କେବଳ ଗୋଟିଏ ରସୁଣ ବଦଳାଇ ଦେବ ଆପଣଙ୍କ ଜୀବନ ଏବଂ କରିଦେବ ଧନୀ , ଜାଣନ୍ତୁ କିଛି ବିଶେଷ ଉପାୟ :-

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ମାନା ଯାଇଥାଏ । ଏପରି କୁହାଯାଏ ଯେ ଯେଉଁ ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ସେହି ଘରକୁ କେବେ ଦାରିଦ୍ର୍ୟତା ଆସେ ନାହିଁ । ଏହାଦ୍ବାରା ଘରେ ସକାରାତ୍ମକତା ମଧ୍ୟ ବଜାୟ ରହେ । ଘରର ମହିଳା ମାନେ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଯେଉଁ ଘରେ ମହିଳାଙ୍କୁ ସମ୍ନାନ ଦିଆଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । ତେଣୁ ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଆପଣ କିଛି ଉପାୟ ମଧ୍ୟ କରି ପାରିବେ ।

୧ . ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ଘରର ମୁଖ୍ୟଦ୍ୱାରରେ ଦୀପ ଜଳାନ୍ତୁ । ଯେହେତୁ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀ ଜଗତର ଭ୍ରମଣ କରିଥାନ୍ତି ତେଣୁ ଏହି ସମୟରେ ନିଷ୍ଠାର ସହିତ ଘରର ମୁଖ୍ୟ ଦ୍ୱାରରେ ଦୀପ ଜାଳିବା ଉଚିତ । ଏହା ମାତା ଲକ୍ଷ୍ମୀଙ୍କୁ ସ୍ୱାଗତ ସକାଶେ ହୋଇଥାଏ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସବୁ ଦିନ ପାଇଁ କୃପାଦୃଷ୍ଟି ବଜାୟ ରଖିବେ ।

୨ . ଘରେ ପ୍ରତ୍ୟେକ ଦିନ ଗୋମୂତ୍ର ସିଞ୍ଚିବା ଉଚିତ । ସବୁଦିନ ସମ୍ଭବ ନହେଲେ ସବୁ ପରପର୍ବାଣୀ କିମ୍ବା ଖାସ ଉତ୍ସବରେ ଏହି କାମ କରି ଦିଅନ୍ତୁ । ଏହା କରିବା ଦ୍ୱାରା ବାତାବରଣରେ ଉପସ୍ଥିତ ଥିବା ନକରାତ୍ମକ ଶକ୍ତି ଦୂରେଇ ଯାଏ । ଘରର ବାତାବରଣ ଶୁଦ୍ଧ ହୋଇଯାଏ ଏବଂ ବାସ୍ତୁ ଦୋଷ ମଧ୍ୟ ଦୂରେଇ ଯାଏ । ଯେଉଁ ଘରେ ଗୋମୂତ୍ର ସିଞ୍ଚନ ହୋଇଥାଏ ସେହି ଘରେ ଦେବଦେବୀଙ୍କ ଉପସ୍ଥିତି ସର୍ବଦା ରହିଥାଏ । ଗୋମୂତ୍ର ନଥିଲେ ଗଙ୍ଗା ଜଳ ନିଶ୍ଚୟ ସିଞ୍ଚି ଦିଅନ୍ତୁ ।

୩ . ଘରର ସାମ୍ନାରେ ପ୍ରତ୍ୟେକ ଦିନ ରଙ୍ଗୋଲି ବନାଇବା ଉଚିତ । ଯେଉଁ ଘର ସାମ୍ନାରେ ପ୍ରତ୍ୟେକ ଦିନ ରଙ୍ଗୋଲି ତିଆରି ହୋଇଥାଏ ସେହି ଘର ଉପରେ ଦେବଦେବୀଙ୍କ କୃପା ସବୁବେଳେ ରହିଥାଏ । ଏହି କାରଣରୁ ଦୀପାବଳୀ ଏବଂ ଅନ୍ୟାନ୍ୟ ଶୁଭ ଅବସରରେ ରଙ୍ଗୋଲି ବନାଇବାର ନିୟମ ରହି ଆସିଛି । ଏହାଦ୍ବାରା ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।

୪ . ଘରର ବାତାବରଣ ସୁଗନ୍ଧିତ ରଖିବା ଉଚିତ । ଏଥିପାଇଁ ସକାଳ ସନ୍ଧ୍ୟାରେ ଭଲ ସୁଗନ୍ଧିତ ଧୂପ ଜଳାନ୍ତୁ । ଯେଉଁ ଘରୁ ଦୁର୍ଗନ୍ଧ ଆସିଥାଏ ସେଠାରେ ନକରାତ୍ମକ ଶକ୍ତି ଥାଏ ଏବଂ ବାସ୍ତୁ ଦୋଷ ମଧ୍ୟ ରହିଥାଏ । ସେଠାରେ ରହୁଥିବା ବ୍ୟକ୍ତିଙ୍କ ଠାରେ ମାନସିକ ଏବଂ ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ ଘରକୁ ସର୍ବଦା ସୁଗନ୍ଧିତ ରଖନ୍ତୁ ।

