୨୦୨୪ ଜାନୁଆରୀ ୧୫ ରେ ଏକ ମୁଠା ଲୁଣ ଚୁପଚାପ ଫିଙ୍ଗି ଦିଅନ୍ତୁ ଏହି ସ୍ଥାନକୁ । ପୁରା ବର୍ଷ ମିଳିବ ଟଙ୍କା ।

୨୦୨୪ ଜାନୁଆରୀ ୧୫ ସୋମବାର ଦିନ ମକର ସଂକ୍ରାନ୍ତି ପର୍ବ ପାଳିତ ହେବ । ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ପର୍ବକୁ ଖୁବ ଗୁରୁତ୍ୱପୂର୍ଣ୍ଣ ମାନାଯାଏ । ଶାସ୍ତ୍ର ଅନୁଯାୟୀ ଏହିଦିନ ପବୁତ୍ର ନଦୀ ପୁଷ୍କରିଣୀରେ ସ୍ନାନ କରି ଦାନ ଧର୍ମ କଲେ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ମକର ସଂକ୍ରାନ୍ତିରେ ଲୋକେ ଧନ ସୁଖ ସମୃଦ୍ଧି ପ୍ରାପ୍ତ କରିବାକୁ ଅନେକ ପ୍ରକାରର ଉପାୟ କରିଥାନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଯଦି ଆପଣ କରନ୍ତି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ ଏବଂ ଧନ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମକର ସଂକ୍ରାନ୍ତି ଦିନ ସ୍ନାନ ପରେ ଦାନ କରିବାର ଶୁଭ ମୁହୂର୍ତ୍ତ ସକାଳ ୫.୭ ରୁ ୮.୧୨ ପର୍ଯ୍ୟନ୍ତ ରହିଛି ।

ଏହି ଦିନ ଶୁଭ ମୁହୂର୍ତ୍ତରେ ପୂଜା ସହିତ ସୁନା ଚାନ୍ଦି ଆଭୂଷଣ କିଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ବିଶେଷ ଭାବରେ ଆପଣ ଏହିଦିନ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ଘରକୁ ଆଣି ପାରିବେ । କୋମଳ ମଞ୍ଜିର ମାଳା ମାତାଙ୍କୁ ଚଢ଼ାଇ ପାରିବେ । ମାତାଙ୍କୁ ପ୍ରସନ୍ନ କରିବା ପାଇଁ ମକର ସଂକ୍ରାନ୍ତି ଦିନ ଘରେ ମିଠା ବ୍ୟଞ୍ଜନ ବନାନ୍ତୁ ଏବଂ ଅର୍ପଣ କରନ୍ତୁ । ଏହାପରେ ତାହାକୁ ପ୍ରସାଦ ଆକାରରେ ପରିବାର ଲୋକଙ୍କ ସହିତ ଗ୍ରହଣ କରନ୍ତୁ ।

୧ . ଏହିଦିନ ତିଳ ଏବଂ ଗୁଡ଼ ଲଡୁ ବନାଇ ମାତାଙ୍କୁ ଅର୍ପିତ କରିବା ସହିତ ଶୁଭ ମୁହୂର୍ତ୍ତରେ ପରିବାର ଲୋକଙ୍କ ସହିତ ପ୍ରସାଦ ଆକାରରେ ସେବନ କରନ୍ତୁ ଏବଂ ପରିଜନଙ୍କ ପାଖକୁ ମଧ୍ୟ ପଠାନ୍ତୁ । ଏହାଦ୍ବାରା ପରିବାରରେ ସୁଖ ସମୃଦ୍ଧି ଆସିବା ସହିତ ଚାକିରୀରେ ସମସ୍ୟା ଭୋଗୁଥିବା ବ୍ୟକ୍ତିର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ ।

୨ . ଏହିଦିନ ଖିଚୁଡ଼ି ବନାଇ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରିବାର ବିଧାନ ରହିଛି । ଏହିଦିନ ଚାଉଳ ଏବଂ ବିରି ଡାଲିର ଖିଚୁଡ଼ି ବନା ଯାଇଥାଏ । ଏହିଦିନ ଖିଚୁଡ଼ି ଦାନ ଖୁବ ପୁଣ୍ୟଦାୟୀ ହୋଇଥାଏ । ଏହି ଖିଚୁଡ଼ିକୁ ଗରିବ ଲୋକଙ୍କୁ ଦାନ ସହିତ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଭୋଗ ଲଗାଇବା ଉଚିତ । ମକର ସଂକ୍ରାନ୍ତି ଦିନ ଖିଚୁଡ଼ି ଖାଇଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ , ସୂର୍ଯ୍ୟ ଦେବ ପ୍ରସନ୍ନ ହେବା ସହିତ ଶନି ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ।

୩ . ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ କଦଳୀ ଏବଂ ଅଙ୍ଗୁର ନିଶ୍ଚୟ ଅର୍ପଣ କରନ୍ତୁ । ଏହାକୁ ନିଜେ ପରିବାର ଲୋକଙ୍କ ସହିତ ପ୍ରସାଦ ଆକାରରେ ଗ୍ରହଣ କରି ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ଖୁଆନ୍ତୁ । ପରିବାରରେ କେହି ବ୍ୟକ୍ତି ରୋଗରେ ଆକ୍ରାନ୍ତ ଥିଲେ ମକର ସଂକ୍ରାନ୍ତି ଦିନ ଅଭିଜିତ ମୁହୂର୍ତ୍ତରେ ଏହି ଜିନିଷର ସେବନ କରାନ୍ତୁ । ଏହାଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଯିବ । ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ କଦଳୀ ଅର୍ପଣ କରି ପାରିବେ ।

୪ . ମକର ସଂକ୍ରାନ୍ତି ଦିନ ଅଭିଜିତ ମୁହୂର୍ତ୍ତରେ ଲୁଣ ନିଶ୍ଚୟ ସେବନ କରିବା ଉଚିତ । ଏହାଦ୍ବାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ବର୍ଷିବ । ଘରେ ଧନର ଅଭାବ ହେବ ନାହିଁ । ଚାକିରୀ ବ୍ୟବସାୟରେ ଲାଭ ମିଳିବ । ସମସ୍ତ କାର୍ଯ୍ୟ ପୂରଣ ହେବାରେ ଲାଗିବ । ଏହିଦିନ ଲୁଣର ସେବନ ବିଶେଷ ଲାଭ ଦେଇଥାଏ ।

୫ . ମକର ସଂକ୍ରାନ୍ତି ଦିନ ମାତା ଲକ୍ଷ୍ମୀଙ୍କୁ କନ୍ଦମୂଳ ଭୋଗ ନିଶ୍ଚୟ ଲଗାନ୍ତୁ । ଏହାପରେ ଏହାକୁ ନିଜେ ସେବନ କରି ପରିବାର ଲୋକଙ୍କୁ ସେବନ କରାନ୍ତୁ । ଏହାଦ୍ବାରା ଧନ ଧାନ୍ୟର ଆଗମନ ହୋଇଥାଏ । ମହିଳା ମାନେ ମକର ସଂକ୍ରାନ୍ତି ଦିନ କେଶ ଧୋଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *