ସ୍ୱପ୍ନରେ ସାପ ଦେଖିବାର ଅର୍ଥ ହୋଇଥାଏ ଏମିତି । ଏହି ପାଞ୍ଚ ପ୍ରକାର ସ୍ୱପ୍ନ ଦେଖିଲେ ଭୁଲରେବି କାହାକୁ କହନ୍ତୁ ନାହିଁ :-

ମନୁଷ୍ୟ ଶୋଇବା ଅବସ୍ଥାରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାଏ । ସେଥିମଧ୍ୟରୁ ଅଧିକାଂଶ ନିଦ ଭାଙ୍ଗିବା ପରେ ମନେ ନଥାଏ । ମାତ୍ର ଆଉ କିଛି ମନେ ରହିଯାଏ ଯାହାକୁ ବ୍ୟକ୍ତି ଅନ୍ୟକୁ ଜଣାଇ ଥାଏ । ମାତ୍ର ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପାଞ୍ଚ ପ୍ରକାରର ଏପରି ସ୍ୱପ୍ନ ବିଷୟରେ କହିବୁ ଯାହାକୁ ଯଦି ଆପଣ ଦେଖିବା ପରେ କାହାକୁ କହନ୍ତି ତେବେ ତାହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଥାଏ । ତେବେ ଚାଲନ୍ତୁ ସେହି ସ୍ୱପ୍ନ ଗୁଡ଼ିକ ବିଷୟରେ ଜାଣିନେବା ।

ତେବେ ମନୁଷ୍ୟ ସ୍ୱପ୍ନ ଦେଖିବା ସ୍ୱଭାବିକ ମାତ୍ର କିଛି ସ୍ବପ୍ନକୁ ଅନ୍ୟ ସାମ୍ନାରେ ବର୍ଣ୍ଣନା କରିବା ଶାସ୍ତ୍ର ଅନୁଯାୟୀ ଉଚିତ ହୋଇ ନଥାଏ । କାରଣ ତାହାର ସଙ୍କେତ କିଛି ଭୟଙ୍କର ଥାଏ । ଅର୍ଥାତ ସ୍ୱପ୍ନ ବିଷୟରେ କାହାକୁ କହିବା ଦ୍ୱାରା ସ୍ୱପ୍ନରୁ ମିଳିବାକୁ ଯାଉଥିବା ଫଳ ବ୍ୟର୍ଥ ହୋଇଯାଏ ।

୧ . ଯଦି ଆପଣ ସ୍ୱପ୍ନରେ ପ୍ରକୃତିର ଖୁବ ନିକଟତର ମହିମା ଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି । ଆପଣଙ୍କୁ ଅନେକ କିଛି ଶୁଭ ସମାଚାର ପ୍ରାପ୍ତ ହେବାକୁ ଯାଉଛି । ଏହାସହିତ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି । ତେଣୁ ଏହି ସ୍ବପ୍ନକୁ ଯଦି ଆପଣ କାହାକୁ କହନ୍ତି ତେବେ ସେହି ସ୍ବପ୍ନରୁ ମିଳିବାକୁ ଯାଉଥିବା ଶୁଭ ଫଳ ହୁଏତ ବ୍ୟର୍ଥ ହୋଇ ଯାଇପାରେ ।

୨ . ସାଧରଣତଃ ଲୋକେ ମୃତ୍ୟୁ ସ୍ୱପ୍ନ ଦେଖି ଭୟଭୀତ ହୋଇ ଯାଆନ୍ତି । କିନ୍ତୁ ଯଦି ଆପଣ ଏପରି ସ୍ୱପ୍ନ ଦେଖୁଛନ୍ତି ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । କାରଣ ସ୍ୱପ୍ନରେ ମୃତ୍ୟୁ ଦେଖିବାର ଅର୍ଥ ହେଉଛି ଆପଣଙ୍କର ସବୁ ସମସ୍ୟାର ସମାଧାନ ବହୁତ ଜଲଦି ହେବାକୁ ଯାଉଛି । ମାତ୍ର ଯଦି ଆପଣ ଏହି ବିଷୟରେ କାହାକୁ କହି ଦିଅନ୍ତି ତେବେ ତାହାର ଫଳ ପ୍ରାପ୍ତ ହେବ ନାହିଁ ।

୩ . ସ୍ୱପ୍ନରେ ସାପ ଦେଖିଲେ ଭୟଭୀତ ହେବାର ଆବଶ୍ୟକତା ନାହିଁ । କାରଣ ସ୍ୱପ୍ନରେ ସାପ ଦେଖିବାର ଅର୍ଥ ଆପଣଙ୍କୁ ବିପୁଳ ଧନ ଲାଭ ହେବାକୁ ଯାଉଛି । ଏହାବ୍ୟତୀତ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବାକୁ ମଧ୍ୟ ଯାଉଛି । ତେଣୁ ଏହି ସ୍ୱପ୍ନ ବିଷୟରେ ମଧ୍ୟ କାହାକୁ କହନ୍ତୁ ନାହିଁ । କାରଣ ଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନ ବିଷୟରେ କାହାକୁ କହିଲେ ଏହାର ଫଳ ମିଳେ ନାହିଁ ।

୪ . ଯଦି ଆପଣ ସ୍ୱପ୍ନରେ କୌଣସିବି ଭଗବାନଙ୍କ ଦର୍ଶନ କରୁଛନ୍ତି ତେବେ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ବହୁତ ଜଲଦି ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି । ତେଣୁ ଏହି ସ୍ୱପ୍ନ ବିଷୟରେ ମଧ୍ୟ କାହାକୁ କହନ୍ତୁ ନାହିଁ ନଚେତ ଏହାର ଫଳ ମିଳିବ ନାହିଁ ।

୫ . ଯଦି ଆପଣ ସ୍ୱପ୍ନରେ କୌଣସି ମାଛକୁ ପହଁରୁଥିବାର ଦେଖନ୍ତି କିମ୍ବା କାହାକୁ ମାଛ ଧରୁଥିବା କିମ୍ବା ଖାଉଥିବାର ଦେଖନ୍ତି ତେବେ ତାହାର ଅର୍ଥ ଆପଣଙ୍କୁ ବହୁତ ଜଲଦି ଧନ ପ୍ରାପ୍ତ ହେବାକୁ ଯାଉଛି । ତାହାର ଫଳ ଆପଣଙ୍କୁ ଏକ ମାସ ମଧ୍ୟରେ ମିଳିଯିବ । ତେଣୁ ଏହି ସ୍ୱପ୍ନ ବିଷୟରେ ଭୁଲରେବି କାହାକୁ କହନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *