ସାତୋଟି ଦୌଡୁଥିବା ଘୋଡ଼ାର ଫୋଟ ଲଗାଇଲେ ହୋଇଯିବେ ବହୁତ ଜଲଦି ଧୋନୀ ।

ମନୁଷ୍ୟ ନିଜ ଘରେ କିଛି ବିଶେଷ ଫୋଟ ଲଗାଇବା ଦ୍ୱାରା ଜୀବନ ଉପରେ ଏହାର ଖୁବ ଭଲ ପ୍ରଭାବ ପଡ଼ିଥାଏ । ଯଦି ଆପଣ ଘରେ ସାତୋଟି ଘୋଡ଼ା ଥିବା ଫୋଟ ଲଗାଉଛନ୍ତି ତେବେ ତେବେ ଫୋଟ କିପରି ହେବା ଆବଶ୍ୟକ ସେଥିପ୍ରତି ଧ୍ୟାନ ଦେବା ଉଚିତ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସାତୋଟି ଘୋଡ଼ା ଥିବା ଫୋଟ ଆଣିବା ସମୟରେ କେଉଁ ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ ।

୧ . ସାତୋଟି ଘୋଡ଼ା ଥିବା ଫୋଟ ଆଣିବା ସମୟରେ ଧ୍ୟାନ ରଖିବେ ଯେପରି ଘୋଡ଼ା ମାନଙ୍କର ମୁହଁ ସାମ୍ନାକୁ ନରହିବା ଆବଶ୍ୟକ । ଏହା କେବେବି ଶୁଭ ହୋଇ ନଥାଏ । ସାମ୍ନାରୁ ଆସୁଥିବା ଘୋଡ଼ା ନକରାତ୍ମକତାର କାରଣ ହୋଇଥାଏ । ଏହାଦ୍ବାରା ବ୍ୟକ୍ତିର ଜୀବନ ନଷ୍ଟ ହୋଇଯାଏ । ସେ ସବୁ କାର୍ଯ୍ୟରେ ଅସଫଳ ହୋଇଥାଏ । ତେଣୁ ଯେତେବେଳେ ଫୋଟ ଲଗାଉଛନ୍ତି ତେବେ ସେଥିରେ ଘୋଡ଼ା ସାଇଡ଼ରୁ ଯାଉଥିବା ଆବଶ୍ୟକ ।

୨ . ଭଗବାନ ସୂର୍ଯ୍ୟଙ୍କ ରଥକୁ ଟାଣୁଥିବା ଘୋଡ଼ା ସାତୋଟି ହୋଇଥାଏ । ଯାହା ସାତୋଟି ରଶ୍ମିକୁ ଦର୍ଶାଇ ଥାଏ । ଯାହାକି ଜୀବନର ଗତିକୁ ନିୟନ୍ତ୍ରଣ ରଖିଥାଏ । ସାତ ନମ୍ବର ଅତ୍ୟନ୍ତ ଶୁଭ ହୋଇଥାଏ । ସେହିଭଳି କାର୍ଯ୍ୟାନୁଷ୍ଠାନରେ ସବୁ ଜିନିଷ ସାତୋଟି ହିଁ ନେବାର ନିୟମ ରହିଛି । ଟେଣୁ ସାତୋଟି ଦୌଡୁଥିବା ଘୋଡ଼ା ମଙ୍ଗଳକୁ ଦର୍ଶାଇ ଥାଏ । ଯାହାଦ୍ୱାରା ଜୀବନରେ ଆସୁଥିବା ସବୁ ସମସ୍ୟା ଏବଂ କଷ୍ଟ ଦୂର ହୋଇଯାଏ ।

୩ . ସାତୋଟି ଘୋଡ଼ା ଥିବା ଫୋଟରେ ଯଦି ସାତୋଟି ଘୋଡ଼ାର ଗତି ଚାଲୁଥିବା ଭଳି ଜଣା ପଡ଼େ । ତେବେ ତାହା ଜୀବନକୁ ବର୍ବାଦ କରିଥାଏ । ଏପରି ଫୋଟ ଅତ୍ୟନ୍ତ ଅଶୁଭ ହୋଇଥାଏ । ସେହିପରି ଦୌଡୁଥିବା ଘୋଡ଼ା ଚାକିରୀରେ ଲାଭ ବ୍ୟତୀତ ଧନ ପ୍ରାପ୍ତି ଏବଂ ମାନ ସମ୍ମାନ ପ୍ରାପ୍ତିର କାରଣ ହୋଇଥାଏ ।

