ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୪ଟି କଥାକୁ ଜାଣି ଆପଣ ଯେକୌଣସି ମହିଳାଙ୍କ ବ୍ୟବହାରକୁ ସହଜରେ ବୁଝିପାରିବେ।

ମହିଳାମାନଙ୍କୁ ଭଗବାନଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ଏମିତି ରଚନା କୁହାଯାଏ ଯାହା ଭଗବାନ ନିଜେବି କେବେବି ବୁଝି ପାରି ନାହାନ୍ତି। କୌଣସି ମହିଳା କେତେବେଳେ କଣ କରିବେ ତାହା କେହି ଜାଣନ୍ତି ନାହିଁ। ଏହା ଜଣେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଅତି ବୁଦ୍ଧିମାନ ବ୍ୟକ୍ତି ହୋଇଥାନ୍ତୁ ପ୍ରତ୍ୟେକ ମଣିଷ ପାଇଁ ଜଣେ ମହିଳାଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ଅତ୍ୟନ୍ତ କଷ୍ଟକର। ଏପରିକି ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହା କହି ଯାଇଛନ୍ତି ଯେ ଯେକୌଣସି ମହିଳାଙ୍କୁ ଦେଖି କହିହେବ ନାହିଁ ଯେ ସେ ଦୁଃଖ ଅଛିନ୍ତି କିମ୍ବା ସୁଖରେ ଅଛନ୍ତି ବୋଲି ଏହା ଅନୁମାନ କରିବା କଷ୍ଟସାଧ୍ୟ। ମହିଳାମାନେ ପୁରୁଷଙ୍କ ଅପେକ୍ଷା ଶାରୀରିକ ଭାବରେ ଦୁର୍ବଳ ବୋଲି ବିବେଚନା କରାଯାଏ। କିନ୍ତୁ ମହିଳାମାନେ ଆଦର୍ଶଗତ ଏବଂ ଭାବପ୍ରବଣ ଭାବରେ ବହୁତ ଶକ୍ତିଶାଳୀ ହୋଇଥାଆନ୍ତି। ଯାହା ସେମାନଙ୍କର ଆଚରଣକୁ ବୁଝିବା କଷ୍ଟକର ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମହିଳାମାନଙ୍କର କିଛି ଅଭ୍ୟାସ ବିଷୟରେ କହିଛନ୍ତି ଯାହା ଦେଖି ଆମେ ମହିଳାମାନଙ୍କର ପ୍ରକୃତିକୁ ବୁଝିପାରିବା।

ଈଶ୍ୱରଙ୍କ ପ୍ରତି ଆସ୍ଥା:-

ଯେଉଁ ମହିଳା ମାନେ ଭଗବାନଙ୍କ ପ୍ରତି ବହୁତ ବିଶ୍ୱାସ ରଖିଥାନ୍ତି ସେମାନେ ଜୀବନରେ କେବେବି କୌଣସି ଅସୁବିଧାରେ ବିଚଳିତ ହୋଇନଥାନ୍ତି ବା ପଛଘୁଞ୍ଚା ଦେଇନଥାନ୍ତି। ତାଙ୍କର ମନ ବହୁତ ଶାନ୍ତ ଏବଂ ଏକାଗ୍ରଚିତ ହୋଇଥାଏ। ସେମାନେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଆଖପାଖର ଲୋକଙ୍କ କଥା କିମ୍ବା ସେମାନଙ୍କର ପରାଜୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେମାନେ କେବଳ ତାଙ୍କ ନିଜ ଭଗବାନଙ୍କୁ ତାଙ୍କର ସାହାରା ବୋଲି ଭାବି ଜୀବନ ଏବଂ ଲକ୍ଷ ବିଷୟରେ ଭାବି ଥାଆନ୍ତି। ସେମାନଙ୍କୁ କୌଣସି ଦୁଃଖ ସହଜରେ ବିଚଳିତ କରିପାରେ ନାହିଁ।

