ହିନ୍ଦୁ ଧର୍ମରେ ମହାପୁରାଣ ଭାବରେ ବିବେଚିତ ହୋଇଥିବା ଗରୁଡ ପୁରାଣ ରେ ଜୀବନ ଏବଂ ମୃତ୍ୟୁ ସହିତ ଆତ୍ମାର ଯାତ୍ରା ବିଷୟ ରେ ବର୍ଣ୍ଣନା କରାଯାଇଛି । ଏହି ପୁରାଣରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହନ ପକ୍ଷୀରାଜ ଗାରୁଡଙ୍କ ମଧ୍ୟରେ ବାର୍ତ୍ତାଳାପର ଉଲ୍ଲେଖ ଅଛି । ଯେଉଁଥିରେ ଭଗବାନ ଜନ୍ମ-ମୃତ୍ୟୁ, ପାପ-ପୁଣ୍ୟ, ସ୍ୱର୍ଗ-ନର୍କ ଇତ୍ୟାଦି ରହସ୍ୟ ପ୍ରକାଶ କରିଛନ୍ତି । ଗରୁଡ ପୁରାଣରେ କୁହାଯାଇଛି ଯେ ପ୍ରାଣ କିପରି ଜଣେ ବ୍ୟକ୍ତିଙ୍କ ଶରୀରରୁ ବାହାରିଥାଏ । ଏହା ବ୍ୟତୀତ, ମୃତ୍ୟୁ ପରେ ଆତ୍ମାର ଯାତ୍ରା କିପରି ହୋଇଥାଏ ? ତାକୁ ସ୍ୱର୍ଗ କିମ୍ବା ନର୍କ କୋଉଠି ସ୍ଥାନ ମିଳିଥାଏ ?
ମରିବା ସମୟରେ ଏପରି ଅନୁଭବ ହୋଇଥାଏ ।
ଗରୁଡ ପୁରାଣଙ୍କ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ସମୟ ପାଖେଇ ଆସେ, ସେ ଚାହିଁଲେ ମଧ୍ୟ କିଛି କହି ପାରନ୍ତି ନାହିଁ । ତାଙ୍କର କଥା କହିବା ଏବଂ ଶୁଣିବା କ୍ଷମତା ହଜିଯାଇଥାଏ । ସେ ଯମଦୂତମାନଙ୍କୁ ଦେଖି ବହୁତ ଡରି ଯାଇଥାନ୍ତି । ଏପରିକି ସେ ତାଙ୍କ ଚାରିପାଖରେ ଠିଆ ହୋଇଥିବା ସମ୍ପର୍କୀୟମାନଙ୍କୁ ଦେଖି ପାରନ୍ତି ନାହିଁ । ବ୍ୟକ୍ତିର ଶରୀରରୁ ଆତ୍ମାକୁ ଟାଣି, ଯମଦୂତମାନେ ଏହାକୁ ଜମପୁର କୁ ନେଇଯଇଥାଆନ୍ତି ।
ଯେତେବେଳେ ଜମଦୂତମାନେ ପ୍ରାଣକୁ ଜମଲୋକକୁ ନେଇ ଯାଆନ୍ତି ସେତେବେଳେ ଆତ୍ମା କୁ ବହୁତ କଷ୍ଟ ହୋଇଥାଏ । ସେହି ସମୟରେ, ଯମଦୂତମାନେ ତାଙ୍କୁ ପାପ ପାଇଁ ଦଣ୍ଡ ଏବଂ ନିର୍ଯାତନା ବିଷୟରେ କୁହନ୍ତି ଯେଉଁଥିପାଇଁ ସେ କାନ୍ଦନ୍ତି । ଏହି ରାସ୍ତାରେ ଯମଦୂତମାନେ ଏକ ଚାବୁକ ରେ ପ୍ରାଣକୁ ମାରିଥାନ୍ତି । କୌଣସି ପ୍ରକାରେ ଆତ୍ମା ଏହାର ଯାତ୍ରା ସମାପ୍ତ କରିବା ପରେ ଜମଲୋକା ପାଖରେ ପହଞ୍ଚେ ଏବଂ ତାକୁ କର୍ମ ଅନୁସାରେ ସ୍ୱର୍ଗ ଓ ନର୍କ ଦିଆଯାଇଥାଏ ।
ପୁନର୍ବାର ନିଜ ଘରକୁ ଆସେ ଆତ୍ମା ।
ଜମଲୋକରେ ଆତ୍ମା ତାଙ୍କ ଘରକୁ ଯିବାକୁ ଅନୁମତି ପାଇବାକୁ ଯମରାଜଙ୍କ ସମ୍ମୁଖରେ ନିବେଦନ କରେ ଏବଂ ପୁନର୍ବାର ତାଙ୍କ ଘରକୁ ଆସିଥାଏ । ଏଠାରେ ସେ ପୁନର୍ବାର ନିଜ ଶରୀରରେ ପ୍ରବେଶ କରିବାକୁ ଚାହାଁନ୍ତି କିନ୍ତୁ ଯମଦୂତମାନେ ତାଙ୍କୁ ମୁକ୍ତ କରନ୍ତି ନାହିଁ । ପରିବାର ମୋହ କାରଣରୁ ସେ ସେମାନଙ୍କଠାରୁ ଦୂରେଇ ଯିବାକୁ ଚାହାଁନ୍ତି ନାହିଁ । ତେଣୁ ପିଣ୍ଡ ଦାନ ଏପରି କରାଯାଏ ଯାହା ଦ୍ଵାରା ଆତ୍ମା ପରିବାରର ମୋହ ରୁ ମୁକ୍ତ ହୋଇଯାଏ । ଅନ୍ୟଥା, ସେ ଏକ ଭୂତ ରେ ପରିଣତ ହୋଇ ବର୍ଷ ବର୍ଷ ଧରି ମର୍ତ୍ତ୍ୟଲୋକ ରେ ବୁଲନ୍ତି । ଗରୁଡ ପୁରାଣ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ, 10 ଦିନ ମଧ୍ୟରେ ତାଙ୍କ ପିଣ୍ଡ ଦାନ କରିବା ଜରୁରୀ ।