ବନ୍ଧୁମାନେ ଭଗବାନ ଏହି ୫ଜଣଙ୍କ ଘରକୁ ବିଲକୁଲ ଯିବାକୁ ପସନ୍ଦ କରନ୍ତି ନାହିଁ।ଆଜି ଆମେ ଜାଣିବା ସେମାନଙ୍କ ବିଷୟରେ।
୧. ଘରର ଧ୍ୟାନ ରଖୁନଥିବା ଲୋକ – ଯେଉଁ ଲୋକ ଘରର ଧ୍ୟାନ ରଖେ ନାହିଁ ତାହା ପାଖରେ ଧନ ବିଲକୁଲ ବି ରୁହେ ନାହିଁ।ଶାସ୍ତ୍ର ଅନୁଯାୟୀ ସେହି ଲୋକ ପାଖରେ ଲକ୍ଷ୍ମୀ ବିଲକୁଲ ରୁହନ୍ତି ନାହିଁ ଓ ସେଠାରେ ସେ ପଦ ମଧ୍ୟ ପକାନ୍ତି ନାହିଁ।ଯାହା ଫଳରେ ଏହି ବ୍ୟକ୍ତି ଗରିବ ହୋଇ ରହିଥାଏ।ତେଣୁ ଘରର ଚିନ୍ତା କରୁଥିବା ବ୍ୟକ୍ତି ହିଁ କେବଳ ଧନର ଅଧିକାରୀ ହୋଇଥାଏ ଓ ତା ଘରେ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ।
୨. ସ୍ବାମୀ ଏବଂ ସ୍ତ୍ରୀଙ୍କ ଭିତରେ ମାରପିଟ୍ – ଯେଉଁ ଘରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ୍ ଲାଗେ ବା ଘରେ କଳହ ଲାଗେ ସେଠି ମାତା ଲକ୍ଷ୍ମୀ ବିଲକୁଲ ବି ପ୍ରବେଶ କରନ୍ତି ନାହିଁ।ତେଣୁ ମାତା ଲକ୍ଷ୍ମୀ କହିଛନ୍ତି କି ଯେଉଁ ଘରେ ଲଢେଇ ଝଗଡ଼ା ହୋଇଥାଏ ।ସେହି ଘରେ ମୁଁ ଭୁଲରେ ବି ନିଜ ପାଦ ପକେଇବି ନାହିଁ।ଏପରି ଘରେ ସୁଖ ସମୃଦ୍ଧିର ନାସ ହୋଇଥାଏ।ଏମାନଙ୍କ ଆଗାମୀ ପିଢ଼ି ଏମାନଙ୍କ କାରଣରୁ ବହୁ ସମସ୍ୟାର ସାମ୍ନା କରିଥାନ୍ତି।
୩. କର୍ମହିନ ବ୍ୟକ୍ତି – ଭଗବାନ କହିଛନ୍ତି କି ଯେଉଁ ବ୍ୟକ୍ତି କର୍ମ ହିନ ହୋଇଥାଏ।ସେହି ବ୍ୟକ୍ତି ତାକୁ ଆଗାମୀ ଜନ୍ମରେ ଏପରି ଘରେ ଜନ୍ମ ନେବାକୁ ପଡ଼ିଥାଏ ଯେଉଁଠି ସେ ନିଜର ପାପକୁ ଭୋଗୁ ଥାଏ।କର୍ମ ହିନ ଅର୍ଥାତ୍ ଯିଏ ଭଲ କାର୍ଯ୍ୟ କରିପାରେ ନାହିଁ।ଯିଏ ଅନ୍ୟକୁ ଖୁସିରେ ଦେଖିପାରେ ନାହିଁ ତାହାକୁ କର୍ମ ହିନ ବ୍ୟକ୍ତି ବୋଲି କୁହାଯାଏ।ଯେଉଁ ବ୍ୟକ୍ତି ଭଲ କର୍ମ କରେ ସେ ଆର ଜନ୍ମରେ ଭଲ ଫଳ ଅବଶ୍ୟ ମିଳିଥାଏ।ଏହି ବ୍ୟକ୍ତି ଏକ ଧନୀ ପରିବାରରେ ଜନ୍ମ ନେଇଥାଏ ଓ ସେଠାରେ ତାକୁ ବହୁ ସୁଖ ଶାନ୍ତି ମିଳିଥାଏ।ଏଥିପାଇଁ ଏହି ଲୋକଙ୍କୁ ଇଶ୍ଵରଙ୍କ ଦାସ ବୋଲି କୁହାଯାଏ।