୪ . ଫେରି ଯାଉଥିବା ଘୋଡ଼ାର ଫୋଟ କିମ୍ବା ପ୍ରତିମା ଆଦୋୖ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଘରର ସମ୍ପନ୍ନତା ଏବଂ ସୁଖ ସମୃଦ୍ଧି ସବୁକିଛି ଚାଲିଯାଏ । ଏହା ଅଶୁଭ ହୋଇଥାଏ ।

୫ . ଫୋଟ ଫ୍ରେମରେ ଲାଗିଥିବା ଘୋଡ଼ାର ଫୋଟର କାଚ ଯଦି ଭାଙ୍ଗି ଯାଇଥାଏ କିମ୍ବା ସାମାନ୍ୟବି ଫାଟି ଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ନଚେତ ଆପଣଙ୍କ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ିବ । ଏହାଦ୍ବାରା ଧନ ପ୍ରାପ୍ତିର ମାର୍ଗ ମଧ୍ୟ ବନ୍ଦ ହୋଇପାରେ । ଫୋଟ ଫ୍ରେମକୁ ସର୍ବଦା ପରିଷ୍କାର ରଖିବା ଉଚିତ । ସେଥିରେ ଯେମିତି କେବେ ବୁଢିଆଣି ଜାଲ ନହୁଏ । ନଚେତ ଆପଣ କାଙ୍ଗାଳ ହୋଇ ପାରନ୍ତି ।

କିଛି ଫୋଟ ଏମିତି ଅଛି ଯାହାକୁ ଘରେ ରଖିବା ଦ୍ୱାରା ଧନ ପ୍ରାପ୍ତି ସହିତ ଦରିଦ୍ରବି ଧନୀ ହୋଇଯାଏ ।

ହସୁଥିବା ଲଫିଙ୍ଗ ବୁଦ୍ଧ:-

ହସୁଥିବା ଲଫିଙ୍ଗ ବୁଦ୍ଧ ଖୁବ ଲାଭକାରୀ ହୋଇଥାଏ । ଅନେକ ବିତ୍ତଶାଳୀ ଲୋକ ମଧ୍ୟ ନିଜ ଘରେ ଏହି ମୂର୍ତ୍ତି ରଖିଥାନ୍ତି । ଏହି ମୂର୍ତ୍ତି ରଖିବା ଦ୍ୱାରା ଧନ ପ୍ରାପ୍ତି ସହିତ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ଯଦି ଏହି ମୂର୍ତ୍ତି କୌଣସି ବ୍ୟକ୍ତିକୁ ଉପହାର ଆକାରରେ ମିଳିଥାଏ ତେବେ ତାର ଭାଗ୍ୟ ଚମକିଯାଏ ।

ମୟୁର ପର ଫୋଟ ଫ୍ରେମ:-

ମୟୁର ପର ସମସ୍ତ ପବିତ୍ର ପର ମଧ୍ୟରୁ ଅନ୍ୟତମ ହୋଇଥାଏ । ଶାସ୍ତ୍ରରେ ଏହାର ଅନେକ ମହତ୍ତ୍ୱ ରହିଛି । ଏହି ମୟୁର ପର ଆପଣଙ୍କ ଭାଗ୍ୟ ବଦଳାଇ ପାରେ । ତେଣୁ ଦୁଇଟି ମୟୁର ପରକୁ ଫ୍ରେମ ବନାଇ ଲିଭିଂ ରୁମରେ ରଖିଲେ ସ୍ୱାମୀ ସ୍ତ୍ରୀ ସମ୍ବନ୍ଧରେ ପ୍ରେମ ବଢ଼ିବା ସହିତ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ମୟୁର ପରର କେବଳ ଦର୍ଶନ କଲେ ବ୍ୟକ୍ତିର ଭାଗ୍ୟ ବଦଳି ଯାଏ । ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଭୂତ ପ୍ରେତ ଏବଂ ଆତ୍ମା ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *