ଜାନୁଆରୀ ୧୫ ମକର ସଂକ୍ରାନ୍ତି ୨୦୨୪ । କେବଳ ଗୋଟିଏ ଜିନିଷ ସେବନ କରନ୍ତୁ ।

ଅଧିକାଂଶ ଲୋକଙ୍କ ମନରେ ସଦେହ ରହିଛି ଯେ ଚଳିତ ମାସରେ ମକର ସଂକ୍ରାନ୍ତି ୧୪ କିମ୍ବା ୧୫ , କେଉଁ ତାରିଖରେ ପାଳନ କରାଯିବ । ବାସ୍ତବରେ ଏହି ବର୍ଷ ଅଧିବର୍ଷ ହୋଇଥିବାରୁ ଏଥର ମକର ସଂକ୍ରାନ୍ତି ୧୫ ତାରିଖରେ ପାଳିତ ହେବ । ମକର ରାଶିରେ ସୂର୍ଯ୍ୟଙ୍କ ଗୋଚର ହେତୁ ଏହିଦିନକୁ ମକର ସଂକ୍ରାନ୍ତି କୁହାଯାଏ । ଏହିଦିନ ପବିତ୍ର ନଦୀ ସ୍ନାନ କରିବା ସହିତ ଦାନ ଧର୍ମ ଏବଂ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାର ବିଧାନ ରହିଛି । ଏହାଦ୍ବାରା ମନସ୍କାମନା ପୂରଣ ହୋଇଥାଏ । ଏଥର ଅନେକ ଶୁଭ ଯୋଗ ଯେମିତିକି ରୋହିଣୀ ଯୋଗ , ଭ୍ରମ ଯୋଗ ମଧ୍ୟ ସୃଷ୍ଟି ହେବ । ଯେଉଁ ସମୟରେ କିଛି କାର୍ଯ୍ୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହି ସମୟରେ ଆରମ୍ଭ ହୋଇଥିବା କୌଣସି କାର୍ଯ୍ୟରେ ବାଧାବିଘ୍ନ ଆସି ନଥାଏ । ଏହିଦିନ ସୁନା ରୁପାର ଜିନିଷର ପ୍ରୟୋଗ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ମକର ସଂକ୍ରାନ୍ତି ଦିନ ଖାସ କରି ପାଞ୍ଚଟି ଜିନିଷ ଖାଇ ଦେଲେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ଏବଂ ସୁଖ ସମୃଦ୍ଧି ଧନର ଅଭାବ ମଧ୍ୟ ଦୂର ହୋଇଯିବ । ଏହିଦିନ ଘରକୁ ମାତା ଲକ୍ଷ୍ମୀଙ୍କର ଚରଣ ପାଦୁକା ଆଣି ପାରିବେ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ଆପଣ ମିଠା ବ୍ୟଞ୍ଜନ ବନାଇ ପାରିବେ । ଏହାକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରି ନିଜ ପରିବାର ସହିତ ପ୍ରସାଦ ଆକାରରେ ସେବନ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ନିଶ୍ଚିତ ଭାବରେ ଧନର ବର୍ଷା କରନ୍ତି । ମକର ସଂକ୍ରାନ୍ତି ଦିନ ରାଶି ଏବଂ ଗୁଡ଼ ଲଡୁ ବନାଇ ମାତାଙ୍କୁ ଅର୍ପିତ କରିବାର ନିୟମ ରହିଛି ।

ପୂଜା ପରେ ତାହାକୁ ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ଖାଆନ୍ତୁ । ଏହି ଦିନ ରାଶିଗୁଡ଼ର ସେବନ ସହିତ ଦାନ କରିବା ଦ୍ଵାରା କେବେ ଧନର ଅଭାବ ହୁଏନାହିଁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ମକର ସଂକ୍ରାନ୍ତି ଦିନ ଚାଉଳ ଏବଂ ବିରି ଡାଲିରେ ଖେଚୁଡ଼ି ବନାଇ ସୂର୍ଯ୍ୟଙ୍କୁ ଅର୍ପିତ କରିବା ସହିତ ଗରିବ ଲୋକଙ୍କୁ ଦାନ କରନ୍ତୁ ଏବଂ ପରିବାର ଲୋକଙ୍କ ସହିତ ମିଶି ନିଜେ ଏହାକୁ ପ୍ରସାଦ ଆକାରରେ ଗ୍ରହଣ ମଧ୍ୟ କରନ୍ତୁ । ମକର ସଂକ୍ରାନ୍ତି ଦିନ ଖିଚୁଡ଼ି ଖାଇଲେ ସବୁ ମନସ୍କାମନା ପୂରଣ ହେବ । ଏହାଦ୍ବାରା ଶନି ଦୋଷରୁ ମଧ୍ୟ ମୁକ୍ତି ମିଳେ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କଦଳୀ ଏବଂ ଅଙ୍ଗୁର ନିଶ୍ଚୟ ଅର୍ପଣ କରନ୍ତୁ । ଘରେ କୌଣସି ବ୍ୟକ୍ତି ଦୀର୍ଘ ସମୟ ହେବ ରୋଗରେ ପଡ଼ିଥିଲେ ଅରିଜିତ ମୁହୂର୍ତ୍ତରେ ତାଙ୍କୁ ଏହାକୁ ସେବନ କରିବାକୁ ଦିଅନ୍ତୁ ।

ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ପୂଜା ଦିଅନ୍ତୁ ଏବଂ ପୂଜାରେ କଦଳୀ ନିଶ୍ଚୟ ଅର୍ପଣ କରନ୍ତୁ । ଏହାଦ୍ବାରା ପିତୃଦେବ ପ୍ରସନ୍ନ ହୋଇଥାନ୍ତି । ମକର ସଂକ୍ରାନ୍ତି ଦିନ ଅରିଜିତ ମୁହୂର୍ତ୍ତରେ ଅଳ୍ପ ଲୁଣର ସେବନ କରି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବଜାୟ ରହିବ । ଏହାଦ୍ବାରା ହଠାତ ଆପଣଙ୍କୁ ଧନ ଲାଭ ହେବ । ମକର ସଂକ୍ରାନ୍ତି ଦିନ ମାତା ଲକ୍ଷ୍ମୀଙ୍କୁ କନ୍ଦମୂଳ ଏବଂ ଚଣାର ଭୋଗ ନିଶ୍ଚୟ ଲଗାନ୍ତୁ ।ଏହାଦ୍ବାରା ଘରେ ଧନର ଅଭାବ ରହେ ନାହିଁ । ଏହାଦ୍ବାରା ଘରକୁ ସୁଖ ଏବଂ ସମୃଦ୍ଧତା ଆସିଥାଏ । ଏସବୁ ସହିତ ଏହିଦିନ ଚଣା ବେଲ ଆଦିର ସେବନ କରିବା ଜରୁରୀ ଅଟେ । ଆପଣ ଏହାକୁ ଦାନ ମଧ୍ୟ କରି ପାରିବେ । ମକର ସଂକ୍ରାନ୍ତିରେ ପୂଜା ସ୍ଥାନ ସମେତ ଘରର ମୁଖ୍ୟ ଦ୍ୱାରରେ ଦୀପ ନିହାତି ଜାଳନ୍ତୁ । ମକର ସଂକ୍ରାନ୍ତି ଦିନ ମହିଳା ମାନେ କେଶ ନଧୋଇବା ଉଚିତ । ଏହା ପ୍ରେମ ଏବଂ ସତଭାବନାର ପର୍ବ ଅଟେ ।

Leave a Reply

Your email address will not be published. Required fields are marked *