ବନ୍ଧୁଗଣ ଆମ ପୁରାଣରେ ସର୍ବମୋଟ 18ଟି ପୁରାଣ ଅଛି ଏବଂ ସେହି ପୁରାଣ ମଧ୍ୟରୁ ଶିବ ପୁରାଣ ଏକ ଏପରି ପୁରାଣ କି ଯେଉଁଥିରେ ମଣିଷ ଜୀବନକୁ ସୁଖମୟ କରିବା ପାଇଁ ଅନେକ ଗୁଡିଏ ମନ୍ତ୍ର କୁହାଯାଇଛି | ଶିବ ପୁରାଣରେ ଏପରି 5ଟି ପାପ ବିଷୟରେ କୁହାଯାଇଛି ଯେଉଁ ପାପ ମଣିଷ ତା ଅଜଣାତରେ କରିଥାଏ | ଏବଂ ଏହା ପାଇଁ ସେ ଦଣ୍ଡ ମଧ୍ୟ ଭୋଗିଥାଏ |
ଭଗବାନ ଶିବଙ୍କ ଅନୁସାରେ ଜୀବନରେ କେବେ ବି ଆପଣଙ୍କୁ ଏହି 5ଟି ପାପ କରିବା ଉଚିତ ନୁହେଁ | ଏହି ପାପ କରିଲେ ଆପଣଙ୍କୁ କେବେ ବି ଭଗବାନ ଶିବଙ୍କର ଆଶ୍ରିବାଦ ପ୍ରାପ୍ତ ହେବ ନାହିଁ | ଏବଂ ଏହା ହେଉଛି କାରଣ ଯେ ବ୍ୟକ୍ତିମାନେ ଅଜାଣତରେ ଏହି ପାପ କରିଦିଅନ୍ତି ଏବେ ଭଗବାନ ଶିବଙ୍କ କୃପାରୁ ବଂଚିତ ହୋଇଯାଆନ୍ତି | ଆଜି ଆମେ ଆପଣଙ୍କୁ ଏପରି 5ଟି ପାପ ବିଷୟରେ କହିବୁ ଯାହା କରିବା କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ଆପଣଙ୍କୁ କେବେ ବି ପ୍ରାପ୍ତ ହୋଇନଥାଏ | ଚାଲନ୍ତୁ ଜାଣିନେବା କଣ କଣ ଏହି ପାପ |
1.ମାନସିକ ପାପ – ଶିବ ପୁରାଣ ଅନୁସାରେ କଳିଯୁଗର ମଣିଷ ପ୍ରତ୍ୟେକ ଦିନ ମାନସିକ ପାପ କରିଥାଏ | ମାନସିକ ପାପ ର ଅର୍ଥ ନିଜ ମନରେ ଅନ୍ୟ ବିଷୟରେ ଖରାପ ଚିନ୍ତା କରିବାକୁ କୁହାଯାଏ ତାହା କୌଣସି ମହିଳା ବିଷୟରେ ଭାବିବା ହେଉ କି ଅନ୍ୟର ଉନ୍ନତି ବିଷୟରେ ହେଉ | କାହାର ସୌନ୍ଦର୍ଯ୍ୟ କୁ ଦେଖି ମନେ ମନେ କାମନା କରିବା, କାହାର ଅନିଷ୍ଟ ଚିନ୍ତା କରିବା ଆଦି ବଡ଼ ପାପ ହୋଇଥାଏ |
2.ମିଥ୍ୟା କହିବା,କାହାକୁ ଖରାପ କହିବା, ଖରାପ ଭାଷା ରେ ଗାଳି କରିବା ବହୁତ ବଡ଼ ପାପ ହୋଇଥାଏ | ମନୁଷ୍ୟ କୁ ସଦା ସର୍ବଦା ମିଠା ବଚନ କହିବ ଉଚିତ କାହା ମନକୁ କଷ୍ଟ ହେଲା ପରି କଥା କହିବ ଉଚିତ ନୁହେଁ | ଏମିତି ସବୁବେଳେ ଗରିବ ହିଁ ରହିଥାନ୍ତି |
3. ଶାରୀରିକ ପାପ – ଶିବ ପୁରାଣ ରେ ପ୍ରକୃତି କୁ ଈଶ୍ୱର ବୋଲି କୁହାଯାଇଛି, ତେବେ ପ୍ରକୃତିର ହାନି କରିବା ପାପ ହୋଇଥାଏ | ଗଛ କାଟିବା ପଶୁ ପକ୍ଷୀ ଙ୍କୁ ହତ୍ୟା କରିବା ଏହିସବୁ ଶାରୀରିକ ପାପ ଶ୍ରେଣୀରେ ଆସିଥାଏ | ପାପ ତଳେ ଛୋଟ ଛୋଟ ଜୀବ ଜନ୍ତୁ ମାରିବା କୁ ମଧ୍ୟ ପାପ ବୋଲି କୁହାଯାଏ |
4.ନିନ୍ଦା କରିବା – କଳିଯୁଗ ରେ ସବୁଠୁ ଭୟଙ୍କର ପାପ ମଧ୍ୟ ରେ ନିନ୍ଦା କରିବାକୁ ସବୁଠୁ ବଡ ପାପ ବୋଲି କୁହାଯାଇଛି | ବୟସ୍କ ଲୋକ, ବାପା ମାମା ସମସ୍ତଙ୍କୁ ନିନ୍ଦା କରିବା ଉଚିତ ନୁହେଁ | ନିନ୍ଦା କରିବା ପୂର୍ବରୁ ଭାବିବା ଦରକାର ସେହି ଲୋକ ପ୍ରକୃତ ରେ ନିନ୍ଦା ପାଇବାର ଯୋଗ୍ୟ କି ନୁହେଁ | ତେବେ ନିନ୍ଦା କରିବା ବଡ଼ ପାପ ହୋଇଥାଏ |
5. ଖରାପ ଲୋକଙ୍କ ସଂସ୍ପର୍ଶ ରେ ଆସିବା – ଶିବ ପୂରାଣ ଅନୁସାରେ ଚୋରି, ଡକାୟତି କିମ୍ବା ନାରୀ କରିବା ରୁ ମଣିଷ କୁ ଦୂରତା ରଖିବା ଉଚିତ | ସେହି ଲୋକଙ୍କ ସଂସ୍ପର୍ଶ ରେ ଆସିବା ବି ପାପ ହୋଇଥାଏ | ଏହି କାମ କରୁଥିବା ଲୋକ ଙ୍କୁ ସାହାଯ୍ୟ କରିବା ମଧ୍ୟ ପାପ ହୋଇଥାଏ ତେଣୁ ସେମାନଙ୍କ ଠାରୁ ଦୁରେଇ ରହିବା ଉଚିତ ହୋଇଥାଏ |