୫ . ଯେଉଁ ଘର ସବୁବେଳେ ଅପରିଷ୍କାର ଥାଏ ସେହି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହାବ୍ୟତୀତ ଅନ୍ୟ ଦେବଦେବୀ ମଧ୍ୟ ବାସ କରନ୍ତି ନାହିଁ । ମାତା ଲକ୍ଷ୍ମୀ ପରିଷ୍କାର ପରିଚ୍ଛନ୍ନତାର ପ୍ରତୀକ ଅଟନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରକୁ ସର୍ବଦା ପରିଷ୍କାର ରଖନ୍ତୁ ।

୬ . ଶିବଲିଙ୍ଗ ପାଖରେ ସନ୍ଧ୍ୟା ବେଳେ ଦୀପ ଜାଳିବା ଉଚିତ । ଶିବପୁରାଣ ଅନୁଯାୟୀ ସନ୍ଧ୍ୟା ସମୟରେ ଶିବଲିଙ୍ଗ ପାଖରେ ଉଜ୍ଜ୍ୱଳ କଲେ ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ । ଏହି ଉପାୟ କରୁଥିବା ବ୍ୟକ୍ତିକୁ ମହାଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଘରକୁ ଆସୁଥିବା ସମସ୍ୟା ମଧ୍ୟ ଦୂରେଇ ଯାଏ ଏବଂ ଘରେ ଧନ ସମୃଦ୍ଧି ବଜାୟ ରହେ । ସନ୍ଧ୍ୟା ସମୟରେ ପୁରା ଘରକୁ ଆଲୋକିତ କରିବା ଉଚିତ । କାରଣ ଅନ୍ଧାରରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

୭ . ରାତିରେ ବିଛଣାକୁ ଯିବା ପୂର୍ବରୁ ପୁରା ଘରକୁ ଧୂଆଁ ଦିଅନ୍ତୁ । ଏହାଦ୍ବାରା ଘରର ବାତାବରଣ ଶୁଦ୍ଧ ରହିବା ସହିତ ନକରାତ୍ମକତା ଦୂରେଇ ଯାଏ । ଏହାବ୍ୟତୀତ ଭଗବାନ ମଧ୍ୟ ପ୍ରସନ୍ନ ହୁଅନ୍ତି ।

୮ . ଘରେ ଗୁରୁଜନ ମାନଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ । ଯେଉଁ ଘରେ ଗୁରୁଜନଙ୍କୁ ବୋହୂ ଶାଶୁ ଶ୍ୱଶୁରଙ୍କୁ ସମ୍ମାନ କରେ ତା ଉପରେ ଭଗବାନଙ୍କ ଅଭିଶାପ ପଡ଼ିଥାଏ ।

୯ . ଘରେ ମହିଳା ମାନେ ଶୋଇବା ପୂର୍ବରୁ ଘରର ଦକ୍ଷିଣ ଦିଗରେ ସୋରିଷ ତେଲରେ ଦୀପ ଜାଳିବା ଉଚିତ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଯଦି ଆପଣ ଦୀପ ଜାଳି ପାରୁ ନାହାଁନ୍ତି ତେବେ ନିଶ୍ଚିତ ଭାବରେ ଏକ ଲାଇଟ ଜଳାଇ ଦିଅନ୍ତୁ ।

୧୦ . ଘରେ ସନ୍ଧ୍ୟା ସମୟରେ ଘରର ଜିନିଷକୁ ଏଣେତେଣେ ପକାନ୍ତୁ ନାହିଁ । ଏହାଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ । ରାତିରେ ଶୋଇବା ପୂର୍ବରୁ ଜୋତାକୁ ଏଣେତେଣେ ନପକାଇ ସୁ ରେକରେ ରଖି ଦିଅନ୍ତୁ ।

୧୧ . ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଘରର ମୁଖ୍ୟଦ୍ୱାରର ସାମ୍ନାରେ ଏକ ରସୁଣ ପାଖୁଡ଼ା ବାନ୍ଧି ଦିଅନ୍ତୁ ।ଏହା ଆପଣଙ୍କ ଘରୁ ନକରାତ୍ମକତା ଦୂର କରିବାରେ ସାମଦ୍ୟ କରିଥାଏ । ଏହାର ପାଖରେ ଏକ ସ୍ୱସ୍ତିକ ଚିହ୍ନ ରଖି ଦିଅନ୍ତୁ । ଏହାକୁ ଏକ କଳା ସୂତାରେ ବାନ୍ଧି ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *