ମକର ସଂକ୍ରାନ୍ତିରେ ପଡ଼ୁଛି ଗଜକେଶରୀ ଯୋଗ । ଛଅଟି ରାଶିର ଭାଗ୍ୟରେ ବଢ଼ି ଚାଲିବ ଟଙ୍କା ପଇସା ।

ମକର ସଂକ୍ରାନ୍ତି ଠାରୁ ଛଅଟି ରାଶି ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । କାରଣ ଏହି ମକର ସଂକ୍ରାନ୍ତି ଠାରୁ ଗ୍ରହ ମାନଙ୍କର ଗତି ଏବଂ ସ୍ଥାନ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଏହି ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଶ୍ରୀହନୁମାନଙ୍କ କୃପା ବର୍ଷା ହେବାକୁ ଯାଉଛି । ଶ୍ରୀହନୁମାନଙ୍କ କୃପାରୁ ଆପଣଙ୍କ ଜୀବନରେ ଉନ୍ନତି ସହିତ ମାତା ଲକ୍ଷ୍ମୀଙ୍କ କୃପାରୁ ବିବାହର ଯୋଗ ମଧ୍ୟ ବହୁତ ଜଲଦି ଆସିବାକୁ ଯାଉଛି । ବ୍ୟାପାରରେ ଉନ୍ନତି ସହିତ ଚାକିରୀରେ ପଦୋନ୍ନତି ଏବଂ ଆକର୍ଷଣ ବଢ଼ିଯିବ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ନିଜ ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତି ତେବେ ତାହା ନିଶ୍ଚୟ ସଫଳ ହେବ । କୋର୍ଟ କଚେରୀ ମାମଲାରେ ସଫଳତା ସହିତ ସାଙ୍ଗ ସାଥୀଙ୍କ ସହଯୋଗ ମଧ୍ୟ ମିଳିବାକୁ ଯାଉଛି । ତେବେ ଚାଲନ୍ତୁ ସେହି ଛଅଟି ଭାଗ୍ୟଶାଳୀ ରାଶି ବିଷୟରେ ଜାଣିନେବା ।

୧ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସଫଳତା ଆସିବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନେ ଖୁବ ଉନ୍ନତି କରିବେ । ମକର ସଂକ୍ରାନ୍ତି ଠାରୁ ହଠାତ କୌଣସି ସୂତ୍ରରୁ ଅଧିକ ଲାଭ ମିଳିବାକୁ ଯାଉଛି । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ନୂତନ ଚାକିରୀ ମିଳିବାକୁ ଯାଉଛି । ସୁଖ ସମୃଦ୍ଧି ଆପଣଙ୍କ ଜୀବନରେ ଆସିବାକୁ ଯାଉଛି । କାହାକୁ ଦେଇଥିବା କରଜ ବର୍ତ୍ତମାନ ଆପଣଙ୍କ ପାଖକୁ ଆସିବାକୁ ଯାଉଛି । ଘର ପରିବାରରେ ସୁଖ ଶାନ୍ତି ଆନନ୍ଦର ଲହରୀ ଲାଗି ରହିବ । ଧନ ରୋଜଗାରର ନୂଆ ନୂଆ ଅବସର ପ୍ରାପ୍ତ ହେବ ।

୨ . ବୃଷ ରାଶି:-

ଆଗାମୀ ସମୟରେ ଏହି ରାଶିର ବ୍ୟକ୍ତିଙ୍କୁ ଅପାର ଉନ୍ନତି ମିଳିବାକୁ ଯାଉଛି । ବ୍ୟାପାର ବାଣିଜ୍ୟରେ ଖୁବ ଲାଭ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ପ୍ରକାରର ଦୁଃଖ କଷ୍ଟ ଦୂର ହେବ । ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମକର ସଂକ୍ରାନ୍ତି ପରର ସମୟ ଅତ୍ୟନ୍ତ ଶୁଭ ରହିବାକୁ ଯାଉଛି । ପ୍ରେମ ଜୀବନରେ ଅନେକ ଖୁସି ଆସିବାକୁ ଯାଉଛି ।

