ଜାନୁଆରୀ ୧୧ ପୌଷ ଅମାବାସ୍ୟା ଦିନ ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ଏକ ମୁଠା ଲୁଣ । ଗରୀବରୁ ହୋଇଯିବେ ଧନୀ ।

ବର୍ଷର ପ୍ରଥମ ଅମାବାସ୍ୟା ଜାନୁଆରୀ ୧୦ ରୁ ଆରମ୍ଭ ହୋଇଥାଏ । ଦୀର୍ଘ ୧୨୧ ବର୍ଷ ପରେ ପଡ଼ିବାକୁ ଯାଉଥିବା ଅମାବାସ୍ୟାରେ ୬୨ ପ୍ରକାରର ଶୁଭ ଯୋଗ ବନୁଛି । ଯେଉଁ କାରଣରୁ ଏହି ଦିନ କରାଯାଉଥିବା କିଛି ଉପାୟ ଦ୍ୱାରା ଆପଣଙ୍କୁ ଲାଭ ପ୍ରାପ୍ତି ହେବ । ପ୍ରତ୍ୟକ ବର୍ଷର ପ୍ରଥମ ଅମାବାସ୍ୟାକୁ ପୌଷ ଅମାବାସ୍ୟା କୁହାଯାଏ ଏବଂ ଚଳିତ ବର୍ଷ ଏହା ଜାନୁଆରୀ ୧୧ ଗୁରୁବାର ଦିନ ପଡ଼ୁଛି । ଏହି ଅମାବାସ୍ୟା ଅତ୍ୟନ୍ତ ଶୁଭ ଏବଂ ଏହିଦିନ ପୂଜା ପାଠ କରିବା ଦ୍ୱାରା ଅନେକ ଶୁଭ ଫଳର ପ୍ରାପ୍ତି ହୋଇଥାଏ । ଏହିଦିନ ଗରିବ ଲୋକଙ୍କୁ ଦାନ କଲେ ପୁଣ୍ୟ ପ୍ରାପ୍ତ ହୋଇଥାଏ । ଏହିଦିନ ସ୍ନାନ ଏବଂ ଦାନ କଲେ ପିତୃ ଦୋଷ ଦୂର ହୋଇଥାଏ ।

ଯଦି ଆପଣ ଏହି ସବୁ ପୁଣ୍ୟ କାମ କରି ପାରିବେ ନାହିଁ ତେବେ ଏହିଦିନ ଲୁଣକୁ ନେଇ କିଛି ଉପାୟ କଲେ ମଧ୍ୟ ଆପଣଙ୍କୁ ସେହି ଶୁଭ ଫଳ ପ୍ରାପ୍ତ ହେବ । ପୁରୁଣା ସମୟରୁ ଲୁଣର ବ୍ୟବହାର କରାଯାଇ ଆସୁଛି । ମନୁଷ୍ୟ ଶରୀରରେ ଲୁଣର ଅଭାବ ହେଲେ ଶରୀର କୌଣସି ସମୟରେ ବି ଖରାପ ହୋଇପାରେ । ଲୁଣ ମଧ୍ୟରେ ସକାରାତ୍ମକ ଶକ୍ତି ଭରି ରହିଥାଏ । ଲୁଣର କିଛି ଉପାୟ ରାତାରାତି ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ଏକ ଉପାୟ ଅନୁଯାୟୀ ୧୦୦ ଗ୍ରାମ ମୁଗଡାଲି , ୫୦ ଗ୍ରାମ ଚାଉଳ , ୫୦ ଗ୍ରାମ ନାଲି ଲଙ୍କା , ଏକ ପ୍ୟାକେଟ ଲୁଣ , ୧୦୦ ଗ୍ରାମ ସୋରିଷ ତେଲ ନେଇ କୌଣସି ମନ୍ଦିରରେ ଦାନରେ ଦେଇ ଘରକୁ ଚାଲି ଆସନ୍ତୁ ।

ଏହାଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହେବ ଏବଂ ଆପଣଙ୍କର ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଯିବ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ । ମାତ୍ର ଏହି ଉପାୟ କରିବା ପୂର୍ବରୁ କାହାକୁ ନକହି କରନ୍ତୁ ଦେଖିବେ କରଜରୁ ମଧ୍ୟ ମୁକ୍ତି ମିଳିଯିବ । ଲୁଣକୁ କୌଣସି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖିବା ଉଚିତ ନୁହେଁ କାରଣ ଲୁଣ ଚନ୍ଦ୍ର ଏବଂ ଶୁକ୍ର ଗ୍ରହର କାରକ ହୋଇଥାଏ । ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ମଧ୍ୟ ରଖିବା ଉଚିତ ନୁହେଁ । ଲୁଣକୁ କେବେବି ତଳେ ପକାନ୍ତୁ ନାହିଁ । ନଚେତ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି ଏବଂ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିଥାଏ । କାହାଠାରୁ ଧାର ଆଣି ଲୁଣ ଖାଇଲେ କରଜର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନିଅନ୍ତୁ ନାହିଁ କିମ୍ବା କାହାକୁ ଲୁଣ ଦିଅନ୍ତୁ ମଧ୍ୟ ନାହିଁ ।

ଏହାଦ୍ବାରା ଘରର ସୁଖ ସମୃଦ୍ଧି ଚାଲିଯାଏ । ଲୁଣ ମିଶ୍ରିତ ପାଣିରେ ପୋଛା ଲଗାଇବା ଦ୍ୱାରା ଘରୁ ସବୁ ନକରାତ୍ମକ ଶକ୍ତି ଦୂର ହୋଇଯାଏ । କିନ୍ତୁ ଦ୍ବିପ୍ରହର ସମୟରେ ଲୁଣର ପୋଛା ଲଗାନ୍ତୁ ନାହିଁ । ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ କବାଟ ଖୋଲିଦେବା ଉଚିତ । ନଚେତ ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରିପାରିବେ ନାହିଁ । ରାତିରେ ଶୋଇବା ସମୟରେ ତକିଆ ତଳେ ଲୁଣ ରଖି ଶୋଇଲେ ନକରାତ୍ମକ ଶକ୍ତି ଭିତରେ ଥିଲେ ତାହା ଦୂର ହୋଇଯାଏ । ଚା ରେ ଲୁଣ ପକାଇବା ଉଚିତ ନୁହେଁ ନଚେତ ଏହାଦ୍ବାରା ହୃଦ ସମ୍ବନ୍ଧୀୟ ସମସ୍ୟା ଏବଂ ରକ୍ତ ହୀନତା ଦେଖା ଦେଇଥାଏ । ଶନିବାର ଦିନ ଲୁଣର ଦାନ କରିବା ଅତ୍ୟନ୍ତ ଖାସ ହୋଇଥାଏ ଏବଂ ଏହାଦ୍ବାରା ନବଗ୍ରହ ଶାନ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *