦର୍ଶାଇ ଥାଏ । ଏହାକୁ ଫିଙ୍ଗିବା ଦ୍ୱାରା ବୈବାହିକ ଜୀବନ ଖରାପ ହୋଇଥାଏ ।

ଝୁଣ୍ଟିଆ ଦ୍ୱାରା ମହିଳାଙ୍କର ଅନେକ ରୋଗ ମଧ୍ୟ ଠିକ ହୋଇଥାଏ । ରୂପାର ଗହଣା ଚନ୍ଦ୍ରମାର ଶୀତଳତାର ପ୍ରତୀକ ହୋଇଥାଏ । ଏଥିପାଇଁ କମର ଉପରକୁ ସୁନାର ଆଭୂଷଣ ଏବଂ କମର ତଳର ଚାନ୍ଦିର ଆଭୂଷଣ ଧାରଣ କରିବା ଉଚିତ । ଝୁଣ୍ଟିଆ ପିନ୍ଧିବା ଦ୍ୱାରା ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାବ୍ୟତୀତ ମାସିକ ଚକ୍ର ସମସ୍ୟା ଥିଲେ ତାହା ଠିକ ହୋଇଯାଏ । ପାଦରେ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଏବଂ ମସ୍ତିଷ୍କ ଥଣ୍ଡା ରହିଥାଏ । ବିନା କୌଣସି କାରଣରେ ପାଦରେ ଝୁଣ୍ଟିଆ ଭାଙ୍ଗିଗଲେ ତାହା ଅଶୁଭ ହୋଇଥାଏ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ । ଏହାଦ୍ବାରା କୌଣସି ବଡ଼ ସଙ୍କଟର ସଙ୍କେତ ମିଳିଥାଏ ।

Leave a Reply

Your email address will not be published. Required fields are marked *