ମହିଳା ମାନେ ପୂଜାଘରେ ମାଚିସ ରଖିଲେ ହୋଇଥାଏ ଏଭଳି ସମସ୍ୟା ଜାଣି ନିଅନ୍ତୁ ।

ସାଧରଣତଃ ଲୋକେ ମନରେ ଶାନ୍ତି ପାଇଁ ପୂଜା କରିଥାନ୍ତି । ପୂଜା ପାଠ କରିବା ଦ୍ୱାରା ଭଗବାନ ସବୁ ସମସ୍ୟାରୁ ମୁକ୍ତ କରିଥାନ୍ତି ବୋଲି ଲୋକଙ୍କ ମନରେ ଆଶା ମଧ୍ୟ ରହିଥାଏ । ମାତ୍ର ବାସ୍ତୁ ଅନୁଯାୟୀ ଘରର ପୂଜାଘରେ କିଛି ଜିନିଷ ରଖିବା ଉଚିତ ଏବଂ ଆଉ କିଛି ଜିନିଷ ରଖିବା ଉଚିତ ନୁହେଁ । ସାଧରଣତଃ ଘରେ ଗୋଟିଏ କୋଣରେ ପୂଜା ଘର ନିଶ୍ଚୟ ରଖିବା ଉଚିତ । ମାତ୍ର ମନୁଷ୍ୟ ପୂଜା କରିବା ସତ୍ତ୍ୱେବି ପୂଜାର ଫଳ ମିଳି ନଥାଏ । ତେଣୁ ସର୍ବପ୍ରଥମେ ଘରର ପୂଜା ସ୍ଥାନ ଏବଂ ପୂଜାଘରେ କେଉଁ ଜିନିଷ ରହିବା ଉଚିତ ଏବଂ କେଉଁ ଜିନିଷ ରହିବା ଉଚିତ ନୁହେଁ । ତାହା ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ ।

ପ୍ରଥମତଃ ଉପଯୁକ୍ତ ସ୍ଥାନ । ବାସ୍ତୁ ଅନୁଯାୟୀ ଘରର ପୂଜାଘର ଐଶ୍ୱନ୍ୟ କୋଣରେ ରହିବା ଉଚିତ । ଉପଯୁକ୍ତ ସ୍ଥାନରେ ପୂଜାଘର ନରହିଲେ ପୂଜାର ଫଳ ମିଳି ନଥାଏ ଏବଂ ପୂଜାରେ ମନ ମଧ୍ୟ ଲାଗି ନଥାଏ । ଘରର ପୂଜା ଘରେ ଗୋଟିଏ ଦେବତାଙ୍କର ଏକାଧିକ ମୂର୍ତ୍ତି ରଖନ୍ତୁ ନାହିଁ । ଭଗବାନ ଗଣେଶଙ୍କର ୨ରୁ ଅଧିକ ମୂର୍ତ୍ତି ରଖନ୍ତୁ ନାହିଁ । ନଚେତ ଶୁଭ କାର୍ଯ୍ୟରେ ବାଧା ଉତ୍ପନ୍ନ ହେବ । ଘରର ପୂଜାଘର ଉତ୍ତର ପୂର୍ବ ଦିଗରେ ବନାନ୍ତୁ ଏବଂ ଘରର ପୂଜା ଘରେ ଭଙ୍ଗା ଠାକୁର ମୂର୍ତ୍ତି ରଖନ୍ତୁ ନାହିଁ । ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଘରର ମନ୍ଦିରରେ ଦୁଇଟି ଶଙ୍ଖ ରଖନ୍ତୁ ନାହିଁ । ମନ୍ଦିରର ଆଖପାଖରେ ଶୌଚାଳୟ ବନାନ୍ତୁ ନାହିଁ ।

