ଆମ ଜୀବନରେ ସନ୍ତୁଳନ ବଜାଇ ରଖିବା ପାଇଁ ଆମେ ଶାସ୍ତ୍ର ଅନୁଯାୟୀ ବହୁତ୍ କିଛି ଆବଶ୍ୟକ ନୀୟମମାନ ଅବଲମ୍ବନ କରୁ।ସେପରି ଲୁଣ ଏକ ଏପରି ଜିନିଷ ଯାହା କେବଳ ଖାଦ୍ୟର ସ୍ଵାଦ ପାଇଁ ନୁହେଁ ବରଂ ଏହା ବାସ୍ତୁଗତ ଦୃଷି କୋଣରୁ ମଧ୍ୟ ଏହାର ପ୍ରୟୋଗ ଆମ ଜୀବନରେ ପରିବର୍ତ୍ତନ ଆଣିଥାଏ।
ଏହାର ଅତ୍ୟଧିକ ପ୍ରୟୋଗ ଖାଦ୍ୟର ସ୍ବାଦ ଖରାପ କରିବା ସହିତ ସ୍ବାସ୍ଥ୍ୟଗତ ଦୃଷ୍ଟି କୋଣରୁ ଖରାପ ହୋଇଥାଏ। ଏହାର ପ୍ରୟୋଗ ଆମ ଜୀବନରେ ସକାରାତ୍ମକ ଭାବନା ଆଣିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଲୁଣର କିଛି ଏପରି ପ୍ରୟୋଗ ଆମ ଜୀବନରେ ପରିବର୍ତ୍ତନ ମଧ୍ୟ ଆଣିଥାଏ। ଏକ ଚୁଟକି ଭରା ଲୁଣରେ ଆମକୁ ଧନୀ ଅବା ଗରିବ ହୋଇଥାଏ।ଏହା ଆମ ଚାରିପାଖରେ ଥିବା ନକାରାତ୍ମକ ଶକ୍ତିକୁ ଦୂରେଇ ଥାଏ।
ଘର ପୋଛା ମାରିବା ସମୟରେ ଯଦି ବାଲ୍ଟି ପାଣିରେ ଲୁଣ କିଛି ପକେଇ ଘର ପୋଛିଲେ ଘରୁ ନକାରାତ୍ମକ ଶକ୍ତି ଦୂରେଇ ରହିଥାଏ।ଯଦି ଘର ଲୋକଙ୍କ ମଧ୍ୟରେ ସବୁବେଳେ ମତ ପାର୍ଥକ୍ୟ ରହିଥାଏ ତେବେ ଲୁଣର ଏହି ପ୍ରୟୋଗ ଦ୍ଵାରା ସେହି ସବୁ ଦୂରେଇ ଯାଏ।ଯଦି ଘରେ ବାସ୍ତୁ ଦୋଷ ରହିଥାଏ ତେବେ ଗୋଟିଏ ପରେ ଗୋଟିଏ ପରିବାରର ସଦସ୍ୟ ରୋଗରେ ପଡିଥାନ୍ତି। ଏହା ସହିତ ଘରର ଆର୍ଥିକ ସ୍ଥିତି ମଧ୍ୟ ଖରାପ ଆଡ଼କୁ ଗତି କରେ।
ଏଥିଲାଗି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗାଧୁଆ ଘରେ ଏକା କାଚ ବୋତଲ ରେ କିଛି ଲୁଣ ରଖନ୍ତୁ।ଏହାକୁ ପ୍ରତି ସପ୍ତାହରେ ଥରେ ବଦଳେଇ ଦିଅନ୍ତୁ।ଏହା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ।ଘରର ପ୍ରବେଶ ଦ୍ବାର ଆମର ନକରାତ୍ମକ ଶକ୍ତିର ଉତ୍ସ ହୋଇଥାଏ।ଯେଉଁ ବାଟ ଦେଇ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ।ଏଥିପାଇଁ ଏକ ଲାଲ କପଡ଼ାରେ କିଛି ଲୁଣ ରଖି ଟାଙ୍ଗି ଦିଅନ୍ତୁ।ଦେଖିବେ ଘରକୁ ଆସିବାକୁ ଥିବା ନକରାତ୍ମକ ଉର୍ଜା ଅବା ସଙ୍କଟକୁ ଦୂରେଇ ଦେଇଥାଏ।ଏହା ସହିତ କୁଦୃଷ୍ଟିରୁ ମଧ୍ୟ ରକ୍ଷ କରିଥାଏ।
ଏହା ଖରାପ ନଜରରୁ ଦୂରେଇ ରଖିଥାଏ।ତେଣୁ ପିଲା ମାନଙ୍କ ଉପରେ ଯଦି ଖରାପ ନଜର ପଡ଼ିଥାଏ ତେବେ ତାଙ୍କ ଗାଧୁଆ ବାଲ୍ଟିରେ କିଛି ଲୁଣ ପକାଇ ଦିଅନ୍ତୁ ଦେଖିବେ ଖରାପ ନଜରରୁ ସେମାନେ ଦୂରେଇ ଯିବେ।ରାତିରେ ଶୋଇବା ପୁର୍ବରୁ ହାତ ମୁହଁ ଧୋଇବା ପାଣିରେ ଯଦି କିଛି ଲୁଣ ମିଶାଇ ଧୁଅନ୍ତି ତେବେ ସବୁ ଖରାପ ସ୍ବପ୍ନ ଅବା ଚିନ୍ତା ଦୂରେଇ ଯିବ ।
ଯଦି ଘରେ କଳି ଝଗଡ଼ା ଲାଗି ରହିଥାଏ ତେବେ ଘରେ ସାମୁଦ୍ରିକ ଲୁଣର ପ୍ରୟୋଗ କରିବା ଦ୍ୱାରା ଏହି ସଙ୍କଟରୁ ମୁକ୍ତି ମିଳିଥାଏ। ପତି ଏବଂ ପତ୍ନୀ ନିଜର ଶୋଇବା କକ୍ଷରେ ଯଦି ଏକ ପାତ୍ରରେ ସନ୍ଦର୍ଭ ଲୁଣ ଭରି କରି ଶୁଅନ୍ତି ।ତେବେ ସମସ୍ତ ସମସ୍ୟା ଦୂର ହୋଇଥାଏ।ତେଣୁ ଏହି ସବୁ ଉପାୟ ନିଶ୍ଚୟ କରନ୍ତୁ ଯାହା ଆପଣଙ୍କ ଭାଗ୍ୟ ବଦଳେଇ ଦେବ ।