ଗୋଲମରିଚ ନେଇ ପକାଇ ଦିଅନ୍ତୁ ଏହି ସ୍ଥାନରେ । ଯେତେ ଘାତକ ଶତ୍ରୁ ହୁଅନ୍ତୁ ନା କାହିଁକି ହୋଇଯିବେ ଶାନ୍ତ ।

ଅନେକ ସମୟରେ ମନୁଷ୍ୟ ନିଜ ଶତ୍ରୁଙ୍କ ବିଷୟରେ କିଛି ଜାଣିପାରି ନଥାଏ । କିନ୍ତୁ ମନୁଷ୍ୟର ଏଭଳି କ୍ଷମତା ରହିବା ଆବଶ୍ୟକ ଯେ ଯାହାଦ୍ୱାରା ଶତ୍ରୁ ଯେତେ ଶକ୍ତିଶାଳୀ ହେଉ କିମ୍ବା ଯେତେ ଷଡଯନ୍ତ୍ର କରୁ ତାର କୌଣସି ଷଡଯନ୍ତ୍ର ସଫଳ ହେବନାହିଁ । ତେଣୁ ଯଦି ଶତ୍ରୁ ଅଛନ୍ତି ତେବେ ଶତ୍ରୁ ଦୂରେଇ ଯାଉ ବୋଲି ସବୁ ଲୋକଙ୍କର ଇଚ୍ଛା ଥାଏ । କିନ୍ତୁ ଯାହାର ଶତ୍ରୁ ନଥାଏ ସେ ଜୀବନରେ ଶାନ୍ତିରେ ରହିଥାଏ । ଅନେକ ସମୟରେ ଲୋକଙ୍କୁ ନିଜ ଶତ୍ରୁ ବିଷୟରେ ଜଣା ନଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜିକାର ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଏକ ଖାସ ପ୍ରୟୋଗ ବିଷୟରେ କହିବୁ । ଘରେ କୁକୁର ପାଳିବା ଭଲ ହୋଇ ନଥାଏ ।

ଯେଉଁ ଘରେ କୁକୁର ଥାଏ ସେହି ଘରେ ରୋଗ ବଢ଼ିଥାଏ । ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ କୁଳ ଦେବତା କ୍ରୋଧିତ ହୋଇ ଯାଆନ୍ତି । ଏହାବ୍ୟତୀତ ପିତୃ ଦୋଷର ପ୍ରଭାବ ମଧ୍ୟ ପଡ଼ିଥାଏ । ଘରେ ଯଦି ଆପଣ କୁକୁର ପାଳିଛନ୍ତି ତେବେ ସେହି ପ୍ରୟୋଗ କରିବେ ନାହିଁ । ଗଳିରେ ଯେଉଁ ବୁଲା କୁକୁର ଥିବେ ସେହିଠାରେ ଆପଣ ପ୍ରୟୋଗ କରି ପାରିବେ । ଏହି ପ୍ରୟୋଗ ପାଇଁ ଆପଣଙ୍କୁ ୨୧ ଦାନା ଗୋଲମରିଚର ଆବଶ୍ୟକତା ରହିଛି । କୌଣସି ମଙ୍ଗଳବାର ଦିନ ହାତରେ ଗୋଲମରିଚ ନେଇ ଚାଲି ଯାଆନ୍ତୁ ଯେଉଁଠି ରାସ୍ତାରେ କୁକୁର ବସିଥିବ । କୁକୁର ଉଠିଯିବା ପରେ ସେହି ସ୍ଥାନରେ ଗୋଲମରିଚ ପକାଇ ଦିଅନ୍ତୁ । ସେଠାରେ ପାଞ୍ଚ ମିନିଟ ଅପେକ୍ଷା କରନ୍ତୁ ।

ପାଞ୍ଚ ମିନିଟ ପରେ ସେହି ଗୋଲମରିଚକୁ ଉଠାଇ ନିଅନ୍ତୁ ଏବଂ କଳା କପଡ଼ାରେ ଗୁଡ଼ାଇ ସୂତାରେ ବାନ୍ଧି ତାହାକୁ ପାଖାପାଖି କୌଣସି ନିମ ଗଛ ଥିଲେ ତାହାର ମୂଳରେ ଗାତ କରି ପୋତି ଦିଅନ୍ତୁ । ଉପରେ ମାଟି ଦେଇ ଏକ ପଥରରେ ଦବାଇ ଦିଅନ୍ତୁ । ଲଗାତାର ତିନି ଦିନ ପର୍ଯ୍ୟନ୍ତ ସେହିଥାଏ କୌଣସି ମିଠା ବସ୍ତୁ ଏବଂ ଏକ ଚାମଚ ଲେଖାଏଁ କ୍ଷୀର ଦିଅନ୍ତୁ । ସେହି ସମୟରେ ନିଜର ଯିଏବି ଶତ୍ରୁ ସେମାନଙ୍କ ଠାରୁ ମୁକ୍ତି ପାଇବାକୁ ପ୍ରାର୍ଥନା କରନ୍ତୁ । ଏହି ଉପାୟ ଯେକେହିବି କରି ପାରିବେ । ଯେଉଁ ସ୍ଥାନରେ ଏହି ଉପାୟ କରିଥିବେ ସେହି ସ୍ଥାନକୁ ପୁଣିଥରେ ଯାଆନ୍ତୁ ନାହିଁ । ଦେଖିବେ ଯେଉଁ ଶତ୍ରୁ ହୋଇଥାନ୍ତୁ ନା କାହିଁକି ମୁକ୍ତି ପାଇଯିବେ ।

Leave a Reply

Your email address will not be published. Required fields are marked *