ତୁଳସୀ ଗଛରେ ଭୁଲରେ ବି ଦିଅନ୍ତୁ ନାହିଁ ଏପରି ପାଣି । ନଚେତ ହୋଇଯିବ ପୁରା ପରିବାର ଦରିଦ୍ର୍ୟ

ଶାସ୍ତ୍ରରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି । ଯାହାକି ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ । ଯେଉଁ ଘରେ ତୁଳସୀ ପୂଜା କରାଯାଏ ନାହିଁ ସେହି ଘରେ ମାତା ଲକ୍ଷ୍ମୀ ଅସ୍ଥାୟୀ ରୂପରେ ବାସ କରଥାନ୍ତି । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ତୁଳସୀ ଗଛକୁ ଅତି ନିଷ୍ଠାର ସହିତ ପୂଜା କରିଥାଏ ସେହି ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ ହେବାକୁ କେହିବି ଅଟକାଇ ପାରିବେ ନାହିଁ । ସନ୍ଧ୍ୟା ସମୟରେ ତୁଳସୀ ଗଛରେ ପୂଜା ଏବଂ ଦୀପ ଜାଳିବା ଦ୍ୱାରା ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ ।

ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ୟା ରହିଛି ତେବେ ପ୍ରତ୍ୟେକ ଶନିବାର ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ଚଢାଇ ଦିଅନ୍ତୁ । ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । ଯେଉଁ ଘରେ ତୁଳସୀ ସାମ୍ନାରେ ଦୀପ ଜଳା ଯାଇଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରକୁ କୌଣସି ପ୍ରକାରର ନକରାତ୍ମକ ଶକ୍ତିର ପ୍ରବେଶ ହୋଇପାରେ ନାହିଁ । ଯଦି ଆପଣଙ୍କ ଘରେ ଜମା ପୁଞ୍ଜି ଧୀରେ ଧୀରେ କମ ହେବାରେ ଲାଗିଛି ତେବେ ଘରକୁ ଏକ ତୁଳସୀ ଗଛ ଆଣି ତାହାର ନିୟମିତ ପୂଜା କରନ୍ତୁ । ଏପରି କୁହାଯାଏ ଯେ ଯଦି ଭଗବାନ ବିଷ୍ଣୁଙ୍କୁ ଭୋଗ ଆକାରରେ ଚଢ଼ାଇବାକୁ କିଛି ନାହିଁ ତେବେ କେବଳ ତୁଳସୀ ଚଢ଼ାଇ ଦିଅନ୍ତୁ । ଏହାଦ୍ବାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ।

ସବୁ ଦେବଦେବୀଙ୍କ ପୂଜାରେ ତୁଳସୀ ପତ୍ର ବ୍ୟବହୃତ ହୋଇଥାଏ ମାତ୍ର ଭଗବାନ ଶିବ ଏବଂ ଗଣେଶଙ୍କ ପୂଜାରେ ତୁଳସୀ ପତ୍ର ଲାଗି ନଥାଏ । ଯଦି ଆପଣଙ୍କ ସନ୍ତାନ ଉପରେ କାହାରି ଖରାପ ପ୍ରଭାବ ରହିଛି ତେବେ ସାତୋଟି ତୁଳସୀ ପତ୍ର ଏବଂ ସାତୋଟି ଦାନା ଗୋଲମରିଚ ନେଇ ନିଜ ସନ୍ତାନମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ନିଅନ୍ତୁ । ଏହାଦ୍ବାରା ସବୁ ଖରାପ ନଜର ଦୂରେଇ ଯିବ । ସବୁ ପ୍ରକାରର ରୋଗକୁ ଦୂର କରିବା ପାଇଁ ସନ୍ଧ୍ୟା ପୂର୍ବରୁ ୪ – ୫ ଟି ତୁଳସୀ ପତ୍ର ନେଇ ତାହାକୁ ତକିଆ ତଳେ ରଖି ଦିଅନ୍ତୁ । ଏହାପରେ ସକାଳୁ ଉଠି ଗୋଟିଏ ଖାଲି ଆଉ ଅନ୍ୟକୁ ଗୁଡ଼ିକୁ ରଖି ନିଅନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କୁହାଯାଏ ଯେ ତୁଳସୀ ମାଳା ପିନ୍ଧିବା ଦ୍ୱାରା ବୁଦ୍ଧ ଏବଂ ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ଏହାଦ୍ବାରା ସବୁ ପ୍ରକାରର ସୁଖ ମିଳିଥାଏ ଏବଂ କୌଣସି ପ୍ରକାରର ସମସ୍ୟା ହୋଇ ନଥାଏ ।

ଯେଉଁ ବ୍ୟକ୍ତି ତୁଳସୀ ପାଉଡର ବ୍ୟବହାର କରିଥାଏ ସେ ସବୁବେଳେ ଭୟଙ୍କର ରୋଗରୁ ମୁକ୍ତି ପାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ ହେବ । ଘରକୁ କେବଳ ଗୁରୁବାର ଦିନ ହିଁ ତୁଳସୀ ଗଛ ନେଇ ଆସନ୍ତୁ । ଏହାବ୍ୟତୀତ ସକାଳ ସମୟରେ ହିଁ ଏହି ଗଛକୁ ଲଗାନ୍ତୁ । ତୁଳସୀ ଗଛରେ କେବେବି ଗଙ୍ଗା କିମ୍ବା ଅଶୁଦ୍ଧ ଜଳ ଚଢ଼ାଇବା ଉଚିତ ନୁହେଁ । ପିଇବା ଉପଯୋଗୀ ଜଳକୁ ହିଁ ତୁଳସୀ ଗଛରେ ଦିଅନ୍ତୁ । ଯେଉଁ ଘରେ ତୁଳସୀ ଗଛ ନଥାଏ ସେହି ଘରେ ପାରା ବସା ବାନ୍ଧିବା ଆରମ୍ଭ କରି ଦିଅନ୍ତି । ଏହାଦ୍ବାରା ଖରାପ କେତୁର ସଙ୍କେତ ମାନା ଯାଇଥାଏ । ଦକ୍ଷିଣ ପଶ୍ଚିମରେ ସର୍ବଦା କଳା ତୁଳସୀ ରଖିବାର ବିଧାନ ରହିଛି ।

Leave a Reply

Your email address will not be published. Required fields are marked *