ଯେଉଁ ସ୍ତ୍ରୀ ଘରର ପୂଜା ଘରେ ରଖିଥାଏ ଏହି ଜିନିଷ । ସେ ହୋଇଯାଏ କାଙ୍ଗାଳ । ନିଶ୍ଚୟ ମାନନ୍ତୁ ।

ଯଦି ଆପଣ ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଘରର ପୂଜା ଘରେ କିଛି ଜିନିଷ ରଖିବା ଠାରୁ ଦୂରେଇ ରଖିବା ଉଚିତ । ଏହି ବିଷୟରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସ୍ବୟଂ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କେଉଁ ତିନୋଟି ଜିନିଷ ପୂଜା ଘରେ ରଖିବା ଶୁଭ ହୋଇଥାଏ ଏବଂ କେଉଁ ତିନୋଟି ଜିନିଷ ରଖିବା ଅଶୁଭ ହୋଇଥାଏ ସେହି ବିଷୟରେ କହିବୁ । ଏପରି ଜିନିଷ ରହିଛି ଯାହାକୁ ଯଦି ଆପଣ ପୂଜାଘରେ ରଖି ଦିଅନ୍ତି ତେବେ ଘରକୁ ନକରାତ୍ମକତା ଆସିବା ସହିତ ଜୀବନ ଉପରେ ମଧ୍ୟ ବିପଦ ଆସିଥାଏ । ଘରର ମନ୍ଦିରରେ ମାଟିରେ ନିର୍ମିତ ଗୋଟିଏ ପାରମ୍ପରିକ ଦୀପ ରଖିବାର ମାନ୍ୟତା ରହିଛ ।

ଧାତୁ ନିର୍ମିତ ଦୀପ ମଧ୍ୟ ରଖିବାର ମଧ୍ୟ ମାନ୍ୟତା ରହିଛି । ଗୋବର ଟେଳା ରଖି ତାହାକୁ ଧୂପ ଦାନୀ ଆକାରରେ ବ୍ୟବହାର କରି ପାରିବେ । ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ବନାଇ ତାହା ଉପରେ କଳସ ସ୍ଥାପନା କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ରହିବା ନିତାନ୍ତ ଜରୁରୀ ଅଟେ ଯାହାକି ଶକ୍ତି , ସୌଭଗ୍ୟ ଏବଂ ଶୁଭତାର ପ୍ରତୀକ ଅଟେ । ଘରର ପୂଜଘରେ ଘଣ୍ଟି ରହିଲେ ଘରର ପରିବେଶ ଏବଂ ବାତାବରଣ ଶୁଦ୍ଧ ରହିବା ସହିତ ଘରକୁ ସୁଖ ସମୃଦ୍ଧି ଆସିଥାଏ । ସମୁଦ୍ର ମନ୍ଥନ ସମୟରେ ୧୪ ରତ୍ନ ମଧ୍ୟରୁ ଶଙ୍ଖର ମଧ୍ୟ ଉତ୍ପତ୍ତି ହୋଇଥିଲା ।

ତେଣୁ ପୂଜଘରେ ଶଙ୍ଖ ନିଶ୍ଚୟ ରଖନ୍ତୁ । ଶଙ୍ଖ ଧ୍ୱନି ଦ୍ୱାରା ପରିବେଶ ସକାରାତ୍ମକ ହୋଇଥାଏ । କିଛି ଏଭଳି ମଧ୍ୟ ଜିନିଷ ଅଛି ଯାହାକୁ ପୂଜା ଘରେ ଆଦୋୖ ରଖିବା ଉଚିତ ନୁହେଁ । ଭଗବାନ ଗଣେଶଙ୍କର ବିଷମ ସଂଖ୍ୟାରେ ଗଣେଶ ମୂର୍ତ୍ତି ପୂଜଘରେ ରଖିବା ଅଶୁଭ ହୋଇଥାଏ । ତେଣୁ ଆପଣ କେବଳ ଦୁଇଟି ଗଣେଶ ମୂର୍ତ୍ତି ରଖି ପାରିବେ । ପୂଜଘରେ ଭଙ୍ଗା ଚାଉଳ କିମ୍ବା ଅନେକ ପୂର୍ବରୁ ରଖା ଯାଇଥିବା ଚାଉଳ ରଖିଲେ ନକରାତ୍ମକତା ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ପୂଜଘରେ ଚାଉଳ ରଖୁଥିଲେ ସେଥିରେ ହଳଦୀ ମିଶାଇ ରଖିଲେ ତାହା ଅଧିକ ଶୁଭ ଏବଂ ଫଳପ୍ରଦ ହୋଇଥାଏ । ଘରର ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ଲଗାଉଥିଲେ ତାଙ୍କ ମୁହଁକୁ ଘର ଭିତର ଦିଗକୁ ରଖନ୍ତୁ ।

ପୂଜଘରେ ଦେବଦେବୀଙ୍କ ବ୍ୟତୀତ ଅନ୍ୟ କାହାରି ଫୋଟ ଯେମିତିକି ପୂର୍ବ ପୁରୁଷ କିମ୍ବା କୌଣସି ସାଧୁଙ୍କ ଫୋଟ ରଖନ୍ତୁ ନାହିଁ । ସେମାନେ ପୂଜ୍ୟ କିନ୍ତୁ ସେମାନେ ଭଗବାନଙ୍କ ସମକକ୍ଷ ନୁହଁନ୍ତି । ସେମାନଙ୍କ ଫୋଟ ଘରର କାନ୍ଥରେ କିନ୍ତୁ ପୂଜା ଘର ବାହାରେ ଲଗାଇ ପାରିବେ । ଭୈରବ , ଶନିଦେବ କିମ୍ବା ମାତା କାଳୀଙ୍କ ମୂର୍ତ୍ତି ସମେତ ଛିଡ଼ା ହୋଇଥିବା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ପୂଜଘରେ ରଖନ୍ତୁ ନାହିଁ । ଘରର ପୂଜଘରେ ତମ୍ବାର ଏକ ଛୋଟ ପାତ୍ରରେ ଗଙ୍ଗା ଜଳ ରଖିଲେ ପୂଜାଘରର ଶୁଦ୍ଧତା ବଜାୟ ରହିଥାଏ । ପୂଜଘରେ କଳସ ସ୍ଥାପନା ପାଇଁ ତମ୍ବାର ପାତ୍ରରେ ଜଳ ଭରି ରଖିଲେ ତାହାର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ପ୍ଲାଷ୍ଟିକ ପାତ୍ରରେ ଗଙ୍ଗା ଜଳ ରଖିବା ବର୍ଜିତ ସହିତ ଶିବଲିଙ୍ଗରେ କେତକୀ ଫୁଲ ଅର୍ପଣ ମଧ୍ୟ ବର୍ଜିତ ଅଟେ ।

Leave a Reply

Your email address will not be published. Required fields are marked *