୪. ମା ବାପାଙ୍କୁ ସାମାନ୍ୟ ବୋଲି ଭାବିବା ଲୋକ – ଯେଉଁ ବ୍ୟକ୍ତି ମା ବାପାଙ୍କୁ ସାମାନ୍ୟ ଭାବି ହେୟ ଜ୍ଞାନ କରେ ତାକୁ ଆର ଜନ୍ମରେ ଏପରି ଦଣ୍ଡ ମିଳିଥାଏ। ଯାହା କାରଣରୁ ସେ ନିଜେ ଭାବେ କି ମୁଁ ଆର ଜନ୍ମରେ କିଛି ପାପ କରିଥିଲି ଯାହାକୁ ଆଜି ଭୋଗିବାକୁ ପଡୁଛି।ସେଥିପାଇଁ ଶାସ୍ତ୍ର ଅନୁଯାୟୀ ସେହି ବ୍ୟକ୍ତିର ସନ୍ତାନ ମଧ୍ୟ ସେହିଭଳି ବ୍ୟବହାର କରିଥାଏ ଯେପରି ସେ ତାର ବାପା ମାଙ୍କୁ କରିଥିଲା।ତେଣୁ ଏପରି ଅତ୍ୟାଚାର କରନ୍ତୁ ନାହିଁ କାରଣ ବାପା ମା ଇଶ୍ଵରଙ୍କ ଅବତାର ହୋଇଥାନ୍ତି।
୫. ମହିଳାଙ୍କ ଉପରେ ଅତ୍ୟାଚାର – ଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମହିଳାଙ୍କ ଉପରେ ଯଦି ଅତ୍ୟାଚାର କରୁଥାଏ ତେବେ ତାହାକୁ ବହୁ ପାପର ଭାଗିଦାରୀ ହୋଇଥାଏ।ଶ୍ରୀକୃଷ୍ଣ କୁହନ୍ତି ସ୍ତ୍ରୀଙ୍କ ଅପମାନ ପୁରା ସୃଷ୍ଟିର ଅପମାନ ହୋଇଥାଏ। ଯେଉଁଠି ଏମାନଙ୍କ ସମ୍ମାନ ନହୁଏ ସେଠି ଇଶ୍ଵର କେବେ ନିବାସ କରନ୍ତି ନାହିଁ।ଶାସ୍ତ୍ର ଅନୁଯାୟୀ ଯେଉଁଠି ନାରୀ ମାନଙ୍କ ସମ୍ମାନ ହୁଏ ନାହିଁ ସେଠାରେ ଇଶ୍ଵର ବାସ କରନ୍ତି ନାହିଁ।ଭଗବାନ ମଧ୍ୟ ଏହି ଲୋକଙ୍କ ଡାକ ବିଲକୁଲ ବି ଶୁଣନ୍ତି ନାହିଁ।
ଆସନ୍ତୁ ଜାଣିବା ଭଲ ସମୟ ଆସିଲେ ଭଗବାନ କିପରି ଆମକୁ କେଉଁ ସବୁ ସଂକେତ ଦିଅନ୍ତି।କେବେ କେବେ ମଣିଷ ଜୀବନରେ ଭଲ ସମୟ ଆସେ ତ କେବେ କେବେ ଖରାପ ସମୟ ଆସିଥାଏ।ଯେପରି ଭଲ ସମୟ ବହୁତ୍ ସମୟ ଯାଏଁ ରୁହେ ନାହିଁ ସେହିପରି ଖରାପ ସମୟ ବି ବହୁତ୍ ସମୟ ଯାଏଁ ରୁହେ ନାହିଁ।ଯଦି ଭଲ ସମୟ ଆସେ ତେବେ ବ୍ୟକ୍ତିକୁ ସବୁ ସୁଖ ଶାନ୍ତି ପ୍ରାପ୍ତି ହୁଏ।ଆଜି ଆମେ ଜାଣିବା କେଉଁ କେଉଁ ସଂକେତ ଆମକୁ ଭଲ ସମୟର ବା କିଛି ଶୁଭ ଖବରର ସୂଚନା ଦିଏ।
୧. ସକାଳୁ ଉଠିବା ପରେ ଯଦି ଆପଣଙ୍କ ଭିତରୁ କିଛି ଅଲଗା ପ୍ରକାର ଖୁସି ବା ଉଠିବା ପରେ ନିଜ ମୁହଁ ଦେଖିଲେ କିଛି ଅଲଗା ପ୍ରକାର ଚମକ ଦେଖା ଦେବ। ତେବେ ସେହି ଦିନ କିଛି ଆପଣଙ୍କ ସହ ଭଲ ହେବାର ଅଛି ବୋଲି ବୁଝିଯିବେ।ଏହା ସହ ଆପଣଙ୍କ ଜୀବନରେ ଥିବା ସମସ୍ତ ଅସୁବିଧା ଦୂର ହେବାର ଅଛି ବୋଲି ଭାଵିନେବେ।
୨. ବିନା କାରଣରେ ଯଦି ଆପଣଙ୍କୁ ନିଜ ପରିବାର ତରଫରୁ କିଛି ଟଙ୍କା ମିଳେ। ତେବେ ଏହାର ମାନେ ଏହା ହେବ କି ଆପଣଙ୍କୁ କୌଣସି କାମରେ ସଫଳତା ମିଳିବାର ଅଛି।ଏହା ସହିତ ନିଜ ଜୀବନରେ ଥିବା ଚିନ୍ତା ବା ଟେନସନ୍ ବହୁ ଜଲଦି ବଦଳିବାର ଅଛି।ଏହା ସହ ଧନର ମଧ୍ୟ ବୃଦ୍ଧି ହେବାର ଅଛି ବୋଲି କୁହାଯାଏ।
୩.ଘରୁ ବାହାରକୁ ଗଲା ବେଳେ ଯଦି ଆପଣ ଭାରିଥିବା ପାଣି ବାଲ୍ଟି ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। କାର୍ଯ୍ୟ ସଫଳ ହେବ ବୋଲି ଏହା ଦର୍ଶାଇ ଥାଏ।ଏହା ସହ ପଡ଼ି ରହିଥିବା କାର୍ଯ୍ୟ ମଧ୍ୟ ସଫଳ ହେବ।
୪.ପଶୁ ପକ୍ଷୀ ମାନେ ଆମକୁ ଆସୁଥିବା ଭଲ ସଂକେତ ବା ଖରାପ ସଂକେତକୁ ଶୁଚେଇ ଦିଅନ୍ତି।ଯଦି ଘରର ଆଖ ପାଖରେ ଗୋଟେ ବିଲେଇ ତାର ଛୁଆକୁ ଜନ୍ମ ଦେଇଥାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ।ସେହି ଦିନ ଆପଣଙ୍କ ପରିବାରରେ ବହୁ ବଡ଼ ଖୁସିର ମହୋଲ୍ ହୋଇଥାଏ।
୫.ଘରୁ ବାହାରକୁ ଗଲାବେଳେ ଯଦି ଏକ ହସୁଥିବା ଛୋଟ ଛୁଆର ମୁହଁ ଦେଖନ୍ତି। ତେବେ କାର୍ଯ୍ୟରେ ବା ଜୀବନରେ ଭଲ ସମୟ ଆସିବାର ଅଛି ଓ ଆପଣଙ୍କ ଦିନ ବହୁତ୍ ଭଲରେ କଟିବ ବୋଲି ମାନ୍ୟତା ଅଛି।ତେଣୁ ଏହି ସବୁ କଥା ଆମକୁ ଆମ ଜୀବନରେ ଘଟିବାକୁ ଯାଉଥିବା ଘଟଣାର କିଛି ସଂକେତ ଦେଇଥାଏ।