ନଖ ଉପରେ ଅଧା ଚନ୍ଦ୍ରର ରହସ୍ୟ |

ଆମ ନଖ ରେ ଥିବା ଏହି ଅର୍ଦ୍ଧ ଚନ୍ଦ୍ରର ଅର୍ଥ କଣ? ଯଦି ଆମେ ଶାରୀରିକ ଅଙ୍ଗ କୁ ଧ୍ୟାନ ର ସହ ଦେଖନ୍ତି ତେବେ ବେଳେ ବେଳେ ଆଚମ୍ବିତ ଲାଗିଥାଏ କି ପ୍ରକୃତି କେତେ କମାଲ ଜିନିଷ ତିଆରି କରିଛି! ପ୍ରତ୍ୟେକ ଶାରୀରିକ ଅଙ୍ଗ କୁ ତିଆରି କଲା ବେଳେ ବହୁତ ଧ୍ୟାନ ର ସହ କରିଛନ୍ତି | ଆମ ତ୍ୱଚା ରେ ବନିଥିବା ରୁମ ଛିଦ୍ର, ହାତରେ ବନିଥିବା ଅଙ୍କା ବଙ୍କା ରେଖା,ହାତ ଗୋଡ଼ ର ନଖ ଏହି ସବୁ ଅନେକ ଜିନିଷ ହୋଇଥାଏ ଯାହା କିଛି ଅଙ୍ଗକୁ ପୁରା କରିଥାଏ |

ଆମ ହାତରେ ଅନେକ ରାଜ ଲୁଚିକି ରହିଥାଏ, ଆମ ହାତ ଦେଖି ଆମ ଭବିଷ୍ୟତ ଜଣା ପଡ଼ିଯାଏ | ଆପଣଙ୍କୁ ଆଙ୍ଗୁଠି କୁ ଦେଖିକି ଆପଣଙ୍କୁ ବ୍ୟକ୍ତିତ୍ୱ ବିଷୟରେ କୁହାଯାଇପାରେ କିନ୍ତୁ ଆପଣ କେବେ ଆପଣଙ୍କୁ ନଖ କୁ ଧ୍ୟାନ ର ସହ ଦେଖିଛନ୍ତି? ନଖର ତଳ ଭାଗକୁ ଭଲ ରେ ଦେଖନ୍ତୁ ଏଥିରେ ଅର୍ଦ୍ଧ ଚନ୍ଦ୍ର ପରି ଗୋଟିଏ ଧଳା ରଙ୍ଗ ଦେଖାଯିବ | କଣ ଆପଣ କେବେ ଭାବିଛନ୍ତି ଏହା ଆପଣଙ୍କ ନଖରେ କାହିଁକି ହୋଇଥାଏ? ତେବେ ଆସନ୍ତୁ ଜାଣିବା ସେହି ଅର୍ଦ୍ଧ ଚନ୍ଦ୍ର ବିଷୟରେ..

ବାସ୍ତବ ରେ ଏହି ଅଧା ଚନ୍ଦ୍ର ନଖର ମୁଖ୍ୟ ଅଂଶ ହୋଇଥାଏ, ଏହି ଅର୍ଦ୍ଧ ଚନ୍ଦ୍ର ଥିବା ଜାଗାକୁ ଲାଟିନ ଭାଷାରେ ” ଲୁନୁଲା ” କୁହାଯାଏ | ଓଡ଼ିଆ ରେ ଅର୍ଦ୍ଧ ଚନ୍ଦ୍ର କୁହାଯାଏ, ଏହି ଲୁନୁଲା କେବଳ ସୋ ପାଇଁ ହୋଇନଥାଏ, ଏହା ଶରୀର ବିଷୟରେ ଅନେକ ରାଜ ଖୋଲିଥାଏ | ଯଦି ଆପଣଙ୍କୁ ଦଶ ଅଙ୍ଗୁଠି ରୁ 8 ଆଙ୍ଗୁଠି ରେ ଏହି ଧଳା ରଙ୍ଗ ର ଅଧା ଚାନ୍ଦ ରହିଛି ତେବେ ବୁଝାଯାଏ କି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି |

ଯଦି ଏଇ ଅଧା ଚାନ୍ଦ ଧୀରେ ଧୀରେ କମି କମି ଯାଉଛି ତେବେ ଆପଣ ଙ୍କୁ ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ | ଆସନ୍ତୁ ଜାଣିବା ଏହି ଅଧା ଚନ୍ଦ୍ରର ଅର୍ଥ, ନଖ ରେ ଏହି ଅଧା ଚାନ୍ଦ ଯେତେ ଧଳା ଏବଂ ସଫା ଦେଖାଯିବ ତାହାର ଅର୍ଥ ସେହି ବ୍ୟକ୍ତି ବହୁତ ସୁସ୍ଥ ଏବଂ ସବଳ ଅଛନ୍ତି |ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉ ବ୍ୟକ୍ତିର ନଖ ଚିକିଣିଆ ହୋଇଥାଏ ଏହିପରି ବ୍ୟକ୍ତି ଆର୍ଥିକ ଉନ୍ନତି କରିଥାନ୍ତି | ଯେଉ ସ୍ତ୍ରୀ ର ନଖ ନାଲି ଏବଂ ଚିକିଣିଆ ହୋଇଥାଏ ସେ ବହୁତ ସୌଭାଗ୍ୟ ଶାଳୀ ହୋଇଥାନ୍ତି |

ଯେଉଁ ବ୍ୟକ୍ତିର ନଖ ଘଷା ହୋଇନଥାଏ ଏହିପରି ବ୍ୟକ୍ତି ଆର୍ଥିକ ବିଷୟରେଚିନ୍ତା କରିଥାନ୍ତି | ଯଦି କାହା ନଖ ଛୋଟ ହୋଇଥାଏ ତେବେ ତାଙ୍କୁ ଗଳା ଜନିତ ସ୍ରମସ୍ୟା ହେବାର ସମ୍ଭାବନା ବହୁତ ରହିଥାଏ | ଛୋଟ ଏବଂ ହଳଦିଆ ନଖର ବ୍ୟକ୍ତି ମାନେ ଠକ ସ୍ଵଭାଵର ବ୍ୟକ୍ତି ହୋଇଥାନ୍ତି | ଯେତେବେଳେ କି ଗୋଲାକାର ନଖ ଥିବା ବ୍ୟକ୍ତି ସୁଵିଚାର ଏବଂ ତୁରନ୍ତ ବିଚାର ନେଉଥିବା କ୍ଷମତାକୁ ବତେଇଥାନ୍ତି | ପତଳା ଏବଂ ଲମ୍ବା ନଖ ଥିବା ବ୍ୟାକ୍ତି ମାନେ ଜଲ୍ଦି ନିର୍ଣ୍ଣୟ ନିଅନ୍ତି ନାହିଁ | ଏହି ସ୍ଵଭାଵ ପାଇଁ ତାଙ୍କୁ ଅନେକ ଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ | ଏମିତି ଲୋକ ମାନେ ନିଶାରେ ଆସକ୍ତ ହୋଇଥାନ୍ତି |

ଏମାନଙ୍କ ପରିଜନ ଏମାନଙ୍କର କାରନାମା ପାଇଁ ସବୁବେଳେ ଚିନ୍ତିତ ରହିଥାନ୍ତି | ଛୋଟ ଏବଂ ଗଣ୍ଠି ଵାଲା ନଖ ଥିବା ଲୋକମାନେ ନିଜ ଜୀବନ ସାଥି ମାନଙ୍କୁ ନିଜ ଆଙ୍ଗୁଠିରେ ନଚେଇଥାନ୍ତି | ଯଦିଓ ଏହି ବ୍ୟକ୍ତି ମାନେ ଚରିତ୍ରରେ ଭଲ ହୋଇଥାନ୍ତି କିନ୍ତୁ ଏହି ବ୍ୟାକ୍ତିଙ୍କୁ ସମ୍ପୂର୍ଣ ବିଶ୍ୱାସ କରିବା ଉଚିତ ହୋଇନଥାଏ | କଠିନ ନଖ ଵାଲା ବ୍ୟାକ୍ତି ବହୁତ ଝଗଡାଳୁ ଏବଂ ଯିଦିଆ ପ୍ରଭୁତିର ହୋଇଥାନ୍ତି | ଏହି ଲୋକ ମାନେ ଯାହା ଭାବିଥାନ୍ତି ତାକୁ କରିକି ହିଁ ମାନିଥାନ୍ତି | ହାତରେ ଥିବା ଧଳା ଦାଗକୁ ଅଧିକାଂଶ ପ୍ରେମର ସଂକେତ ବୋଲି ବିବେଚନା କରାଯାଏ | କିନ୍ତୁ ଏହା ବଦନାମୀର ପ୍ରତୀକ ମଧ୍ୟ ହୋଇଥାଏ |