୩ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଶ୍ରୀହନୁମାନଙ୍କ କୃପା ଦୃଷ୍ଟି ବର୍ଷିବାକୁ ଯାଉଛି । ଜୀବନରେ ସଫଳତା ମିଳିବାର ଯୋଗ ରହିଛି । ଆର୍ଥିକ ସଙ୍କଟରୁ ମୁକ୍ତି ସହିତ ଜୀବନରେ ସଫଳତା ମଧ୍ୟ ମିଳିବ । ନିଜ ପରିଶ୍ରମରେ ଉନ୍ନତି ସହିତ ନୂଆ ପରିଚୟ ଗଢ଼ିବେ । ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନରେ ଖୁସିର ବର୍ଷା ସହିତ ଭାଗ୍ୟ ଦୃଢ଼ ହେବ । ହଠାତ ଆର୍ଥିକ ଲାଭର ସମ୍ଭାବନା ରହିଛି ।

୪ . କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଘରେ ଧନ ଏବଂ ସୁଖ ସମୃଦ୍ଧିର ଆଗମନ ହେବ । ସାମାଜିକ ପ୍ରତିଷ୍ଠାରେ ଆପଣଙ୍କ ଭାଗ୍ୟ ବଦଳିଯିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବାର ସମ୍ପୂର୍ଣ୍ଣ ସୁଯୋଗ ରହିଛି । ଚାକିରୀ କ୍ଷେତ୍ରରେ ଉନ୍ନତିର ବଡ଼ ଖୁସି ଖବର ମିଳିପାରେ । ଧନରେ ବୃଦ୍ଧି ଏବଂ ଚାକିରୀରେ ପ୍ରମୋଶନ ହେବାର ସୁଯୋଗ ରହିଛି ।

୫ . ମେଷ ରାଶି:-

ଶ୍ରୀହନୁମାନଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଯାଉଛି । ଆପଣ ଅତି କଠିନରୁ କଠିନ କାମ କରି ମଧ୍ୟ ଖୁବ ସହଜରେ ଆଗକୁ ଆଗକୁ ବଢ଼ି ପାରିବେ । ପରିଶ୍ରମ ଏବଂ ଶ୍ରମିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଶ୍ରୀହନୁମାନଙ୍କ କୃପାରୁ ଅଜସ୍ର ଧନ ମିଳିବ । ଯାହାଦ୍ୱାରା ଆପଣ ପରିବାର ସଦସ୍ୟଙ୍କ ପାଇଁ ନୂଆ ନୂଆ ଜିନିଷ କିଣି ପାରନ୍ତି । ଆପଣଙ୍କ ପରିବାରରେ ଏବେ ଖୁସି ଲାଗି ରହିବ । କୌଣସି ମଙ୍ଗଳ କାର୍ଯ୍ୟର ଆୟୋଜନ ମଧ୍ୟ ହୋଇପାରେ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲ ଦେଖା ଯାଉଛି । ମାତା ଲକ୍ଷ୍ମୀଙ୍କ ନାମ ନେଇ ଆରମ୍ଭ କରାଯାଇଥିବା ସବୁ କାର୍ଯ୍ୟ ଆପଣଙ୍କୁ ସଫଳତା ଆଣି ଦେବ ।

୬ . କୁମ୍ଭ ରାଶି:-

ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ମକର ସଂକ୍ରାନ୍ତି ଠାରୁ ଅଧିକ ଲାଭ ମିଳିବାକୁ ଯାଉଛି । ଆପଣଙ୍କ ସଫଳତାକୁ ଦେଖି ଆପଣଙ୍କ ଶତ୍ରୁ ଆହୁରି ଉଗ୍ର ହୋଇଯିବେ ଏବଂ ସେମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ପାରନ୍ତି । କିନ୍ତୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ସେମାନେ ନିଜ ଚେଷ୍ଟାରେ ବିଫଳ ହେବେ । ଶିକ୍ଷାର୍ଥୀଙ୍କୁ ଗୁରୁଜନ ମାନଙ୍କ ଠାରୁ ବଡ଼ ଆଶୀର୍ବାଦ ମିଳିପାରେ ।

Leave a Reply

Your email address will not be published. Required fields are marked *