ଅଧିକ ବଡ଼ ମୂର୍ତ୍ତି ଘରର ପୂଜା ଘରେ ରଖନ୍ତୁ ନାହିଁ ଏବଂ ସର୍ବଦା ଭଗବାନଙ୍କ ହସୁଥିବା ଏବଂ ଶାନ୍ତ ମୂର୍ତ୍ତି ହିଁ ରଖନ୍ତୁ । ଉଗ୍ର ଥିବା ଦେବଦେବୀଙ୍କ ଫୋଟ କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ । ନଚେତ ଜୀବନରେ ସମସ୍ୟା ବଢ଼ିଯିବ । ହନୁମାନଙ୍କ ମୂର୍ତ୍ତି ରଖିଲେ ଛୋଟ ଏବଂ ବସିଥିବା ମୂର୍ତ୍ତି ହିଁ ରଖନ୍ତୁ । ପୂଜା ଘର ସ୍ୱତନ୍ତ୍ର ଭାବରେ ବନାନ୍ତୁ । ପୂଜା ଘରର ବାସୀ ଫୁଲ ଏଣେତେଣେ ନଫିଙ୍ଗି ସନ୍ଧ୍ୟା ସମୟରେ ବାହାରକୁ ଫିଙ୍ଗି ଦିଅନ୍ତୁ । କାରଣ ଶୁଖିଲା ଏବଂ ବାସୀ ଫୁଲ ଦାରିଦ୍ର୍ୟତା ଆଣିଥାଏ । ତାହା ମଙ୍ଗଳ ଦୋଷର କାରଣ ହୋଇଥାଏ । ପୂଜାଘରେ ନିଜ ପୂର୍ବଜ ପିତୃଙ୍କ ଫୋଟ ଭୁଲରେ ବି ଲଗାନ୍ତୁ ନାହିଁ । ପୂଜାଘରେ ରୋଷେଇ ଘର କରନ୍ତୁ ନାହିଁ । ପ୍ରତ୍ୟେକ ଦିନ ଅତି କମରେ ତିନି ଥର ଶଙ୍ଖ ବଜାନ୍ତୁ । ଶିବଲିଙ୍ଗ ରଖିଲେ ସର୍ବଦା ଆଙ୍ଗୁଠି ଆକାର ଠାରୁ ଛୋଟ ରଖନ୍ତୁ ।

ଘରର ମନ୍ଦିରରେ ଧାରୁଆ ଅସ୍ତ୍ର ମଧ୍ୟ ରଖନ୍ତୁ ନାହିଁ । ଏହାଦ୍ବାରା ପୂଜାର ଫଳ ମିଳିବ ନାହିଁ ଏବଂ ପୂଜାରେ ମନ ମଧ୍ୟ ଏକାଗ୍ର ହେବ ନାହିଁ । ପୂଜା ସର୍ବଦା ଏକ ନିର୍ଦିଷ୍ଟ ସମୟରେ କରନ୍ତୁ । ଏହାଦ୍ବାରା ଆପଣଙ୍କ ପୂଜା ଜଲଦି ସ୍ୱୀକାର ହେବ । ପୂଜା ସ୍ଥାନରେ ମୟୁର ପର ନିଶ୍ଚୟ ରଖନ୍ତୁ । ଏହାଦ୍ବାରା ଘରକୁ ସକାରାତ୍ମକତା ଆସିଥାଏ କିଟପତଙ୍ଗ ମଧ୍ୟ ଆସି ନଥାଏ । ପୂଜାଘରେ ଗଙ୍ଗା ଜଳ ରଖିବା ଜରୁରୀ ଅଟେ । ଶଲିଗ୍ରାମ ଭଗବାନଙ୍କୁ ପୂଜା ଘରେ ରଖନ୍ତୁ ନାହିଁ ବରଂ ତୁଳସୀ ଗଛ ମୂଳରେ ରଖନ୍ତୁ । ଯେଉଁ ଘରେ ଗୋମୂତ୍ର ଥାଏ ସେହି ଘର ଉପରେ ଦେବଦେବୀଙ୍କ ଆଶୀର୍ବାଦ ବର୍ଷିଥାଏ । ପୂଜାଘରେ ଦୀପ ଏବଂ ଧୂପ ଜାଳିବା ପାଇଁ ଆପଣ ମାଚିସ ବ୍ୟବହାର କରୁଥିବେ । ମାତ୍ର ମାଚିସ ଆପଣଙ୍କ ଜୀବନରେ ନକରାତ୍ମକ ପ୍ରଭାବ ଆଣିଥାଏ । ଧୂପ କିମ୍ବା ଦୀପ ଜାଳିବା ସମୟରେ ଜଳି ଯାଇଥିବା ମାଚିସକୁ ତୁରନ୍ତ ବାହାର କରି ଦିଅନ୍ତୁ । ଆପଣ ଚାହିଁଲେ ଲାଇଟରର ପ୍ରାୟୋଗ କରି ପାରିବେ ।

Leave a Reply

Your email address will not be published. Required fields are marked *