ଆସନ୍ତୁ ଜାଣିବା ଆମ ନଖର ରଙ୍ଗ କଣ କହିଥାଏ :-

ଧଳା ରଙ୍ଗ:- କେବେ କେବେ ଆମ ନଖରେ ଧଳା ରଙ୍ଗର ଦାଗ ଥାଏ ଏବଂ କେବେ କେବେ ତ ଆମ ପୁରା ନଖ ହିଁ ଧଳା ହୋଇଯାଇଥାଏ | ଏହା ଲିଭର ଜନିତ ଏବଂ ହୃଦୟ ଜନିତ ରୋଗର ସଂକେତ ଦେଇଥାଏ |

ଉପୁଡି ଯାଇଥିବା ନଖ :- ବାରମ୍ବାର ଉଡୁଥିବା ନଖରୁ ଏହା ସଂକେତ ମିଳିଥାଏ ଯେ ଏହା ହୃଦୟ ଏବଂ ଖପୁଡି ଜନିତ ରୋଗର କୋୖଣସି ସଂକେତ ଅଟେ |

ହଳଦୀ ଏବଂ ଦୁର୍ବଳ ନଖ :- ହଳଦିଆ ଏବଂ ଦୁର୍ବଳ ହେଇଯାଇଥିବା ନଖ ଏହି କଥାର ସୂଚନା ଦେଇଥାଏ ଯେ ଏହା ଏଲିମିନିଆ, ହୃଦୟ ଜନିତ ଏବଂ କୁପୋଷଣ ରୋଗର ସଂକେତ ଦେଇଥାଏ |

ହଳଦିଆ ଏବଂ ମୋଟା ନଖ :- ଯଦି ଆପଣଙ୍କ ନଖ ହଳଦିଆ, ମୋଟା ଏବଂ ଧୀର ଗତିରେ ବଢୁଛି ତେବେ ଏହାର ଅର୍ଥ ହୋଇଥାଏ ଯେ ଏହା ହେଉଛି ଖପୁଡି ଜନିତ କୋୖଣସି ରୋଗର ସଂକେତ ଅଟେ |

ନୀଳ ନଖ :- ଶରୀରରେ ଏକ୍ସଇଜେନ ସଞ୍ଜଳନା ଠିକରେ ହେଇପାରୁନଥିଲେ ନଖର ରଙ୍ଗ ନୀଳ ହୋଇଯାଇଥାଏ | ଏହା ଖପୁଡିରେ ସଂକ୍ରମଣ ତଥା ହୃଦୟ ଏବଂ ଫୁସଫୁସରେ ପ୍ରଭାବ ପକାଇଥାଏ |

ଲାଲ ରଙ୍ଗ ଆଉ ଜାମୁ ରଙ୍ଗ :-ନଖର ଗଢ଼ା ଲାଲ ରଙ୍ଗ ଉଚ୍ଚ ରକ୍ତଚାପର ସଂକେତ ଦେଇଥାଏ | ଯେତେବେଳେ କି ଜାମୁ ରଙ୍ଗର ନଖ ଲୋ-ବ୍ଲଡ଼ପ୍ରେସର ର ସଂକେତ ଦେଇଥାଏ |

ଅଧା ଧଳା ଏବଂ ଅଧା ଗୋଲାପୀ ରଙ୍ଗ :- ନଖର ରଙ୍ଗ ଅଚାନକ ଅଧା ଧଳା ଏବଂ ଅଧା ଗୋଲାପୀ ରଙ୍ଗ ସି୍ରୋସେସ ରୋଗର ସଂକେତ ଦେଇଥାଏ |

Leave a Reply

Your email address will not be published. Required fields are marked *