ଆଜି ଆମେ ଆପଣଙ୍କୁ ଲୁଣ ଏବଂ ପାଣି ସାହାଯ୍ୟରେ ନିଜର ମନସ୍କାମନା କିଭଳି ପୂରଣ କରି ପାରିବେ ସେହି ବିଷୟରେ କହିବୁ । ଏହି ପ୍ରୟୋଗ ଯେକେହିବି କରି ପାରିବେ । ଏହି ଖାସ ଉପାୟକୁ ଏମିତିରେ ଆପଣ କୌଣସି ଦିନ କରିପାରିବେ । କିନ୍ତୁ ମଙ୍ଗଳବାର , ଶନିବାର ଏବଂ ରବିବାର ଦିନ ଏହି ଉପାୟ ଅଧିକ ପ୍ରଭାବୀ ହେବ । ଏହି ଉପାୟକୁ କରିବା ପାଇଁ କେବଳ ସାଧାରଣ ଲୁଣ ଏବଂ କୌଣସି ଧାତୁ ଗ୍ଲାସ , ପେପର ଗ୍ଲାସ କିମ୍ବା କୌଣସି ପ୍ଲାଷ୍ଟିକ ଗ୍ଲାସରେ ମଧ୍ୟ କରି ପାରିବେ । ଏହି ଉପାୟ ଦ୍ୱାରା ଲୋଭ୍ ରିଲେଶନଶିପ ସମସ୍ୟା , ବୈବାହିକ ଜୀବନ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହେବ । ଚାକିରୀରେ କୌଣସି ପ୍ରକାରର ସମସ୍ୟା ଥିଲେ ତାହାର ମଧ୍ୟ ସମାଧାନ ହେବ ଏବଂ ଶତ୍ରୁ ବିରୋଧୀ ମଧ୍ୟ ଶାନ୍ତ ହୋଇଯିବେ ।
ଏଥିପାଇଁ ସିନ୍ଧା ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଉପଲବ୍ଧ ନଥିଲେ ଆପଣ ସାଧାରଣ ଲୁଣ ମଧ୍ୟ ନେଇ ପାରିବେ । ଏହାବ୍ୟତୀତ ଗୋଟିଏ କାଗଜ ଏବଂ ପେନ ନିଅନ୍ତୁ । ଏହି ପ୍ରୟୋଗକୁ କରିବା ପାଇଁ ପ୍ରଥମେ ଶାନ୍ତ ହୋଇ ଘରର କୌଣସି ନିର୍ଜନ ସ୍ଥାନରେ ସବୁ ଜିନିଷକୁ ପାଖରେ ରଖି ବସନ୍ତୁ ।
ଏହାପରେ କାଗଜ ଏବଂ ପେନକୁ ଉଠାଇ ସର୍ବପ୍ରଥମେ ନିଜର ସମ୍ପୂର୍ଣ୍ଣ ନାମ ଲେଖି ନିଜର ଯେକୌଣସି ସମସ୍ୟା ମନସ୍କାମନା ସବୁକୁ ଲେଖି ଦିଅନ୍ତୁ । ନିଜ ହୃଦୟରୁ ସବୁ ସମସ୍ୟା ଏବଂ ମନସ୍କାମନାକୁ ବିଶ୍ୱାସର ସହିତ ଲେଖି ଦିଅନ୍ତୁ । ଲେଖି ସାରିବା ପରେ ତାହାକୁ ଅତିକମରେ ତିନିଥର ଫଲଡ଼ କରି ଦିଅନ୍ତୁ ଏବଂ ଯେଉଁ ପୁରୁଣା ବୋତଲ କିମ୍ବା ପୁରୁଣା ଗ୍ଲାସରେ ଲୁଣ ପାଣି ତିଆରି କରନ୍ତୁ ।
ସେହି ଗ୍ଲାସରେ ଅଧାରୁ ଅଧିକ ପାଣି ନେଇ ଦୁଇ ଚାମଚ ଲୁଣ ମିଶାଇ ଦିଅନ୍ତୁ । ଏହାଦ୍ବାରା ସେହି ଲୁଣପାଣି ଆପଣଙ୍କର ସବୁ ନକାରାତ୍ମକତାକୁ ଶୋଷିନେବ ଏବଂ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଦ୍ୱାରା ଦେଖିବେ ଧନ ଅର୍ଜନ ସମସ୍ୟା ମଧ୍ୟ ଦୂର ହୋଇଯିବ । ଖୁବ ପରିଶ୍ରମ ସତ୍ତ୍ୱେବି ଯେଉଁ ଅର୍ଥ ରୋଜଗାର ହେଉ ନଥିଲା ସେହି ସମସ୍ୟା ଆଉ ରହିବ ନାହିଁ ।
ତେବେ ସେହି କାଗଜକୁ ଲୁଣ ପାଣିରେ ବୁଡ଼ାଇ ଦିଅନ୍ତୁ ଏବଂ ନିଜର ମନସ୍କାମନା କହି ଘରର କୌଣସି ସ୍ଥାନରେ ରଖି ଦିଅନ୍ତୁ । ଆପଣ ଚାହିଁଲେ ଦକ୍ଷିଣ ପଶ୍ଚିମ ଦିଗରେ ମଧ୍ୟ ରଖି ପାରିବେ । ସାତ ଦିନ ପର୍ଯ୍ୟନ୍ତ ସେଭଳି ରହିବା ପରେ ଲୁଣ ପାଣିକୁ ଟୟଲେଟରେ ଫ୍ଲସ କରି ଦିଅନ୍ତୁ ଏବଂ ସେହି କାଗଜକୁ କୌଣସି ଗଛ ମୂଳରେ ପୋତି ଦିଅନ୍ତୁ । ଏଭଳି ଉପାୟ ଆଉ ଦୁଇ ଥର କରି ପାରିବେ । ଦେଖିବେ ଆପଣଙ୍କର କୌଣସିବି ମନସ୍କାମନା ତାହା ପୂରଣ ହୋଇଯିବ ।