କାର୍ଯ୍ୟରେ ଅଳସୁଆ ହେବା:-

ନୀତିଶାସ୍ତ୍ର ଅନୁସାରେ ମହିଳାମାନେ ପରିଶ୍ରମୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଲକ୍ଷ୍ୟ ସହିତ ଘର ପରିବାରର ଦାୟିତ୍ୱ ମଧ୍ୟ ରହିଥାଏ। ଏପରି ପରିସ୍ଥିତିରେ ଯେଉଁ ମହିଳାମାନେ କାମ ପ୍ରତି ଅଳସୁଆ ଦେଖାନ୍ତି। ସେ ନିଜ ଘର ପରିଚାଳନା କରିବାରେ କିମ୍ବା ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ନୁହଁନ୍ତି। ସଫଳତା ପାଇବା ପାଇଁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହିପରି ମହିଳାମାନେ ମଧ୍ୟ ସମାଜରେ ଅଧିକ ସମ୍ମାନ ପାଆନ୍ତି ନାହିଁ।

ସବୁକିଛି କାର୍ଯ୍ୟ ପ୍ରତି ଅନୁଶାସିତ:-

ନୀତିଶାସ୍ତ୍ରଙ୍କ ଅନୁଯାୟୀ ଯେଉଁ ମହିଳାମାନେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଶୃଙ୍ଖଳିତ ସେମାନଙ୍କ ଜୀବନରେ ସେମାନର ବହୁତ କିଛି ହାସଲ କରିଥାନ୍ତି। ଅନୁଶାସନରେ ରହିବା କାରଣରୁ ସେମାନେ ସମସ୍ତ କାର୍ଯ୍ୟ ଠିକ ସମୟରେ ସମାପ୍ତ କରିଥାନ୍ତି ଏବଂ ସେମାନଙ୍କୁ କୌଣସି ଅସୁବିଧା ହୋଇନଥାଏ ଏହି କାରଣରୁ ଏହି ମହିଳାମାନେ ମଧ୍ୟ ସର୍ବତ୍ର ବହୁତ ସମ୍ମାନ ପାଇଥାନ୍ତି। ଏହି ମହିଳାମାନେ ମଧ୍ୟ ସେମାନଙ୍କର ସମସ୍ତ କାର୍ଯ୍ୟକୁ ଏକ ଶୃଙ୍ଖଳିତ ଭାବରେ କରିଥାନ୍ତି।

ଅନ୍ୟମାନଙ୍କ ପ୍ରତି ଇର୍ଷା କରିବା:-

ଏମିତି କୁହାଯାଏ ଯେ ଯେଉଁ ମହିଳାମାନେ ଅନ୍ୟ ମହିଳାଙ୍କ ପ୍ରତି ଇର୍ଷାର ଭାବ ରଖିଥାନ୍ତି। ସେମାନେ ନିଜ ଅପେକ୍ଷା ଅନ୍ୟମାନଙ୍କ ବିଷୟରେ ସର୍ବଦା ଭାବି ଚିନ୍ତିତ ହୋଇ ଥାଆନ୍ତି। ସେ ତାଙ୍କ ସଫଳତା ବିଷୟରେ ଚିନ୍ତା ନକରି ଅନ୍ୟକୁ ତଳକୁ ଖସେଇବା ପାଇଁ ଚିନ୍ତା କରିଥାନ୍ତି । ଏହିପରି ମହିଳାଙ୍କ ଉପରେ ବିଶ୍ୱାସ କରିଲେ ସେମାନେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି। ଏହି ମହିଳାମାନେ କୌଣସି ପୁରୁଷକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବା ପୂର୍ବରୁ ଥରେ ବି ଚିନ୍ତା କରନ୍ତି ନାହିଁ। ଏପରି ମହିଳାମାନଙ୍କ ଠାରୁ ଦୁରେଇ ରହିବା ଉଚିତ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *